ETV Bharat / state

Anubhav-Varsha Marital Discord: ଶାଶୁଘର ଚାବି ଫେରାଇବେ ବର୍ଷା

author img

By

Published : Oct 28, 2022, 11:12 AM IST

Anubhav-Varsha Marital Discord: ଶାଶୁଘର ଚାବି ଫେରାଇବେ ବର୍ଷା
Anubhav-Varsha Marital Discord: ଶାଶୁଘର ଚାବି ଫେରାଇବେ ବର୍ଷା

ଶାଶୁଘର ଚାବି ଫେରାଇବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ କିମ୍ବା ତାଙ୍କ ଓକିଲକୁ ହସ୍ତାନ୍ତର କରିବା ନେଇ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କୁ ପୁଣି ଲାଗିଛି ଝଟକା । ଆସନ୍ତା ମାସ ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ଶାଶୁଘର ଚାବି ହସ୍ତାନ୍ତର କରିବେ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଅଭିନେତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ସାରିଥିଲେ ମଧ୍ୟ ସେହି ଘରର ଚାବି ଅନୁଭବଙ୍କୁ ହସ୍ତାନ୍ତର କରିନାହାଁନ୍ତି । ଏନେଇ ଅନୁଭବ ମହାନ୍ତି କୋର୍ଟରେ ଏକ ପିସିସନ ଦାଖଲ କରିଥିଲେ । ସେହି ପିଟିସନରେ ଘରର ଚାବି ତାଙ୍କୁ ହସ୍ତାନ୍ତର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ଯାଞ୍ଚ କରିବାକୁ କୋର୍ଟ ନିର୍ଦ୍ଦେଶଙ୍କ ପ୍ରାର୍ଥନା କରିଥିଲେ ଅନୁଭବ । ତେବେ କୋର୍ଟ ଏହି ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ ବର୍ଷାଙ୍କୁ ଘରର ଚାବି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ SDJM କୋର୍ଟରେ ଅନ୍ୟ ଏକ ମାମଲାରେ ମଧ୍ୟ ବର୍ଷା ଦାୟର କରିଥିବା ପିସିସନକୁ କୋର୍ଟ ଖାରଜ କରିଦେଇଛନ୍ତି । ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନିନ୍ଦିତ କରିବା ଉଦ୍ଦେଶ୍ୟରେ ଭିଡ଼ିଓ ସେୟାର କରିଛନ୍ତି ଏବଂ ଏହାଦ୍ବାରା ତାଙ୍କର ସମ୍ମାନ ହାନି ହୋଇଥିବା ଦର୍ଶାଇ ବର୍ଷା ଅନୁଭବଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ରୁଜ୍ଜୁ କରିବା ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ସେହି ସମ୍ପର୍କିତ ମୂଳ ମାମଲାଟି ହାଇକୋର୍ଟରେ ବିଚାରାଧିନ ଥିବାରୁ SDJM କୋର୍ଟ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।

ପ୍ରକାଶ ଥାଉକି, ଅକ୍ଟୋବର ୧ରେ ବର୍ଷା ପ୍ରିୟଦର୍ଶିନୀ ଶାଶୁଘର ଛାଡିଥିଲେ । ସ୍ବାମୀ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବର୍ଷାଙ୍କ ରହଣି ପାଇଁ ଅନୁଭବ ବ୍ୟବସ୍ଥା କରିବେ ବୋଲି କହିଥିଲେ । ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଶାଶୁଘର ଲୋକେ ସେହି ଘର ଛାଡିଥିଲେ । ତାଙ୍କ ବାପାମାଆଙ୍କ ଦେହ ଅସୁସ୍ଥ ଥିବାରୁ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ଅନୁଭବ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ କୋର୍ଟ ମଧ୍ୟ ଅନୁଭବଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.