ETV Bharat / state

ASO ଚୟନ ଅନିୟମିତତା ମାମଲା, ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ ଖାରଜ

author img

By

Published : Jul 31, 2023, 1:08 PM IST

ହାଇକୋର୍ଟରେ ASO ଚୟନ ଅନିୟମିତତା ମାମଲା । ପୂର୍ବ ରାୟର ପୁନର୍ବିଚାର ପାଇଁ ଆବେଦନ ହୋଇଥିବା ବେଳେ ମାମଲାରେ ଦାଖଲ ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

Odisha ASO Exam
Odisha ASO Exam

କଟକ: ହାଇକୋର୍ଟରେ ASO ଚୟନ ଅନିୟମିତତା ମାମଲା । ପୂର୍ବ ରାୟର ପୁନର୍ବିଚାର ପାଇଁ ହୋଇଥିଲା ଆବେଦନ । ଏହି ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ ଖାରଜ । ଉଭୟ ମାମଲାର ଏକକାଳୀନ ଶୁଣାଣି କରି ଖାରଜ କଲେ ହାଇକୋର୍ଟ । ପୂର୍ବରୁ ASO ମେଧା ତାଲିକାକୁ ଖାରଜ କରିଥିଲେ କୋର୍ଟ ।

ସୂଚନା ମୁତାବକ, ଗତ ମେ' ୧୯ରେ ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ହାଇକୋର୍ଟ OPSCର ମେରିଟ ଲିଷ୍ଟକୁ ଖାରଜ କରିବା ସହ ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଲିଖିତ ପରୀକ୍ଷାରେ ମୋଟ ମାର୍କ ଆଧାରରେ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟରେ ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲାରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ତେଣୁ ଉଭୟ ଆବେଦନର ଏକକାଳୀନ ଶୁଣାଣି କରି ଖାରଜ କଲେ ହାଇକୋର୍ଟ ।

ଏହା ମଧ୍ୟ ପଢନ୍ତୁ- ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ, 2 ମାସ ଭିତରେ ସାନି ତାଲିକା ପ୍ରକାଶ ନିର୍ଦ୍ଦେଶ

ପ୍ରକାଶ ଥାଉକି, OPSC ଅଧୀନରେ ହୋଇଥିବା ASO ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଆବେଦନକାରୀ । ହାଇକୋର୍ଟରେ ଦାୟର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି କହିଥିବା ବେଳେ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ତେବେ ୨୦୧୬ ବିଜ୍ଞପ୍ତି ଅନୁଯାୟୀ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ: OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୭୯୬ଟି ASO ପଦବୀ ପାଇଁ ଗତ ଅଗଷ୍ଟ ମାସରେ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରୀକ୍ଷା ହୋଇଥିଲା । ନଭେମ୍ବର ୭ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ ୧୧୦୪ ଜଣ ଆଶାୟୀ କୃତକାର୍ଯ୍ୟ ହୋଇଥିଲେ । ମାତ୍ର ପରୀକ୍ଷା ଫଳ ପ୍ରକାଶ ପରେ ହଜାର ହଜାର ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଧାରଣାକୁ ଓହ୍ଲାଇଥିଲେ ପରୀକ୍ଷାର୍ଥୀ । କେଉଁ ଆଧାରରେ ସେମାନଙ୍କୁ ବାଦ୍ ଦିଆଯାଇଛି ତାହା ଜାଣିବାକୁ ଓ ମାର୍କ ସିଟ୍ ସାର୍ବଜନୀନ କରିବାକୁ ଦାବି କରିଥିଲେ । କଟକ ଲୋକସେବା ଆୟୋଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଆଶାୟୀ । ପରୀକ୍ଷା ପରେ କଟ୍‌ ଅଫ୍ ମାର୍କ, ମାର୍କସିଟ୍ ଆସିବାରେ ବିଳମ୍ବ, ଏପରିକି ପରୀକ୍ଷା ହଲରେ ଖାତା ଖୋଲି ନଥିବା ପିଲା ବି ପାସ୍ କରିଥିବା ଅଭିଯୋଗ କରିଥିଲେ ଶହ ଶହ ଆଶାୟୀ । ପରେ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.