ETV Bharat / state

ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌: ମିଡିଆ ଏକାଦଶକୁ ହରାଇଲା ଡିସିପି ଏକାଦଶ

author img

By ETV Bharat Odisha Team

Published : Dec 31, 2023, 2:55 PM IST

Friendly Cricket Match Cuttack: ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ମିଡିଆ ଏକାଦଶକୁ ହରାଇଲା ଡିସିପି ଏକାଦଶ । ଅଧିକ ପଢ଼ନ୍ତୁ

ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ
friendly cricket match

friendly cricket match

କଟକ: ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚରେ କଟକ ଡିସିପି ଏକାଦଶର ଦମଦାର ବିଜୟ । ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମିଡିଆ ଏକାଦଶକୁ ହରାଇ ବିଜୟୀ ହୋଇଛି ଡିସିପି ଏକାଦଶ ଟିମ୍‌ । ପ୍ରତ୍ୟେକ ବର୍ଷ ଏହି ମୁକାବିଲା ଅନୁଷ୍ଠିତ ହୋଇଥାଏ । କର୍ମକ୍ଷେତ୍ରରେ ସର୍ବଦା ବ୍ୟସ୍ତ ରହିଥାଆନ୍ତି ଏହି ଉଭୟ ବିଭାଗ । ତେଣୁ କର୍ମ ଜୀବନର କିଛି ଖୁସିର ସମୟ ବିତାଇବା ପାଇଁ ଏହି ମ୍ୟାଚ୍‌ ଆୟୋଜନ କରାଯାଇଥିଲା ।

ଟସ୍‌ ଜିତି ପ୍ରଥମେ ଡିସିପି ଏକାଦଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । 20 ଓଭରରେ ଦଳ 159 ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଏହାପରେ ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଳାଇଥିଲା ମିଡିଆ ଏକାଦଶ ଟିମ୍‌ । କିନ୍ତୁ ମାତ୍ର 49 ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିଲା ମିଡିଆ ଏକାଦଶ । ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ମିଡିଆ ଏକାଦଶ । ଡିସିପି ଏକାଦଶ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଶେଷରେ ଏହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲା ଡିସିପି ଏକାଦଶ ଟିମ ।

ଏହା ମଧ୍ୟ ପଢନ୍ତୁ-ବାରବାଟୀରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ, ମିଡିଆ ଏକାଦଶ ଚମ୍ପିଆନ

ଏହି ମ୍ୟାଚ୍‌ରେ ଟ୍ବିନ୍‌ ସିଟି ଅତିରିକ୍ତ ପୋଲିସ କମିଶନର ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମ୍ୟାଚ୍‌ ଶେଷ ହେବା ପରେ ବିଜୟୀ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ପରାଜିତ ଟିମ୍‌କୁ ମଧ୍ୟ ଟ୍ରଫି ପ୍ରଦାନ କରିଥିଲେ । ଆଗମୀ ଦିନରେ ଏପରି ଆୟୋଜନ କରାଗଲେ ପୋଲିସ ଓ ସାମ୍ବାଦିକଙ୍କ ମଧ୍ୟରେ ଆହୁରି ସମ୍ପର୍କ ଦୃଢ଼ୀଭୂତ ହେବ ବୋଲି କହିଥିଲେ ଅତରିକ୍ତ ପୋଲିସ କମିଶନର । ଅନ୍ୟପଟେ କଟକ ଡିସିପି ପିନାକ ମିଶ୍ର ଓସିଏର ଏପରି ଆୟୋଜନକୁ ଧନ୍ୟବାଦ ଜଣାଇବା ସହ କର୍ତ୍ତବ୍ୟ ମଧ୍ୟରେ ଖେଳକୁଦ ମଧ୍ୟ ରହିବା ଆବଶ୍ୟକ ରହିଥାଏ ବୋଲି ମତ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ଅନୁଗୋଳ ଖେଳାଳିଙ୍କୁ ୧୬ ପଦକ, ଖେଳିବେ ଜାତୀୟସ୍ତରୀୟ ପ୍ରତିଯୋଗିତା

ଚଳିତ ବର୍ଷ ଫେବୃଆରୀ ମାସରେ ପୋଲିସ ଏକାଦଶ ଏବଂ ମିଡିଆ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । କଟକ ସହରାଞ୍ଚଳ ପୋଲିସକୁ ହରାଇ ଚମ୍ପିଆନ ହୋଇଥିଲା ମିଡିଆ ଏକାଦଶ । ଫ୍ଲଡ୍‌ ଲାଇଟ୍‌ ମୁକାବିଲାରେ ପୋଲିସ ଟିମ୍‌କୁ 9 ରନ୍‌ରେ ପରାଜୟର ରାସ୍ତା ଦେଖାଇଥିଲା ମିଡିଆ ଏକାଦଶ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.