ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

author img

By

Published : Oct 11, 2022, 10:01 PM IST

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ନବ ଜାତ ଶିଶୁର ମୃତ୍ୟୁ ଅଭିଯୋଗ । ଚାରିଛକ ଗୋଷ୍ଠୀ କେନ୍ଦ୍ରରେ ଚାପା ଉତ୍ତେଜନା,ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ଲୋକେ ।

ନିଆଳି: ନିମାପଡ଼ା ଥାନା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା । ଚିକିତ୍ସା ଅଭାବରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ଆଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପ୍ରତିବାଦ କଲେ ମୃତ ଶିଶୁର ପରିବାର ଲୋକେ । ଗୋଟିଏ ମାସରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ଲୋକେ ।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ମିଳିଥିବା ସୂଚନା ଅନୁଯାୟୀ ସୋମବାର ତୁଳସୀପୁର ପଞ୍ଚାୟତ ଭଇଁଚିଗୋରଡି ଗ୍ରାମର ମାନସ ଦାଶଙ୍କ ସ୍ତ୍ରୀ ମଧୁସ୍ମିତା ଦାଶଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ଆଜି(ମଙ୍ଗଳବାର) ଅପରାହ୍ନ ୪.୨୦ ସମୟ ମଧ୍ୟରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଓ ପରିବାର ଲୋକେ ଡାକ୍ତରଖାନାରେ ପ୍ରତିବାଦ କରିଥିଲେ । ଯାହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନାଙ୍କ ଓକିଲ ହେଲେ ଦେବାଶିଷ, ଭିଡି଼ଓ କନଫେରନ୍ସଂରେ ଓକିଲ ଚୟନ କଲେ ଅର୍ଚ୍ଚନା

ଏନେଇ ଖବର ପାଇ ଘଟଣାସ୍ଥଳରେ ଚାରିଛକ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ଶିଶୁମୃତ୍ୟୁ ପାଇଁ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିବା ବେଳେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅବହେଳାକୁ ଖଣ୍ତନ କରିଛନ୍ତି । ଶିଶୁପୁତ୍ର ଅତ୍ୟଧିକ କ୍ଷୀର ପାନ ପାଇଁ ମୃତ୍ୟୁ ହୋଇଛି ବୋଲି ମୁଖ୍ଯ ଚିକିତ୍ସା ଅଧିକାରୀ କହିଛନ୍ତି । ତେବେ ଗତ ଏକ ମାସ ମଧ୍ୟରେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତିନି ଶିଶୁ ମୃତ୍ୟୁ ହେବା ଘଟଣା ହେବ । ପଛରେ କେବଳ ଡାକ୍ତରଙ୍କ ଅବହେଳା ରହିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ମୃତ ଶିଶୁ ପୁତ୍ରର ବାପା ମାନସ ଦାଶ କହିଛନ୍ତି, "ଗତକାଲି ସକାଳ ୫ଟା ୧୫ ମନିଟରେ ମୋର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା, ଆଜି ୨ଥର ଚିକିତ୍ସା କରିବା ପରେ ତିନିଥର ବେଳକୁ ମୋ ପୁଅର ମୃତ୍ୟୁ ହୋଇଥିବା ଡାକ୍ତର କହୁଛନ୍ତି, ସେମାନେ ମିଛ କଥା କହୁଛନ୍ତି ।"

ଏନେଇ ସମାଜସେବୀ ଟୁଲୁ ମଲ୍ଲିକ କହିଛନ୍ତି, "ଏହି ହସ୍ପିଟାଲରେ ଶିଶୁ ଡାକ୍ତର ନାହାନ୍ତି । ଏହାପୂର୍ବରୁ ଜଣେ ଦାନ୍ତ ଡାକ୍ତର ଦେଖୁଥିଲେ, ସେ ଗତ ସପ୍ତାହରେ ମଧ୍ୟ ଗୋଟିଏ ଶିଶୁର ଜୀବନ ନେଇଛନ୍ତି । ଏକ ଲକ୍ଷ ଟଙ୍କା ଦେଇ ଏହି ଅଞ୍ଚଳର ତୁଙ୍ଗ ନେତାଙ୍କୁ ସାଥି କରି ଘଟଣାକୁ ଦବାଇ ଦିଆଗଲା । ତେବେ ଆଜି ଡାକ୍ତରଖାନାରେ ଶିଶୁର ମୃତ୍ୟୁ ଘଟିବା ପରେ ଡାକ୍ତର ହସ୍ପିଟାଲରୁ ପଳାଇଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.