ETV Bharat / state

ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ, ମୁହଁ ଖୋଲିଲେ ସିଏମସି କମିଶନର

author img

By ETV Bharat Odisha Team

Published : Dec 11, 2023, 9:36 PM IST

CMC Commissioner on Balijatra irregularities
CMC Commissioner on Balijatra irregularities

CMC Commissioner on Balijatra irregularities: ଚଳିତ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଘଟଣା । ବହୁ ଅଭିଯୋଗ ଆସିବା ପରେ ଶେଷରେ ମୁହଁ ଖୋଲିଲେ ସିଏମସି କମିଶନର । ଅଧିକ ପଢନ୍ତୁ

ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ, ମୁହଁ ଖୋଲିଲେ ସିଏମସି କମିଶନର

କଟକ: ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ପ୍ରସଙ୍ଗ । ବହୁ ଅଭିଯୋଗ ଆସିବା ପରେ ଶେଷରେ ମୁହଁ ଖୋଲିଲେ ସିଏମସି କମିଶନର ନିଖିଲ ପବନ କଲ୍ୟାଣ । ବାଲିଯାତ୍ରାରେ ୩ କୋଟିରୁ ଅଧିକ ଟଙ୍କାର ଅନିୟମିତତା ହୋଇଥିବା ନେଇ ଶାସକ ଦଳ ସମେତ ବିରୋଧୀମାନେ ଅଭିଯୋଗ ଆଣିଥିଲେ । ମାତ୍ର ଏନେଇ ସିଏମସି କମିଶନର କୌଣସି ପ୍ରତିକ୍ରିୟା ଦେଉନଥିଲେ କି କୌଣସି ସ୍ପଷ୍ଟୀକରଣ ବି ରଖୁନଥିଲେ । ଅଭିଯୋଗର ଫର୍ଦ୍ଦ ଲମ୍ବା ହେବା ପରେ ଶେଷରେ ଆଜି (ସୋମବାର) ମୁହଁ ଖୋଲିଛନ୍ତି କମିଶନର।

ଏନେଇ ସେ କହିଛନ୍ତି, "ବାଲିଯାତ୍ରାରେ ଯେଉଁ ସବୁ କାର୍ଯ୍ୟର ଟେଣ୍ଡର ଦିଆଯାଇଥିଲା ତାହାର କୌଣସି ପେମେଣ୍ଟ ଦିଆଯାଇନାହିଁ । କାର୍ଯ୍ୟ ଦେଖି ପେମେଣ୍ଟ ଦେବାର ବ୍ୟବସ୍ଥା ରହିଛି । ଏହାର ତଦନ୍ତ ପାଇଁ କମିଟି ମଧ୍ୟ ଗଠନ କରାଯାଇଛି। ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ କରାଯାଇଛି । ସିଏମସି କାଉନସିଲରେ ପାସ ହେବା ପରେ ଟେଣ୍ଡର ଦିଆଯାଇଛି । ଏବେ ଯେଉଁ ସବୁ ଅଭିଯୋଗ ଆସିଛି ତାହା କମିଟି ରିପୋର୍ଟ ଆସିବା ପରେ ହିଁ ପେମେଣ୍ଟ କରାଯିବ। କୌଣସି ଅନିୟମିତତା ହୋଇନାହିଁ ।"

ଏହା ବି ପଢନ୍ତୁ- ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଅନୁଧ୍ୟାନ କଲା ତଦନ୍ତ କମିଟି

ମାତ୍ର ଏବେ ପ୍ରଶ୍ନ ଉଠୁଛି କିପରି ଏବଂ କେଉଁ ଉଦ୍ଦେଶ୍ୟରେ କମ ଦାମର କାର୍ଯ୍ୟକୁ ଅଧିକ ଚଢା ଦରରେ ଦିଆଗଲା ? ଅଭିଯୋଗ ଆସିବା ପରେ କମିଟି କାହିଁକି ଗଠନ କରାଗଲା ? ଏହି ପ୍ରକ୍ରିୟାରେ ମନ୍ଦ ଉଦ୍ଦେଶ୍ୟ ରହିଥିଲା କି ? ସୂଚନା ଥାଉ କି ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସେ ତୋରଣ ହେଉ ଏବା ବାଣ ଫୁଟା ବାଲିଯାତ୍ରାର ପ୍ରତ୍ୟେକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ମଧ୍ୟ ଏହାର ଗନ୍ଧ ବାରି ପାରିଛି ।

ଏହା ବି ପଢନ୍ତୁ- ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼, ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ

ଟେଣ୍ଡର ପ୍ରକ୍ରିୟାରେ ସମୁଦାୟ ୩ କୋଟି ୩୨ ଲକ୍ଷ ଟଙ୍କାକୁ ଚଞ୍ଚକତା କରି ନେଇଥିଲେ ସମ୍ପୃକ୍ତ ଠିକା ସଂସ୍ଥା । ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ନେଇଥିଲେ ସଂସ୍ଥା । ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏଥର ୨୦୦ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିବାକୁ ଅନୁକମ୍ପା ଦେଖାଇଥିଲା ସିଏମସି । କେଉଁ ଉଦ୍ଦେଶ୍ୟରେ ଉକ୍ତ ଏଜେନ୍ସିକୁ ସମାନ କାମକୁ ଅଧିକ ଟଙ୍କାରେ ଦିଆ ଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ?

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.