ETV Bharat / state

ବୌଦ୍ଧ ଗସ୍ତରେ ଅସିତ ତ୍ରିପାଠୀ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

author img

By

Published : Dec 23, 2022, 3:08 PM IST

wodc chairman asit tripathy
wodc ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବୌଦ୍ଧ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଅଧିକ ପଢ଼ନ୍ତୁ

ବୌଦ୍ଧ ଗସ୍ତରେ ଅସିତ ତ୍ରିପାଠୀ

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଡିଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ଅସିତ ତ୍ରିପାଠୀ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର ବିରାଟ ସମ୍ଭାବନା ସହିତ ମହିଳା ଗୋଷ୍ଠୀଙ୍କ ସହଭାଗୀତା ଉପରେ ଗୁରୁତ୍ବାରୋପ କରିଛନ୍ତି WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଜିଲ୍ଲାରେ ମୁଖ୍ୟତଃ ଧାନଚାଷ ଉପରେ ଏଠାକାର ଲୋକେ ନିର୍ଭରଶୀଳ । ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ଅସିତ ତ୍ରିପାଠୀ ଆହ୍ବାନ ଦେଇଛନ୍ତି । ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଦୁଇ ଦିନ ପୂର୍ବରୁ ମାଓ ଅଧ୍ୟୁଷିତ ସମାଡାଙ୍ଗୀ ନିକଟସ୍ଥ ଲତାଝରଣ ଜଳପ୍ରପାତକୁ ଲୋକଲୋଚନକୁ ଆଣିଥିବାରୁ ଇଟିଭି ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ୫ ବର୍ଷର ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

ଏନେଇ ସେ କହିଛନ୍ତି, " ଜିଲ୍ଲା ପ୍ରଶାସନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛି । ଜିଲ୍ଲାରେ ଅର୍ଥନୀତି ବିକାଶ ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶମୂଳକ ଯୋଜନା ରହିଛି । ଏଥିରେ ଯୁବପିଢିଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି ।" ଧାନ ବ୍ୟତୀତ ଅନ୍ୟ ଚାଷକୁ ଆପଣାଇବା ତଥା ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ବୈଠକରେ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ବିଭିନ୍ନ ପ୍ରାକୃତିକ ବିଭବକୁ ବ୍ୟବହାର କରି ରୋଜଗାର ସୃଷ୍ଟି କରାଯିବା ଉପରେ ମଧ୍ୟ ସେ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.