ETV Bharat / state

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସାମାନ୍ୟ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

author img

By

Published : Mar 15, 2023, 3:39 PM IST

archana nag case
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା

ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଜାମିନ ମିଳିଛି । ଅଧିକ ପଢ଼ନ୍ତୁ

କଟକ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଖଣ୍ଡଗିରି ଥାନାରେ ହୋଇଥିବା ଏତଲା ଉପରେ ଜାମିନ ମିଳିଛି । ଏନେଇ ଜଗବନ୍ଧୁଙ୍କ ଓକିଲ ପ୍ରଭୁ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ଜଗବନ୍ଧୁଙ୍କ ନାଁରେ ତିନୋଟି ମାମଲା ରୁଜୁ ହୋଇଥିବାବେଳେ କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି ।

ଜଗବନ୍ଧୁ ନିଜର ପାସପୋର୍ଟ ଜମା କରିବା, କାହାକୁ ଧମକଚମକ ନଦେବା ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା କରି ସାରିବା ପରେ ଶ୍ରଦ୍ଧାଞ୍ଜଳି ମାମଲା ନେଇ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହାସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଅର୍ଚ୍ଚନା ଷଡ଼ଯନ୍ତ୍ରରେ ସ୍ବାମୀ ଜଗବନ୍ଧୁ ସାମିଲ ରହିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି । ଖଣ୍ଡଗିରି ପୋଲିସ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲଣ କରିଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଏହାଛଡ଼ା ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏକ ମାମଲା ଓ ଇଡିରେ ଏକ ମାମଲା ଅଛି ।

ଏହା ମଧ୍ୟ ପଢ଼ନ୍ତୁ: ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ବାନ୍ଧିଲା ଇଡି

ଜଗବନ୍ଧୁଙ୍କ ବିରୋଧରେ ଯେଉଁ ଅଭିଯୋଗ ଥିଲା ସେହି ଆଧାରରେ ଅର୍ଚ୍ଚନା ନାଗକୁ ଗିରଫ କରାଯାଇଥିଲା । ସେ ଅନେକଙ୍କୁ ଡରାଇଛନ୍ତି, ଧମକାଇଛନ୍ତି । ଏହାସହ ଫଟୋ ଭାଇରାଲ ମଧ୍ୟ କରିଥିଲେ । ସେସବୁ ଅଭିଯୋଗକୁ ଆଧାର କରି ଜଗବନ୍ଧୁ ଚାନ୍ଦକୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡିଥିଲା ଯେ,ଏହି କେସ୍‌ରେ ଜଗବନ୍ଧୁର ମଧ୍ୟ ସମ୍ପୃକ୍ତ ରହିଛି । ସେହି ଆଧାରରେ ତାକୁ ଗିରଫ କରାଯାଇଥିଲା । କେବଳ ସେତିକି ନୁହେଁ, ଜଗବନ୍ଧୁଙ୍କ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିଲା । କନେକ୍ଟିଂ ଟ୍ରାଞ୍ଜାକ୍ସନର ଯାଞ୍ଚ କରାଯାଇଥିଲା । ଗିରଫ ପରେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.