ETV Bharat / state

କଟକ ରେଳ ଷ୍ଟେସନରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

author img

By ETV Bharat Odisha Team

Published : Jan 14, 2024, 8:43 PM IST

Ashwini Vaisnaw in Cuttack: କଟକ ରେଳ ଷ୍ଟେସନରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଭଦ୍ରକରୁ ଭୁବନେଶ୍ୱର ଫେରିବା ରାସ୍ତାରେ କଟକ ଷ୍ଟେସନଠାରେ ଓହ୍ଲାଇଥିଲେ। ଅଧିକ ପଢନ୍ତୁ

ବିକାଶ କାର୍ଯ୍ୟର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ
ବିକାଶ କାର୍ଯ୍ୟର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

ବିକାଶ କାର୍ଯ୍ୟର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

କଟକ: ରେଳ ଷ୍ଟେସନରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବା ପାଇଁ କିଛି ଦିନ ପୂର୍ବେ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ତ୍ରୀ ଭଦ୍ରକରୁ ଭୁବନେଶ୍ୱର ଫେରିବା ରାସ୍ତାରେ କଟକ ଷ୍ଟେସନଠାରେ ଓହ୍ଲାଇଥିଲେ । କଟକ ଷ୍ଟେସନରେ ନିର୍ମାଣଧୀନ କାର୍ଯ୍ୟର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଷ୍ଟେସନ ବୁଲି ଦେଖିବା ସହିତ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ଏଥିପାଇଁ ସେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ ଡିଆରଏମ ଓ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ କଟକ ରେଳ ଷ୍ଟେସନରେ ଗତ 12 ତାରିଖରେ ଖୋଲିଥିବା ମାଣିଆ ବନ୍ଧ ହସ୍ତଶିଳ୍ପ ଷ୍ଟଲ ମଧ୍ୟ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସପ୍ତାହେ ପୂର୍ବରୁ ମାଣିଆ ବନ୍ଧର ବୁଣାକାରଙ୍କ ହାତ ତିଆରି ଜିନିଷକୁ କଟକ ରେଳ ଷ୍ଟେସନରେ ବିକ୍ରି ପାଇଁ ଏକ ଷ୍ଟଲ ଖୋଲିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ର ରେଳମନ୍ତ୍ରୀ ହେବେ କଟକ ଲୋକସଭା ପ୍ରାର୍ଥୀ ! ବଢ଼ୁଛି ଚର୍ଚ୍ଚା

ଗତ 12ତାରିଖରେ କଟକ ରେଳ ଷ୍ଟେସନରେ ଏହି ଷ୍ଟଲ ଉଦଘାଟନ ହୋଇଥିଲା । ଆଉ ଯଥାଶୀଘ୍ର ଏହା କାର୍ଯ୍ୟକାରୀ ହୋଇଥିବାରୁ ମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଷ୍ଟେସନର ବିକାଶ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହା ଶୀଘ୍ର ପୂରଣ ହେବ। କାମ ଜୋରସୋରରେ ଆଗେଇ ଚାଲିଛି ।" ଏହି ସମୀକ୍ଷା ସମୟରେ ପୂର୍ବତଟର ମହାପ୍ରବନ୍ଧକ, ଖୋର୍ଦ୍ଧା ରୋଡ ଡିଆରଏମ ଓ ବରିଷ୍ଠ ରେଳବାଇ ଅଧିକାରୀଙ୍କ ସମେତ ବିଜେପିର ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅଶ୍ବିନୀ ବୈଷ୍ଣବ ପ୍ରଶାସନିକ ଅଧିକାରୀ ଥିବା ସମୟରୁ ହିଁ ତାଙ୍କର କଟକ ସହ ଭଲ ସମ୍ପର୍କ ରହିଛି । ସେ କଟକ ବାରମ୍ବାର ଆସିବା ଏବଂ କଟକର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ କଟକରୁ ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଗତ ଦୁଇ ବର୍ଷ ହେବ ସେ ବାରମ୍ବାର କଟକ ଆସୁଥିବାବେଳେ କଟକ ରେଳ ଷ୍ଟେସନର ଉନ୍ନତି ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ଜାନୁଆରୀ ମାସରୁ ହିଁ ସେ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.