ETV Bharat / state

ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

author img

By ETV Bharat Odisha Team

Published : Nov 27, 2023, 5:02 PM IST

Bali Yatra 2023
Bali Yatra 2023

Bali Yatra: ଆଜି କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା । ଟ୍ରାଫିକ ନିୟନ୍ତ୍ରଣ ପରେ ପୋଲିସ ଫୋକସ ଥିବା କହିଛନ୍ତି ଡିସିପି ପିନାକ ମିଶ୍ର । ଅଧିକ ପଢନ୍ତୁ

ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

କଟକ: ସିଲଭର ସିଟି କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆଜି (ସୋମବାର)ଠୁ ଆରମ୍ଭ ହୋଇଛି । ବାଲିଯାତ୍ରାରେ ପ୍ରବଳ ଭିଡ଼ ଜମିବ ବୋଲି ଆଶା କରାଯାଇଛି । କାରଣ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ସକାଳୁ ଆରମ୍ଭ ହେଇଗଲାଣି ଭିଡ଼ । ତେବେ ଭିଡ଼ ନିୟନ୍ତ୍ରଣ କରିବା ନିଶ୍ଚିତ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ବିଶେଷ କରି ଟ୍ରାଫିକ କଣ୍ଟ୍ରୋଲ ଉପରେ ପୋଲିସ ଅଧିକ ଧ୍ୟାନ ଦେବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ଆଉ ହଜିବେନି ପିଲା, ଏମିତି କରିବାକୁ ପରାମର୍ଶ ଦେଲେ କଟକ ଡିସିପି

ଏନେଇ ଡିସିପି କହିଛନ୍ତି, "ବାଲିଯାତ୍ରାରେ ହେବ ଅସମ୍ବାଳ ଭିଡ଼ । ୧୦ ଲକ୍ଷ ପାର ହେଇପାରେ ଭିଡ଼ । ଟ୍ରାଫିକ ଦିଗ ଉପରେ ରହିବ ବେସି ଫୋକସ । ବାଲିଯାତ୍ରାରେ ୨୫ ଆଡପୋଷ୍ଟ ଖୋଲାଯାଇଛି । ପଡିଆର ବିଭିନ୍ନ ଦିଗରେ ଖୋଲାଯାଇଛି । ଜୁଭେନାଇଲ ପୁରୁଷ ଓ ମହିଳାମାନଙ୍କ ପାଇଁ ସବୁ ସହାୟତା ଯୋଗାଇଦେଵ ପୋଲିସ । ୮ଟି ଆଣ୍ଟି ଟେରୋରିଷ୍ଟ ଟିମ ମଧ୍ୟ ମୁତୟନ ରହିବ । ୬ଟି ୱାଚ ଟାୱାର ମଧ୍ୟ ପଡ଼ିଆରେ ମୁତୟନ ରହିବ । ମୋଟ ୩ଟି ରାସ୍ତା ତ୍ରିଶୁଳିଆ ରାସ୍ତା, ଖାନ ନଗର ପ୍ରେସ ଛକ, ଯୋବ୍ରା ଦେଇ ବାଲିଯାତ୍ରାକୁ ଆସିବେ ଦେଖଣାହାରୀ । ୪ଟା ସମୟରେ ସବୁ ଗାଡିକୁ ଗାଡି ଅଟକାଇବ ପୋଲିସ । ଭିଡ଼ ନିୟନ୍ତ୍ରଣ ପାଇଁ ସବୁଆଡେ ପୋଲିସ ମୁତୟନ ରହିବେ ।"

ଏହା ବି ପଢନ୍ତୁ- ରାତିପାହିଲେ ବାଲିଯାତ୍ରା, ଆକର୍ଷଣ ସାଜିବ କଟକ ଇନ୍‌ କଟକ

ସେ ଆହୁରି କହିଛନ୍ତି, "ଏହାସହ ଯେଉଁମାନେ ବାଲିଯାତ୍ରା ଆସିବେ ସେମାନେ ଛୋଟ ପିଲାମାନଙ୍କୁ ବାଲିଯାତ୍ରା ନ ଆଣିବା ଭଲ । ଯଦି ଆଣୁଛନ୍ତି ତାଙ୍କ ପକେଟରେ ପିତାମାତାଙ୍କ ନମ୍ବର ରଖିବେ । ଶନିବାର ଓ ରବିବାର ବରିଷ୍ଠ ବ୍ୟକ୍ତିମାନେ ଭିଡ଼ରୁ ଦୂରେଇ ରୁହନ୍ତୁ । ସାଦା ପୋଷାକରେ ପୋଲିସ ମୁତୟନ ରହିବେ । ସୁନା ଗହଣା ନ ପିନ୍ଧିକି ନ ଆସିବା ପାଇଁ ଅନୁରୋଧ କଲା କମିଶନରେଟ ପୋଲିସ । ମୋଟ ୬୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ୧୦୦ରୁ ଊର୍ଦ୍ଧ୍ବ ସିସଟିଭି ସର୍ଭିଲାନ୍ସରେ ରହିବ ବାଲିଯାତ୍ରା ପଡିଆ । ଏହାସହ ରିଙ୍ଗ ରୋଡରେ ସିସିଟିଭି ମୁତୟନ ରହିବ । ତେବେ ଏହି 8 ଦିନର ଯାତ୍ରାରେ କମିଶନରେଟ ପୋଲିସ ଲୋକମାନଙ୍କୁ ସମସ୍ତ ସହାୟତା କରିବ ।" ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ପ୍ରସ୍ତୁତି ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.