ETV Bharat / state

2022 JEE MAIN EXAM: ପରୀକ୍ଷାରେ ଅନିୟମିତତା ଅଭିଯୋଗ, ଜଣେ ପରୀକ୍ଷାର୍ଥୀଙ୍କ ମାର୍କସିଟ ଯାଞ୍ଚ କରିବ CBI

author img

By

Published : Aug 17, 2023, 5:01 PM IST

Updated : Aug 17, 2023, 6:36 PM IST

Etv Bharat
Etv Bharat

୨୦୨୨ ଜେଇଇ ମେନ ପରୀକ୍ଷାରେ ଅନିୟମିତତା ଅଭିଯୋଗ । ଆବେଦନକାରୀଙ୍କ ମାର୍କସିଟ ଯାଞ୍ଚ କରିବାକୁ ସିବିଆକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

2022 JEE MAIN EXAM: ପରୀକ୍ଷାରେ ଅନିୟମିତତା ଅଭିଯୋଗ, ଜଣେ ପରୀକ୍ଷାର୍ଥୀଙ୍କ ମାର୍କସିଟ ଯାଞ୍ଚ କରିବ CBI

କଟକ: ୨୦୨୨ ମସିହା ଜେଇଇ ମେନ ପରୀକ୍ଷାରେ ଅନିୟମିତତା ଅଭିଯୋଗ । ବିଶେଷକରି ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାରେ ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବାର ଅଭିଯୋଗ ହୋଇଥିଲା । ୨୦୨୨ ମସିହାରେ ପାରାଦ୍ବୀପର ଅଜିତ କୁମାର ଖଟୁଆଙ୍କ ପୁଅ ଅଂଶୁମାନ ଜେଇଇ ମେନ ପରୀକ୍ଷା ଦେଇଥିଲେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରୀକ୍ଷା ପରିଚାଳନା କରୁଥିଲେ । ଗତ ବର୍ଷ ଜୁଲାଇ ୧୧ ତାରିଖରେ ଏହି ଫଳ ପ୍ରକାଶ ହେଲା । ଅଂଶୁମାନଙ୍କର ୯୮.୯୭ ପ୍ରତିଶତ ମାର୍କ ଥିଲା । କିନ୍ତୁ ସେହିଦିନ ରାତିରେ ଦେଖିବା ବେଳକୁ ସେହି ମାର୍କ ପ୍ରତିଶତ ସଂଖ୍ୟାରେ ଠିକ ଥିବା ବେଳେ ଅକ୍ଷରରେ ଲେଖା ତ୍ରୁଟି ଥିଲା।

ଏହା ବି ପଢନ୍ତୁ- JEE ମେନ୍‌ ପରୀକ୍ଷା ଫଳରେ ବିଭ୍ରାଟ, ଜଣେ ଛାତ୍ରଙ୍କୁ ଆସିଲା ଦୁଇଟି ରାଙ୍କିଂ

ସେଥିପାଇଁ ଅଂଶୁମାନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ମେଲ୍‌ କରିଥିଲେ। ଜେଇଇ ମେନ କର୍ତ୍ତୃପକ୍ଷ ତାହାର ସଂଶୋଧନ କରିଥିଲେ । କିନ୍ତୁ ଦୁଇ ଦିନ ପରେ ଅପଲୋଡ ହେବା ମାର୍କସିଟରେ ତାହା ୧୮ ପ୍ରତିଶତ ଦର୍ଶାଯାଇଥିଲା । ଏହାପରେ ଦ୍ବିତୀୟ ଜେଇଇ ମେନ ଦେଇଥିଲେ ଅଂଶୁମାନ କାନୁନଗୋ । ସେହି ପରୀକ୍ଷାରେ ସେ ୯୭ ପ୍ରତିଶତ ମାର୍କ ରଖିଲେ । କିନ୍ତୁ ଦ୍ବିତୀୟ ଜେଇଇର ମାର୍କସିଟ ପୁନଶ୍ଚ ପରିବର୍ତ୍ତିତ କରି ୩୭ ପ୍ରତିଶତ ବୋଲି ଦର୍ଶାଇଲେ ଜେଇଇ କର୍ତ୍ତୃପକ୍ଷ । ଫଳରେ ସେ ନାମଲେଖାରୁ ବଞ୍ଚିତ ହୋଇଥିଲେ ।

ହାଇକୋର୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୪ ମାସ ମଧ୍ୟରେ ସିବିଆଇ ଘଟଣାର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚାରି ମାସ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜିବୀ ଅକ୍ଷୟ ପାଣ୍ଡେ ଏହି ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କଟକ

Last Updated :Aug 17, 2023, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.