ETV Bharat / city

ଅର୍ଚ୍ଚନାଙ୍କ ଓକିଲ ହେଲେ ଦେବାଶିଷ, ଭିଡି଼ଓ କନଫେରନ୍ସଂରେ ଓକିଲ ଚୟନ କଲେ ଅର୍ଚ୍ଚନା

author img

By

Published : Oct 11, 2022, 8:33 PM IST

ଅର୍ଚ୍ଚନାଙ୍କ ଓକିଲାତି ପାଇଁ ଅନେକ ଆଶାୟୀ, ଭିଡି଼ଓ କନଫେରନ୍ସରେ କଲେ ଓକିଲ ଚୟନ
ଅର୍ଚ୍ଚନାଙ୍କ ଓକିଲାତି ପାଇଁ ଅନେକ ଆଶାୟୀ, ଭିଡି଼ଓ କନଫେରନ୍ସରେ କଲେ ଓକିଲ ଚୟନ

ଲେଡ଼ି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କେସ ଲଢିବାକୁ ଅନେକ ଓକିଲ ଆଶାୟୀ । କୋର୍ଟରେ ଅର୍ଚ୍ଚନାଙ୍କ କେସ ଲଢିବାକୁ ଅନେକ ଓକିଲ ଆବେଦନ କରିଥିବା ବେଳେ ନିଜ ଓକିଲ ବାଛିଛନ୍ତି ଅର୍ଚ୍ଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag) ଙ୍କ କେସ ଲଢିବାକୁ ଅନେକ ଓକିଲ ଆଶାୟୀ । କୋର୍ଟରେ ଅର୍ଚ୍ଚନାଙ୍କ କେସ ଲଢିବାକୁ ଅନେକ ଓକିଲ ଆବେଦନ କରିଥିଲେ । ହେଲେ ଅର୍ଚ୍ଚନାଙ୍କ କେସ କିଏ ଲଢିବ ସେ ନେଇ ଖୋଦ ଅର୍ଚ୍ଚନା ନିଷ୍ପତ୍ତି ନେଇଛନ୍ତି । ଏସଡିଜେଏମ (SDJM) କୋର୍ଟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ସେ ହାଜର ହୋଇ ନିଜ ଓକିଲ ବାଛିଛନ୍ତି । ଆଇନଜୀବୀ ଦେବାଶିଷ ମହାପାତ୍ରଙ୍କୁ ଓକିଲ ଭାବେ ନିଯୁକ୍ତ କରିଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନାଙ୍କ ଓକିଲାତି ପାଇଁ ଅନେକ ଆଶାୟୀ, ଭିଡି଼ଓ କନଫେରନ୍ସରେ କଲେ ଓକିଲ ଚୟନ

ଅନେକ ଆଶାୟୀ ଓକିଲଙ୍କ ମଧ୍ୟରେ ସେ ଆଇନଜୀବୀ ଦେବାଶିଷ ମହାପାତ୍ରଙ୍କୁ ଚୟନ କରିଛନ୍ତି । ଅର୍ଚ୍ଚନାଙ୍କ ପାଇଁ କେସ ଲଢିବାକୁ ଥିବା ଆଇନଜୀବୀ ଦେବାଶିଷ ନିଜ ପ୍ରତିକ୍ରିୟାରେ କହିଛନ୍ତି, " ଅର୍ଚ୍ଚନାଙ୍କୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ଅନେକ ପ୍ରମାଣ ରହିଛି । ତେଣୁ ପୁରା ରେକର୍ଡ ପାଇବା ପରେ ସେ ଜାମିନ ପାଇଁ ଆବେଦନ କରିବେ । ଏନେଇ କୌଣସି ଆବେଦନ ହୋଇନାହିଁ କେବଳ ଏସଡିଜେଏମ କୋର୍ଟରେ ଓକିଲଙ୍କୁ ଲଢିବାକୁ ପାଓ୍ବାର ଦେଇଛନ୍ତି କୋର୍ଟ ।"

ତେବେ ଅର୍ଚ୍ଚନାଙ୍କ ନାଁରେ ଥିବା ୧୬ଟି ଦଫାରୁ କିଛି ବେଲେବଲ୍‌ ଓ ନନବେଲେବଲ୍‌ (bailable and non bailable)ରହିଛି । ତେଣୁ ତଳ କୋର୍ଟରେ ଜାମିନ ନମିଳିଲେ ସେସନ କୋର୍ଟ ଯିବେ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଅର୍ଚ୍ଚନାଙ୍କ ଗିରଫ ଘଟଣାରେ ଜାମିନ ପ୍ରସଙ୍ଗର ଶୁଣାଣି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ଶୁଣାଣି ହୋଇଥିଲା । ଭିସି ଯୋଗେ ଅର୍ଚ୍ଚନା କୋର୍ଟରେ ହାଜର ହୋଇ ଝାରପଡା ଜେଲରେ ନିଜ ପକ୍ଷ ରଖିଥିଲେ ।

ଏହା ବି ପଢନ୍ତୁ- ଭିଡିଓ କନଫରେନ୍ସରେ ହାଜର ହେଲେ ବ୍ଲାକମେଲର ଅର୍ଚ୍ଚନା, ଚାଲିଛି ଜାମିନ୍ ଆବେଦନର ଶୁଣାଣି

ଗତକାଲି (ସୋମବାର) ଏନେଇ ଶୁଣାଣି ହେବାର ଥିଲା । ଯେହେତୁ ଦୁଇ ଜଣ ଓକିଲ କୋର୍ଟରେ ଆବେଦନ କରିଥିଲେ ସେ ନେଇ କିଏ ତାଙ୍କ ଓକିଲ ଚିହ୍ନଟ ପାଇ ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ଅର୍ଚ୍ଚନା ହାଜର ହୋଇ ନିଜ ପାଇଁ ଓକିଲ ବାଛିଛନ୍ତି । ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ଚାନ୍ଦଙ୍କ ସ୍ବାମୀ ହେଉଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ । ମହିଳା ଜଣକ ଉଚ୍ଚ ଶିକ୍ଷିତା ଓ ଆଇନ ପାଠ ପଢିଥିବା ଜଣାପଡିଛି ।

ସ୍ବାମୀ ଜଗବନ୍ଧୁ ଚାନ୍ଦ ସହାୟତାରେ ଏଭଳି କଳା କାରନାମାରେ କରୁଥିବା ସନ୍ଦେହ ହେଉଛି । ତାଙ୍କ ଫାସରେ ଅନେକ ନାମିଦାମି ବ୍ୟକ୍ତି ରହିଛନ୍ତି । ବ୍ଲାକ ମେଲରଙ୍କ ହାଇପ୍ରୋଫାଇଲ ପଲିଟିକାଲ ଲିଙ୍କ ରହିଛି । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଏକ ବ୍ୟୟବହୁଳ ବଙ୍ଗଳା ମଧ୍ୟ ତିଆରି କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଏହି ବିଳାସପୂର୍ଣ୍ଣ ବଙ୍ଗଳା । ବଙ୍ଗଳା ଭିତରେ ରହିଛି ନାମୀ ଦାମି କଂପାନୀର ସାମଗ୍ରୀ । ବଡ ପ୍ରଶ୍ନ ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପାଖକୁ କୁଆଡୁ ଆସୁଥିଲା ଏତେ ଟଙ୍କା ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ଏହି ଲେଡିଙ୍କ ସ୍ବାମୀ ଜଗବନ୍ଧୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲେଡି ଜଣଙ୍କ ସୁଚିନ୍ତିତ ଢଙ୍ଗରେ ନେତାଙ୍କ ସହିତ ରଖୁଥିଲେ ସମ୍ପର୍କ । ପ୍ରଥମେ ବନ୍ଧୁତ୍ବ ଆଉ ତାପରେ ପ୍ରେମ ଆଳାପ । ସମ୍ପର୍କ ଟିକିଏ ପୁରୁଣା ହେବା ପରେ ହୋଟେଲକୁ ଡାକରା । ସେଠାରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି କିମ୍ବା ଫଟୋ ଉଠାଇ ବ୍ଲାକ ମେଲିଂ । କିଛି ଏପରି ଢଙ୍ଗରେ ବ୍ଲାକମେଲ କରି ନେତାଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.