ETV Bharat / state

ପାନୀୟ ଜଳ ଯୋଗାଣରେ ସମସ୍ୟା, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ମହିଳା

author img

By ETV Bharat Odisha Team

Published : Dec 21, 2023, 8:58 PM IST

ପାନୀୟ ଜଳ ଯୋଗାଣରେ ସମସ୍ୟା, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ମହିଳା
ପାନୀୟ ଜଳ ଯୋଗାଣରେ ସମସ୍ୟା, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ମହିଳା

Water problem: ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନୀତି । ପାନୀୟ ଜଳ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା । ଅଧିକ ପଢନ୍ତୁ

ପାନୀୟ ଜଳ ଯୋଗାଣରେ ସମସ୍ୟା, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ମହିଳା

ବୌଦ୍ଧ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନୀତି ତଥା ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ନଦୀ କୂଳିଆ ଅଞ୍ଚଳରେ ଶୀତ ଋତୁରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ଗତ ତିନି ଦିନ ପୂର୍ବରୁ ଏଭଳି ପାନୀୟଜଳ ସମସ୍ୟାକୁ ନେଇ ଉତ୍ୟକ୍ତ ମହିଳାମାନେ ଜିଲ୍ଲାପାଳଙ୍କୁ ବିଚ ରାସ୍ତାରେ ଏ ସମ୍ପର୍କରେ ଗୁହାରି କରିଥିଲେ । ବର୍ତ୍ତମାନ ପୁଣିଥରେ ଏହାର ସମାଧାନ ପାଇଁ ମହିଳାମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ସ୍ଥାଣୁ ପାଲଟିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ । ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ ଯୋଗୁଁ ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣରେ ବ୍ୟାପକ ସମସ୍ୟା ଉପୁଜିଥିବା ସୂଚନା ମିଳିଛି ।

ଜିଲ୍ଲାର ତିନୋଟି ବ୍ଲକର ୩ଟି ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି । ମହାନଦୀର ଜଗତି ନିକଟରେ ବୋଦ୍ଧ ବ୍ଲକ ନିମନ୍ତେ ଓ ମହାନଦୀର ପାଣିଘରା ଠାରେ ହରଭଙ୍ଗା ବ୍ଲକ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ସେହିପରି ୨୪ ଗୋଟି ପଞ୍ଚାୟତ କୁନେଇ ଗଠିତ କଣ୍ଟାମାଳ ବ୍ଲକ ନିମନ୍ତେ ତେଲନଦୀ କୂଳରେ ଲୋକାପଡା ଗ୍ରାମ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି ।

ହେଲେ ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବାର ଦୀର୍ଘ ଦିନ ପରେ ମଧ୍ୟ ଏହା ବିଭାଗୀୟ ଉଦାସୀନତା ଯୋଗୁଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଏହାଛଡା କଣ୍ଟାମାଳ ବ୍ଲକର ସମସ୍ତ ପଞ୍ଚାୟତରେ ବିଭିନ୍ନ ଜଳ ଉତ୍ସରେ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଅଧିକାଂଶ ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି । ତେବେ ଉଭୟ ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ କଣ୍ଟାମାଳ ବ୍ଲକର ଅଧିକାଂଶ ପଞ୍ଚାୟତରେ ବର୍ତ୍ତମାନ ଶୀତ ଦିନେ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତିତ କରିଛି ।
ଏହା ମଧ୍ୟ ପଢନ୍ତୁ....ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି

ଏହା ମଧ୍ୟ ପଢନ୍ତୁ....ପାନୀୟ ଜଳ ସମସ୍ୟା ନେଇ ପିଏଚଡି ଅଫିସ ଘେରିଲେ ମହିଳା

ଗତ ତିନି ଦିନ ତଳେ ମନମୁଣ୍ଡା ଠାରେ ଦୀର୍ଘ ଦିନ ହେଲା ପାନୀୟଜଳ ସମସ୍ୟାକୁ ନେଇ ଉତ୍ୟକ୍ତ ମହିଳାମାନେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କୁ ରାଜରାସ୍ତା ଉପରେ ଅଟକାଇ ଏହାର ସମାଧାନ ପାଇଁ ଦାବି କରିଥିଲେ । ଏସମ୍ପର୍କରେ ମହିଳାମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.