ETV Bharat / state

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ, ସହାୟତା ଅପେକ୍ଷାରେ ପରିବାର

author img

By ETV Bharat Odisha Team

Published : Nov 1, 2023, 7:51 PM IST

debasish seeking help for treatment
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ

ଦୁର୍ଘଟଣାରେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ନିଆଳି ଅଞ୍ଚଳର ଜଣେ ଯୁବକ । ଚିକିତ୍ସା ପାଇଁ ଅର୍ଥଭାବ କାରଣରୁ ସହାୟତା ଆଶାରେ ଦେବାଶିଷଙ୍କ ପରିବାର । ଅଧିକ ପଢନ୍ତୁ

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ


ନିଆଳି: ମେଡିକାଲ ବେଡରେ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି ଯୁବକ । ଏକ ସଡ଼କ ଦୁର୍ଘଟଣାରେ ଶରୀରର ୮୦ ଭାଗ ଆଘାତ ଲାଗିଥିବାବେଳେ ଗୁରୁତର ଅଛନ୍ତି ଦେବାଶିଷ ନାୟକ। ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକ ଥିବାବେଳେ ଏଥି ପାଇଁ ପରିବାର ଏବଂ ଗ୍ରାମବାସୀ ସରକାରୀ ଏବଂ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଦେବାଶିଷ ନାୟକ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିବାରକୁ ଘାରିଛି ପୁଅର ଚିକିତ୍ସା ଚିନ୍ତା ।


ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ମାଧବ ପଞ୍ଚାୟତସ୍ଥିତ ତାମ୍ପଦା ରଘୁନାଥପୁର ଗାଁର ସୁକାନ୍ତ ନାୟକଙ୍କ ଏକମାତ୍ର ପୁଅ ହେଉଛନ୍ତି ଦେବାଶିଷ । ଦେବାଶିଷ ଗତ ୨୫ ତାରିଖ ଦିନ ଗାଈ ଦାନା ପାଇଁ ଯାଇଥିବାବେଳେ ମାଧବ ଓ ତାମ୍ପଦା ରାସ୍ତାରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କ ମୁହଁ, ଗୋଡ, ହାତ ଓ ମେରୁଦଣ୍ଡ ଭାଙ୍ଗିଯିବା ସହିତ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ସୁକାନ୍ତଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବା ଯୋଗୁଁ ସେ ଚିନ୍ତାରେ ଦିନ କାଟୁଛନ୍ତି । ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଠାରୁ ଯାହା କିଛି ସହାୟତା ମିଳିଥିଲା ସେତକ ବି ସରିଗଲାଣି । ଦେବାଶିଷ ଚିକିତ୍ସା ପାଇଁ ବହୁ ଅର୍ଥ ଆବଶ୍ୟକ ବୋଲି ପରିବାର ଲୋକେ କହିଛନ୍ତି ।

ଏନେଇ ଦେବାଶିଷଙ୍କ ବାପା ସୁକାନ୍ତ କହିଛନ୍ତି," ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟ ବୀମା କାର୍ଡରେ ଯେତିକି ଅର୍ଥ ଅଛି ତାହା ସମୁଦ୍ରକୁ ଶଙ୍ଖେ । ଦେବାଶିଷଙ୍କ ଚିକିତ୍ସା ପାଇଁ ଗାଁର ଲୋକମାନେ ସୋସିଆଲ ମିଡ଼ିଆର ସାହାରା ମଧ୍ୟ ନେଇଛନ୍ତି । ସୁକାନ୍ତ ନାୟକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେ ଏତେ ପରିମାଣର ଅର୍ଥ କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । "ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅଧିକ ସହାୟତା ମିଳିଲେ ଦେବାଶିଷଙ୍କ ଚିକିତ୍ସା ହେବା ସହିତ ଅପରେସନ ହୋଇପାରିବ" ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଏହା ବି ପଢନ୍ତୁ...ମାନସିକ ରୋଗରେ ଆକ୍ରାନ୍ତ ପୁଅ, କାନ୍ଦି କାନ୍ଦି ସହାୟତା ମାଗୁଛି ମା'

ଦୁର୍ଘଟଣା ପରଠାରୁ ସୁକାନ୍ତ ଘରେ ଚୁଲି ଜଳୁ ନାହିଁ । ପରିବାର ଲୋକେ ଦେବାଶିଷଙ୍କ ଚିକିତ୍ସା ପାଇଁ ଚିନ୍ତାରେ ଅଛନ୍ତି। ଗ୍ରାମବାସୀଙ୍କ କହିବା କଥା, "ଦେବାଶିଷ ଯୁକ୍ତ ଦୁଇ କଳା ଛାତ୍ର ଭାବରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଜଣେ ମେଧାବୀ ଛାତ୍ର ଓ ମେଳାପି ପିଲା । ତାଙ୍କ ଚିକିତ୍ସା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ସହାୟତା ମିଳିପାରିଲେ ତାଙ୍କ ଜୀବନ ବଞ୍ଚିଯାଇପାରନ୍ତା ।"

ଆପଣ ଦେବାଶିଷଙ୍କୁ ସହାୟତା କରିବାକୁ ଚାହୁଁଥିଲେ ଦେବାଶିଷଙ୍କ ବାପା ସୁକାନ୍ତ ନାୟକଙ୍କ ଉପରୋକ୍ତ ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ ନମ୍ବର ମାଧ୍ୟମରେ ସହାୟତା କରିପାରିବେ ।

ଇଣ୍ଡିଆନ ବ୍ଯାଙ୍କ, ମାଧବ ଶାଖା

ଆକାଉଣ୍ଟ ନମ୍ବର୦- ୮୯୨୩୭୮୯୩୯

IFSC code - IDIB000M277

ଫୋନ ପେ- ୮୬୫୮୫୨୩୮୬୫

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.