ETV Bharat / state

ଡରାଉଛି ଡେଙ୍ଗୁ, ସିଏମସିର ଅପାରଗତା ଉପରେ ପ୍ରଶ୍ନ କଲା କଂଗ୍ରେସ

author img

By

Published : Aug 21, 2023, 8:49 PM IST

ଡରାଉଛି ଡେଙ୍ଗୁ
ଡରାଉଛି ଡେଙ୍ଗୁ

କଟକରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ସିଏମସି ଅପାରଗତା ପାଇଁ ଡେଙ୍ଗୁ ବଢ଼ୁଥିବା ନେଇ ଦାବି କଲା କଂଗ୍ରେସ। ଅଧିକ ପଢ଼ନ୍ତୁ

ଡରାଉଛି ଡେଙ୍ଗୁ

କଟକ: ଟ୍ୱିନ୍ ସିଟିରେ ଡେଙ୍ଗୁ ଆତଙ୍କ । ଭୁବନେଶ୍ବର ପରେ ଡେଙ୍ଗୁ ହଟସ୍ପଟ ପାଲଟିଛି କଟକ । ଦିନକୁ ଦିନ କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କଟକ ମହାନଗର ନିଗମ ( ସିଏମସି )ର ଅପାରଗତା ପାଇଁ ଏଭଳି ସ୍ଥିତି ଉପୁଜିଥିବା ନେଇ କଂଗ୍ରେସ ଦାବି କରିଛି । କଟକରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସିଏମସିର ଅବହେଳା ପାଇଁ ନିଜ ଅଞ୍ଚଳ ନିଜେ ସଫେଇ କରୁଛନ୍ତି କଟକ ସିଡିଏ ବାସିନ୍ଦା। ସିଡିଏ ସେକ୍ଟର ୧୦ ଓ ୧୧ ନମ୍ବର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ ।

ବର୍ଷା ହେଲେ ଏହି ଅଞ୍ଚଳରେ ରାସ୍ତା ଉପରେ ଦୀର୍ଘ ଦିନ ଧରି ବର୍ଷା ପାଣି ଜମି ରହୁଛି। ଏହାଛଡା ବୁସ କଟିଙ୍ଗ ସହ ପରିମଳ ବ୍ୟବସ୍ଥା ଠିକ ନଥିବାରୁ ସିଡିଏ ୧୦ ନମ୍ବର ଓ ୧୧ ନମ୍ବରରେ ଏବେ ଘରେ ଘରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟ ବଢ଼ୁଛି । କାଁ ଭାଁ କିଛି ୱାର୍ଡରେ ମଶା ତେଲ ପକେଇ ଦେଇ ହାତ ଟେକି ଦେଇଛି ସିଏମସି। ତେବେ ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡ ଖୋଲିବା, ପ୍ରତ୍ୟକ ଓ୍ବାର୍ଡରେ ନିରାକରଣ ପାଇଁ ମଶା ମରା ଧୂଆଁ ଦେବା ଏବଂ ଡେଙ୍ଗୁ ସଚେତନ କରିବା ଆଦି ବିସୟରେ ସିଏମସି ଆଗରେ ଦାବି କରିଛି କଂଗ୍ରେସ। ଏନେଇ ଆଜି କଟକ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବାରବାଟି କଟକ ବିଧାୟକଙ୍କ ଏକ ପ୍ରତିନିଧି ଦଳ ଓ କଂଗ୍ରେସ କର୍ପୋରେଟରମାନେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘେରିବା ସହ ସିଏମସି କାର୍ଯ୍ୟଳୟ ଠାରେ ହଙ୍ଗାମା କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ସଜାଗ ଅଛି ତ BMC ? ଭୁବନେଶ୍ବର ମାର୍କେଟରେ ଡେଙ୍ଗୁ ଆତଙ୍କ

ସେପଟେ ଡେଙ୍ଗୁ ନିରାକରଣ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ନେଇ ସଫେଇ ଦେଇଛି ମହାନଗର ନିଗମ। କଟକ ମହାନଗର ନିଗମର ସିଟି ସ୍ବାସ୍ଥ୍ୟ ଅଧିକାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଲୋକମାନେ ଘର ଛାତ ଉପରେ ଫୁଲ ଗଛ ଲଗାଇଛନ୍ତି, ଏହାର ଯତ୍ନ ନନେବା ଫଳରେ ମଶାମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାସହ ବର୍ତ୍ତମାନ ସୁଦ୍ଧା ଅଳିଆ ଆବର୍ଜନା ସଫା କରିବା ପାଇଁ ସବୁ ୱାର୍ଡର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫାଙ୍କା ରହିଥିବା ପ୍ଲଟମାନଙ୍କରେ ଜମି ରହୁଥିବା ଅଳିଆ ଆବର୍ଜନାର ସଫେଇ ଚାଲିଛି। ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯାଉଛି । ସେହିଭଳି ବର୍ତ୍ତମାନ ସମୟରେ କଟକ ସହରରେ 107 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଡେଙ୍ଗୁରେ କାହାର ମୃତ୍ୟ ହୋଇନଥିବା କଥା କହିଛନ୍ତି ସିଏମସିର ସ୍ବାସ୍ଥ୍ୟ ଅଧିକାରୀ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.