ETV Bharat / state

ଗଣେଶ ପୂଜାରେ ମାଇକ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, 2 ଜଣଙ୍କୁ ଭଙ୍ଗା କାଚ ବୋତଲ ମାଡ଼

author img

By ETV Bharat Odisha Team

Published : Sep 20, 2023, 4:41 PM IST

2 ବ୍ୟକ୍ତିଙ୍କୁ ଭଙ୍ଗା କାଚ ବୋତଲ ମାଡ଼
2 ବ୍ୟକ୍ତିଙ୍କୁ ଭଙ୍ଗା କାଚ ବୋତଲ ମାଡ଼

ଗଣେଶ ପୂଜାରେ ମାଇକ ବଜାଇବାକୁ କେନ୍ଦ୍ର କରି ଅଘଟଣ । 2 ଜଣ ବ୍ୟକ୍ତିଙ୍କୁ ଭଙ୍ଗା କାଚ ବୋତଲ ମାଡ଼ । 5 ଜଣଙ୍କ ନାଁରେ ମାମଲା ରୁଜୁ । ଜଣେ ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

2 ବ୍ୟକ୍ତିଙ୍କୁ ଭଙ୍ଗା କାଚ ବୋତଲ ମାଡ଼

କଟକ: ଗଣେଶ ପୂଜାରେ ମାଇକ ବଜାଇବାକୁ କେନ୍ଦ୍ର କରି ଅଘଟଣ । 2 ଜଣ ବ୍ୟକ୍ତିଙ୍କୁ ଭଙ୍ଗା କାଚ ବୋତଲ ମାଡ଼ । ଆହତଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । 5 ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି କଟକର ବିଡା଼ନାସୀ ଅଞ୍ଚଳରେ ।

ସୂଚନା ଅନୁସାରେ, ଗତକାଲି କଟକ ଜିଲ୍ଲା ବିଡା଼ନାସୀ ଥାନା ଅଞ୍ଚଳ ନୂଆସାହି ଯୁବକ ସଙ୍ଘ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଏକ ମଣ୍ଡପ କରି ଗଣେଷ ପୂଜା କରାଯାଇଥିଲା । ତେବେ ପୂଜାରେ ମାଇକ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହା ପରେ ଗୋଟିଏ ଗୋଷ୍ଠୀର ଯୁବକଙ୍କ ଦ୍ୱାରା ଅନ୍ୟ ଗୋଷ୍ଠୀଙ୍କୁ ଆକ୍ରମଣ କରାଯାଇଥିଲା । ପୂଜା ବିବାଦ ଏତେ ଆଗକୁ ବଢ଼ିଗଲା, ଯେଉଁ କାରଣରୁ ଗୋଟିଏ ଗୋଷ୍ଠୀର କିଛି ଯୁବକ ଅନ୍ୟ ଗୋଷ୍ଠୀ ଉପରେ ଭଙ୍ଗା କାଚ ବୋତଲ ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ତେବେ ଗୁରୁତର ଆହତ ହୋଇଥିବା ଦୁଇ ବ୍ୟକ୍ତି ହେଲେ ଶ୍ୟାମ ସୁନ୍ଦର ଦାସ ବାପିନା ଜେନା । ସେପଟେ ଆହତଙ୍କୁ ଗୁରୁତର ଅବସ୍ଥାରେ ଏସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଆହତଙ୍କ ଭଉଣୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଗଣେଶ ପୂଜା ଚାନ୍ଦାକୁ ନେଇ ବିବାଦର ମଞ୍ଜି ପୋତା ହୋଇଥିଲା। ଯାହାକୁ ନେଇ ଭଙ୍ଗା କାଚ ବୋତଲରେ ଆକ୍ରମଣ ହୋଇଥିଲା। ଏନେଇ ବିଡ଼ାନାସୀ ଥନାରେ ଅଭିଯୋଗ କରାଯିବା ପରେ ଏହି ଘଟଣାରେ 5 ଜଣ ବ୍ୟକ୍ତିଙ୍କ ନାଁରେ ମମଲା ରୁଜୁ କରାଯାଇଛି। ତେବେ 5ଜଣଙ୍କ ମଧ୍ୟରୁ 1 ଜଣେ ଅଭିଯୁକ୍ତ (ବିକାଶ ଦାସ )କୁ ଗିରଫ କରିଛି ପୋଲିସ।

ଏହା ମଧ୍ୟ ପଢ଼ନ୍ତୁ...Ganesh Puja Mishap; ଗଣେଶ ମୂର୍ତ୍ତି ଆଣୁଥିଲେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, 4 ଗୁରୁତର

କଟକ ଅତରିକ୍ତ ଡିସିପି ଅନିଲ ମିଶ୍ରଙ୍କ କହିବା ଅନୁସାରେ, ମାଇକ ବଜାଇବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପ୍ରଥମେ ଆହତ ବାପିନା ଜେନା ବିକାଶ ଦାସର ମୁଣ୍ଡକୁ ଏକ କାଚ ବୋତଲରେ ଆକ୍ରମଣ କରିଥିଲା। ତେବେ ବିକାଶ ସେହି ଭଙ୍ଗା କାଚ ବୋତଲ ଆଣି ବାପିନା ଜେନାକୁ ପାଲଟା ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସେପଟେ ଆହତ ହୋଇ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା କହିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.