ETV Bharat / state

ASO ଚୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି

author img

By

Published : Aug 9, 2023, 1:26 PM IST

Updated : Aug 9, 2023, 5:18 PM IST

ASO ଚୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ
ASO ଚୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

ASO ଚୟନ ପ୍ରକ୍ରିୟା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

କଟକ: ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ହାଇକୋର୍ଟ ଆଜି ରୋକ୍ ଲଗାଇଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ଏହି ରହିତାଦେଶ ଜାରି ହୋଇଛି । ଡିଭିଜନ ବେଞ୍ଚ ମୁଖ୍ୟ ବିଚାରପତି ଜଷ୍ଟିସ ସୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥ ଏହି ରହିତାଦେଶ ଜାରି କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ମାମଲା ଦାୟର କରିଥିଲେ ଆବେଦନକାରୀ । ASO ଚୟନ ଅନିୟମିତତା ମାମଲାର ଶୁଣାଣି କରି ଜଣିକିଆ ଖଣ୍ଡପୀଠ ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଥିଲେ । ତେବେ ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିଲା ରିଭ୍ୟୁ ପଟିସନ । ସେହି ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିଲା ଆଉ ଏକ ରିଟ୍ ପିଟିସନ । ଉଭୟ ମାମଲାର ଏକକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଏହାକୁ ଖାରଜ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ASO Recruitment: ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କର: ହାଇକୋର୍ଟ

ଏହାମଧ୍ୟ ପଢନ୍ତୁ: ASO ଚୟନ ଅନିୟମିତତା ମାମଲା, ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ ଖାରଜ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେ' 19 ତାରିଖରେ ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ ଅଫିର(ASO) ନିଯୁକ୍ତି ଅନିୟମିତତା ମାମଲାରେ OPSCର ମେରିଟ ଲିଷ୍ଟକୁ ଗତ ଖାରଜ କରିଦେଇଥିଲେ । ମୋଟ (Aggregate) ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ OPSCକୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କହିରଖୁଛୁ କି, ଓପିଏସସି ଅଧୀନରେ ହୋଇଥିବା ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ । ହାଇକୋର୍ଟରେ ଦାୟର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି କହିଥିଲେ କୋର୍ଟ । ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ୨୦୧୬ ବିଜ୍ଞପ୍ତି ଅନୁଯାୟୀ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated :Aug 9, 2023, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.