ETV Bharat / state

Rajashree Swain Death: ଓସିଏ କାର୍ଯ୍ୟାଳୟ ଆଗରେ ଗର୍ଜିଲା ବିଜେପି, ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By

Published : Jan 14, 2023, 1:54 PM IST

ଓସିଏ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ
ଓସିଏ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ଓସିଏ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଦଳ । ଅଧିକ ପଢନ୍ତୁ

ଓସିଏ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ: ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢୁଛି ବିବାଦ । ମହିଳା କ୍ରିକେଟରକୁ ନ୍ୟାୟ ଦେବା ପାଇଁ ଓସିଏ କାର୍ଯ୍ୟାଳୟ ଆଗରେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଛି କଟକ ନଗର ବିଜେପି । ଦଳର କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ଆଗରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ଏହି ଘଟଣା ପାଇଁ ତାଙ୍କୁ ଦାୟୀ କରିଛନ୍ତି । ଏହାସହିତ ରାଜଶ୍ରୀଙ୍କ ମୃତ୍ୟୁ ମାମଲାରେ ବିଜେପି ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ।

ସୂଚନା ମୁତାବକ, ଗତ ୧୧ ତାରିଖରୁ ନିଖୋଜ ଥିବା ରାଜଶ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଖୁଣ୍ଟୁଣି ଗୁରୁଡିଝାରିଆ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । ତାଙ୍କ ଶରୀରରେ କିଛି କ୍ଷତ ରହିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଓଡିଶା କ୍ରୀଡା ଜଗତରେ ଦୁଃଖର ଲହରୀ ଖେଳିଯାଇଥିଲା । ଗୋଟିଏ ପଟେ ରାଜଶ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଥିବା ବେଳେ ଏହି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ବିଜେପିର କହିବା ଅନୁସାରେ, ରାଜ୍ୟରେ ମହିଳା ଅସୁରକ୍ଷିତ ଥିଲା । ଏବେ କ୍ରୀଡା ଜଗତରେ ମଧ୍ୟ ମହିଳା ଅସୁରକ୍ଷିତ ହୋଇ ପଡିଲେଣି । ରାଜଶ୍ରୀଙ୍କ ଯେପରି ମୃତ୍ୟୁ ହୋଇଛି ଏଥିରୁ ଜଣାପଡୁଛି ରାଜ୍ୟରେ ସରକାର ସମ୍ପୂର୍ଣ୍ଣ ଅପାରଗ ହୋଇପଡିଛି । ବର୍ତ୍ତମାନ ସମୟରେ ରାଜଶ୍ରୀଙ୍କୁ ନ୍ୟାୟ ଦେବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେପି କର୍ମୀ ।

ଏହାମଧ୍ୟ ପଢନ୍ତୁ: କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା, ହାତଲେଖା ଚିଠି ନେଇ ବଢିଲା ଚର୍ଚ୍ଚା

ଅନ୍ୟପଟେ ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ଓସିଏର ଚୟନ ପ୍ରକ୍ରିୟାକୁ ତାଙ୍କର ପରିବାର ଲୋକେ ଦାୟୀ କରିଛନ୍ତି । ମୃତ କ୍ରିକେଟରଙ୍କ ସ୍କୁଟିରୁ ଜବତ ହୋଇଥିବା ହାତଲେଖା ଚିଠିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଚିଠିରେ ମୃତ୍ୟୁ ପାଇଁ ଓସିଏସର ଜଣେ କର୍ମକର୍ତ୍ତାଙ୍କୁ ଦାୟୀ କରାଯାଇଥିବା କୁହାଯାଉଛି । ତେବେ ପ୍ରକୃତରେ ସେହି ଚିଠିଟି ରାଜଶ୍ରୀଙ୍କର ହାତଲେଖା ନାଁ ଆଉ କାହାର ତାହାର ଯାଞ୍ଚ ପାଇଁ ହାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖକୁ ପୋଲିସ ପଠାଇବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.