ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: CMC କମିଶନର

author img

By

Published : Nov 27, 2022, 8:48 PM IST

ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: CMC କମିଶନର

କଟକ ବାରବାଟୀରେ ହେବ ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ । ୨୦୨୩ ଜାନୁଆରୀ ୧୧ରେ ହେବ ଏହି ମେଗା କାର୍ଯ୍ୟକ୍ରମ । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି CMC କମିଶନର । ଅଧିକ ପଢ଼ନ୍ତୁ

କଟକ: ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ କଟକ ବାରବାଟୀରେ ହେବ । ଏନେଇ CMC ଆରମ୍ଭ କରିଛି ପ୍ରସ୍ତୁତି ପ୍ରକ୍ରିୟା । ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ, ପରିମଳ, ପାର୍କିଂ ଇତ୍ୟାଦି ଅନେକ ଦିଗରେ ଆରମ୍ଭ ହୋଇଛି କାମ । ୨୦୨୩ ଜାନୁଆରୀ ୧୧ରେ ହେବ ଏହି ମେଗା କାର୍ଯ୍ୟକ୍ରମ ।

ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: CMC କମିଶନର

ଐତିହାସିକ ବାଲିଯାତ୍ରାର ସଫଳତାକୁ ନେଇ ବିଶ୍ବ ଦରବାରରେ ପ୍ରଶଂସା ସାଉଁଟିଥିବା କଟକ ଆଉ ଏକ ଗୌରବର ମୁକୁଟ ପିନ୍ଧିବାକୁ ଯାଉଛି । ଆସନ୍ତା ବର୍ଷ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ କଟକରେ ଅନୁଷ୍ଠିତ ହେବ । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ । ଜାନୁଆରୀ ୨୯ ଯାଏଁ କଳିଙ୍ଗ ଓ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିବ ଏହି ବିଶ୍ବକପ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିଅମରେ ହେବ । ଏନେଇ କଟକ ମହାନଗର ନିଗମକୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ ।

ଏହି ମେଗା କାର୍ଯ୍ୟକ୍ରମ ପୂର୍ବରୁ ବିଭାଗୀୟ ସଚିବ ବାରବାଟୀ ବୁଲି ଦେଖିଛନ୍ତି । ଏହାସହ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଷ୍ଟାର ଆର୍ଟିଷ୍ଟ ବାରବାଟୀ ଆସିବେ । ସେମାନଙ୍କ ଗୀତ ଓ ନୃତ୍ୟରେ ଝୁମିବ ଓଡିଶା । ତେବେ ଅନଲାଇନ ଟିକେଟ ବ୍ୟବସ୍ଥା ମଧ୍ୟ ରହିବ । ତେବେ ଏଭଳି ଗ୍ରାଣ୍ଡ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପ୍ରସ୍ତୁତ ବୋଲି କହିଛନ୍ତି CMC କମିଶନର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.