ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ବାନ୍ଧିଲା ଇଡି

author img

By

Published : Dec 23, 2022, 12:20 PM IST

Updated : Dec 23, 2022, 1:56 PM IST

jagabandhu chand arrested by ed

ଗିରଫ ହେଲେ ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ସ୍ବାମୀ । ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

jagabandhu chand arrested by ed

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା (Lady blackmailer case)। ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୯ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ପରେ ମନି ଲଣ୍ଡରିଂ ମାମଲାରେ (money laundering case) ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ଇଡି (Jagabandhu chand arrested by ED )। PMLA ଆକ୍ଟରେ ସେକ୍ସନ ୧୯ ଆଧାରରେ ଆଜି କୋର୍ଟରେ ଜଗବନ୍ଧୁଙ୍କୁ ହାଜର କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଅର୍ଚ୍ଚନା ମାମଲାରେ ଗିରଫ (Archana Nag) ହୋଇଥିଲେ ମିଡିଲମ୍ୟାନ ଖଗେଶ୍ବର ପାତ୍ର ଓ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ଆଉ ଏବେ ଜଗବନ୍ଧୁଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଗବନ୍ଧୁର ରିମାଣ୍ଡ ଶେଷ ହୋଇଥିବା ବେଳେ ଗିରଫ ଦର୍ଶାଇ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆଜି ଆବେଦନ କରିବ‌ । ତେବେ ଜଗବନ୍ଧୁ ରିମାଣ୍ଡରେ ଆସିଥିବା ବେଳେ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା ।

ମିଳିପାରୁନି ବଡବଡିଆଙ୍କ ଲିଙ୍କ୍‌

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାଇ ପ୍ରୋଫାଇଲ ଲିଙ୍କରେ ଏଯାବତ ଜଣେ ବିଜେଡି ବିଧାୟକଙ୍କ ଭାଇକୁ ଛାଡିଦେଲେ ଏଯାବତ କାହାରବି ଲିଙ୍କ ପାଇବାରେ ସମର୍ଥ ହୋଇପାରିନି ଇଡି । ଅର୍ଚ୍ଚନାଙ୍କ ମୋବାଇଲରେ ଅନେକ ତଥ୍ୟ ଲୁଚିଥିବା ବେଳେ ଏହାର ସାଇଣ୍ଟିଫିକ ରିପୋର୍ଟ ଚାହୁଁଥିଲା ଇଡି । ହେଲେ କମିଶନରେଟ ପୋଲିସ ଅର୍ଚ୍ଚନାର ମୋବାଇଲକୁ ଫରେନସିକକୁ ପ୍ରଥମ ପର୍ଯ୍ୟାୟରେ ପଠାଇନଥିଲା । ଯେଉଁଥି ପାଇଁ ଫରେନସିକ ଇଡିକୁ ଦେଇଥିବା ରିପୋର୍ଟରେ ଅର୍ଚ୍ଚନାର ମୋବାଇଲ ତଥ୍ୟ ଲାଗି ପାରିଲା ନାହିଁ । ଯେଉଁଥି ପାଇଁ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବଡବଡିଆଙ୍କ ତଥ୍ୟ ବାହାର କରିବା ଇଡି ପାଇଁ କଷ୍ଟସାଧ୍ୟ ହୋଇଛି ।

ତଥ୍ୟ ଅନୁଯାୟୀ, ଯେତେବେଳେ ଅର୍ଚ୍ଚନା ନାଗକୁ କମିଶନରେଟ ପୋଲିସ ଗିରଫ କରିଥିଲା, ସେତେବେଳେ ଅର୍ଚ୍ଚନାର ବ୍ୟକ୍ତିଗତ ମୋବାଇକୁ ଛାଡି ଅନ୍ୟ ମୋବାଇଲ,ଟାବଲେଟ ଓ ପେନ ଡ୍ରାଇଭ ସହ ହାର୍ଡ ଡିସ୍କକୁ ଯାଞ୍ଚ କରାଯାଇଥିଲା । ଯେତେବେଳେ ଜଗବନ୍ଧୁକୁ ଗିରଫ କରିଥିଲା କମିଶନରେଟ ପୋଲିସ ସେତେବେଳେ ପୂର୍ବରୁ ଅର୍ଚ୍ଚନାଙ୍କଠୁ ଜବତ କରିଥିବା ମୋବାଇଲକୁ ଜଗବନ୍ଧୁଙ୍କ ମୋବାଇଲର ସିଜର ଲିଷ୍ଟରେ ଦର୍ଶାଇ ଫରେନସିକ ଲ୍ୟାବକୁ ପଠାଯାଇଥିଲା । ଯାହାର ଡିଜିଟାଲ ତଥ୍ୟ ଏଯାଏଁ ଫରେନସିକ ଯାଞ୍ଚ କରିନାହିଁ ।

ଏହା ମଧ୍ୟ ପଢନ୍ତୁ-ନୂଆ ରୂପ ପାଇବ ଐତିହ୍ୟ ଅଠରନଳା, ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ବଡ଼ ପ୍ରଶ୍ନ ପୋଲିସ ଅର୍ଚ୍ଚନାଙ୍କ ମୁଖ୍ୟ ମୋବାଇଲକୁ ୬ତାରିଖରୁ ଜବତ କରି ୨୧ତାରିଖ ଯାଏଁ କାହିଁକି ପାଖରେ ରଖିଥିଲା । ୧୫ଦିନ ଧରି ପାଖରେ ରଖି କଣ ତଥ୍ୟ ଟାମ୍ପରି କରିଛି କି ପୋଲିସ ? ନିଜ ହେପାଜତରେ ମୋବାଇଲ ଥିବା ବେଳେ କିଛି ହାଇ ପ୍ରୋଫାଇଲ୍ ତଥ୍ୟ ଗାୟବ କରାଯାଇଛି କି ? ଏନେଇ ଅନେକ ପ୍ରଶ୍ନ ଉଠିଛି । ସେହିପରି କାହା ପାଖକୁ ଯାଇଥିଲା ଅର୍ଚ୍ଚନାଙ୍କ ମୋବାଇଲ , କିଏ ଡିଲିଟ୍‌ କରିଛି କି ଅର୍ଚ୍ଚନାଙ୍କ ମୋବାଇଲକୁ ହାଇ ପ୍ରୋଫାଇଲଙ୍କ ଲିଙ୍କ । ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 23, 2022, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.