ETV Bharat / state

Bahanaga Train Tragedy: SCBରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା 292କୁ ବୃଦ୍ଧି

author img

By

Published : Jun 18, 2023, 2:10 PM IST

bahanaga train accident
bahanaga train accident

ବାଲେଶ୍ବର ବାହନଗା ଦୁର୍ଘଟଣାରେ ଆଉ ଜଣେ ଆହତ ଯାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଅଧିକ ପଢନ୍ତୁ

କଟକ: ଆଖି ବୁଜିଲେ ଆଉ ଜଣେ ବାଲେଶ୍ବର ବାହାନଗା ଦୁର୍ଘଟଣାରେ ଚିକିତ୍ସାଧୀନ ଆହତ ଯାତ୍ରୀ । କଟକ ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୨୬ ବର୍ଷୀୟ ପାଲଟୁ ନାସ୍କାର । ତାଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଆହତ ହୋଇ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ICUରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଦୁର୍ଘଟଣାର ୧୬ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଏସସିବିରେ ଆଉ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୨କୁ ବୃଦ୍ଧି ହୋଇଛି । ଘଟଣା ଦିନ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

କେତେ ସ୍ବପ୍ନ ନେଇ ଘରୁ ବାହାରିଥିଲେ ୨୬ବର୍ଷୀୟ ପାଲଟୁ ନାସ୍କାର । ହେଲେ ଏହି ଦୁର୍ଘଟଣା ଯୋଗୁଁ ସବୁ କିଛି ଅଧାରେ ରହିଗଲା । ସେଦିନ ସିନା ଦୁର୍ଘଟଣାରେ ବର୍ତ୍ତି ଯାଇଥିଲେ ହେଲେ ଆଜି ଆଖି ବୁଜିଛନ୍ତି ପାଲଟୁ । ପୁଅକୁ ହରାଇ ପରିବାର ଏବେ ନିର୍ବାକ । ସେହିପରି ଗତକାଲି ବିହାରର ୩୩ ବର୍ଷୀୟ ସୋହିମ ମନସୁରଙ୍କ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ଗତ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଆଉ ଜଣେ ବିହାରର ପ୍ରକାଶ ରାମଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Train Tragedy: ଏସସିବିରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ-ବାହାନଗା ଟ୍ରେନ ଦୁର୍ଘଟଣା: ଚିକିତ୍ସାଧୀନ ଭାବେ SCBରେ ଆଉ ଜଣେ ମୃତ

ବାହାନଗାଠାରେ ଟ୍ରେନ ଦୁର୍ଘଟଣାକୁ ଇତି ମଧ୍ୟରେ ୧୬ ଦିନ ବିତି ଗଲାଣି । ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ଓ ୧୦୦୦ ଅଧିକ ଆହତ ହୋଇଥିଲେ । ପରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁସଂଖ୍ୟା ୨୯୨କୁ ବୃ୍ଦ୍ଧି ପାଇଛି । ଅନ୍ୟପଟେ ଦୁର୍ଘଟଣାର ଏତେ ଦିନ ପରେ ବି ଆଜି ଯାଏ ଅନେକ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏମ୍ସରେ ୮୧ଟି ମୃତଦେହ ଚିହ୍ନଟ ଅପେକ୍ଷାରେ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.