ETV Bharat / state

ବସ୍ତି ଘର ଦୋକାନ ଭାଙ୍ଗିଲା ସିଏମସି ଟ୍ୟାଙ୍କର, କାର୍ଯ୍ୟନୁଷ୍ଠାନ ନିର୍ଦେଶ ଦେଲେ ମେୟର

author img

By

Published : Jun 22, 2023, 3:19 PM IST

tanker destroyed slums house
tanker destroyed slums house

କଟକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ତୁଳସୀପୁରର ହରିଣପାର୍କ ବସ୍ତିରେ ସିଏମସି ଟ୍ୟାଙ୍କରର ବେପରୁଆ ଗାଡିଚଳନା ପାଇଁ ଭାଙ୍ଗିଗଲା ବସ୍ତିର ଅନେକ ଘର ଦୋକାନ । ଅଧିକ ପଢନ୍ତୁ

tanker destroyed slum house

କଟକ: ସିଏମସି ଟ୍ୟାଙ୍କରର ବେପରୁଆ ଗାଡିଚଳନା ପାଇଁ ଭାଙ୍ଗିଗଲା ବସ୍ତିର ଅନେକ ଘର ଦୋକାନ । କଟକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ତୁଳସୀପୁରର ହରିଣପାର୍କ ବସ୍ତିରେ ଘଟିଛି ଏହି ଦୁର୍ଘଟଣା । ତେବେ ପାର୍କ ପାଖରେ ଏକ CMC ଗାଡ଼ି ନିଜର ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଥିଲା । ଯାହା ଫଳରେ ଘର ଦୋକାନ ଇତ୍ୟାଦି ଉପରେ ଗାଡ଼ି ଟି ମାଡ଼ି ଯାଇଥିଲା । CMC ଗାଡ଼ିର ଏଭଳି ବେପରୁଆ ଗଡିଚାଳନା ପାଇଁ ଜଣେ ବସ୍ତି ଲୋକ ଗୁରୁତର ଆହତ ହୋଇଥିବା ବେଳେ ଉକ୍ତ CMC ଗାଡ଼ି ଚାଲକ ମଧ୍ୟ ଗୁରୁତର ଭାବେ ଆହତ ହୋଇ SCB ରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହ ଉକ୍ତ ଗଡ଼ିଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚାଲାଉ ଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ମାନେ ମତାମତ ଦେଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳ ସମୟରେ କଟକ ମହାନଗର ନିଗମର ପାଇଖାନା ଟାଙ୍କି ସଫା କରୁଥିବା ଗାଡ଼ି ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଥିଲା । ଯାହା ଫଳରେ ବସ୍ତି ରେ ଗୋଟେ ଘର ଓ ଦୋକାନ ଘର ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି । ଏନେଇ ଦୁର୍ଘଟଣାରେ ବସ୍ତିରେ ଜଣେ ଆହତ ହୋଇଥିବା ବେଳେ ଆଉ କିଛି ଲୋକ ସୌଭାଗ୍ୟବଶତଃ ବର୍ତି ଯାଇଛନ୍ତି । ସେପଟେ ନିଶାଶକ୍ତ ଅବସ୍ଥା ରେ ଗାଡ଼ି ଚଳାଉ ଥିବା ବସ୍ତି ଲୋକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କଟକରେ ଫେଲ ମାରିଲା ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୁହାହେଲା ମୃତଦେହ

ତେବେ ଏହି ଘଟଣାକୁ ନେଇ ମେୟର କହିଛନ୍ତି ଯେ, ଏଭଳି କାର୍ଯ୍ୟ ନିଶ୍ଚିନ୍ତ ନିନ୍ଦନୀୟ । ଯଦି ସେ ଗଡିଚାଳକ ମଦ୍ୟ ପାନ କରିଥାଏ ତେବେ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସହାୟତା ରାଶି ଦିଆଯିବ । ତେବେ ଆଗାମୀ ଦିନରେ ଯେପରି ବେପରୁଆ ଦୃଶ୍ୟ ଦେଖିବାକୁ ନ ମିଳେ ସେ ଦିଗରେ ସଚେତନ ହେବ ସିଏମସି । ସେହିପରି ଯେତିକି ଘର ଓ ଦୋକାନ ଭାଙ୍ଗିଛି ତାହାର ଆକଳନ ମଧ୍ୟ ଏବେ କରାଯାଉଛି । ଘଟଣା ସ୍ଥଳରୁ ସିଏମସିର ଟିମ ବୁଲି ଦେଖିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ଆର୍ଥିକ ସହାୟତା ରାଶି ଦିଆଯିବ ବୋଲି ମେୟର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.