ETV Bharat / state

ଶୀତ ଦିନରେ ଜଳ କଷ୍ଟ ଭୋଗୁଛନ୍ତି ମନମୁଣ୍ଡାବାସୀ, ରାସ୍ତାରେ ଜିଲ୍ଲାପାଳଙ୍କୁ ଅଟକାଇ ସମାଧାନ କରିବାକୁ ଦାବି

author img

By ETV Bharat Odisha Team

Published : Dec 19, 2023, 1:27 PM IST

drinking water problem in Manamunda
ପାନୀୟ ଜଳ ସଙ୍କଟ

Drinking Water Problem in Manamunda: ଜଳ ସଙ୍କଟରେ ଜର୍ଜରିତ ମନମୁଣ୍ଡା ପଞ୍ଚାୟତବାସୀ । ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ କଲେ ପ୍ରତିବାଦ । ଅଧିକ ପଢ଼ନ୍ତୁ

drinking water problem in Manamunda

ବୌଦ୍ଧ: ଜିଲ୍ଲାରେ ଥମିବାର ନା ଧରୁନି ପାନୀୟ ଜଳ ସଙ୍କଟ । ଶୀତ ଦିନରେ ମଧ୍ୟ ଜଳ ସଙ୍କଟ ଭୋଗୁଛନ୍ତି ମନମୁଣ୍ଡା ପଞ୍ଚାୟତବାସୀ । ବାରମ୍ବାର ସମସ୍ୟାର ସାମଧାନ ପାଇଁ ଦାବି ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାକୁ ଶେଷରେ ଧାରଣାକୁ ଓହ୍ଲାଇଛନ୍ତି ମହିଳା ମାନେ । ସୋମବାର ମନମୁଣ୍ଡାରେ ଉତ୍ୟକ୍ତ ମହିଳା ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ରାସ୍ତା ଉପରେ ଜିଲ୍ଲାପାଳଙ୍କୁ ଅଟକାଇ ଏହାର ସମାଧାନ ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦୂର ହେଉନି ଭେଦଭାବ, ଅଛୁଆଁ ଜାତି ବୋଲି ପାନୀୟ ଜଳ ମିଳୁନଥିବା ଅଭିଯୋଗ

ମନମୁଣ୍ ମହାନଦୀ ଓ ତେଲନଦୀ କୂଳରେ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ମନମୁଣ୍ଡା । ମନମୁଣ୍ଡା ଏକ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ଥାନା, ଡାକ୍ତରଖାନା, ସ୍କୁଲ୍‌, କଲେଜ, ବ୍ୟବସାୟ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଅଞ୍ଚଳବାସୀ ନିର୍ଭର କରିଥାନ୍ତି । ତେବେ ମନମୁଣ୍ଡା ସଦର କୁନେଇ ବିଭିନ୍ନ ସମୟରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ଗୋଟିଏ ପଟରେ ମହାନଦୀ ଓ ଅନ୍ୟ ପଟରେ ତେଲନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ମନମୁଣ୍ଡା ବାସୀ ବର୍ଷ ବର୍ଷ ଧରି ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଏକ ପ୍ରମୁଖ ସ୍ଥାନ ହୋଇ ଥିଲେ ମଧ୍ୟ ଏଠାରେ ସମସ୍ୟାର ଲମ୍ବା ତାଲିକା ରହିଛି । ତନ୍ମଧ୍ୟରୁ ପାନୀୟଜଳ ସମସ୍ୟା ଅନ୍ୟତମ । ମନମୁଣ୍ଡାବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ କିଛି ବର୍ଷ ପୂର୍ବରୁ ଏକ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲା । କିନ୍ତୁ ଅଧିକାଂଶ ସମୟରେ ସେଠାରୁ ଜଳଯୋଗାଣ ଠିକରେ ହେଉନଥିବାରୁ ତୀବ୍ର ଅସନ୍ତୋଷ ଲାଗି ରହିଛି । ସୋମବାର ମନମୁଣ୍ଡା ପଞ୍ଚାୟତ ଠାରେ ଏକ ସଭା ଚାଲିଥିବା ବେଳେ ହଠାତ ମନମୁଣ୍ଡା ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ପାନୀୟଜଳକୁନେଇ ସ୍ଥାନୀୟ ସରପଞ୍ଚଙ୍କୁ ଘେରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ଓ ଏହାପରେ ପାନୀୟଜଳ ପ୍ରକଳ୍ପରେ ତାଲା ପକାଇ ପ୍ରତିବାଦ କରିଥିଲେ । ସେପଟେ କଣ୍ଟାମାଳ ଜନଶୁଣାଣୀରୁ ଆସୁଥିବା ବେଳେ ଜିଲ୍ଲାପାଳଙ୍କୁ ମନମୁଣ୍ଡା ଗାନ୍ଧିଛକ ନିକଟରେ ମହିଳା ମାନେ ଅଟକାଇ ପାନୀୟଜଳର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ମହିଳା ମାନଙ୍କ ସହିତ ଆଲୋଚନା କରିବା ସହିତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.