ETV Bharat / state

ଦୂର ହେଉନି ଭେଦଭାବ, ଅଛୁଆଁ ଜାତି ବୋଲି ପାନୀୟ ଜଳ ମିଳୁନଥିବା ଅଭିଯୋଗ

author img

By ETV Bharat Odisha Team

Published : Nov 22, 2023, 10:09 PM IST

ଅଛୁଆଁ ଜାତି ବୋଲି ମିଳୁନି ପାନୀୟ ଜଳ । ପାଣି ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା । ତେବେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମ ହରିଜନ ସାହି ବାସିନ୍ଦା । ଅଧିକ ପଢ଼ନ୍ତୁ

cast discrimination
cast discrimination

cast discrimination

ଢେଙ୍କାନାଳ: ବଦଳିଛି ସମୟ ହେଲେ ବଦଳୁନି ଚିନ୍ତାଧାରା । ସ୍ବାଧୀନତାକୁ ପୁରିଛି 76 ବର୍ଷ । ହେଲେ ଏବେବି ଦୂର ହୋଇପାରିନି ଛୁଆଁ ଅଛୁଆଁ ଭେଦଭାବ । ସମାଜର ତଳ ବର୍ଗରେ ବସବାସ କରୁଥିବା ଲୋକଙ୍କୁ ସରକାରୀ ତଥା ସର୍ବ ସାଧାରଣ ସ୍ଥାନରେ ବାରଣ କିମ୍ବା ଘୃଣା କରିବା ଉପରେ କଡାକଡି ଆଇନ ରହିଛି । ହେଲେ ଅଛୁଆଁ ଜାତି ବୋଲି ମିଳୁନି ପାନୀୟ ଜଳ । ପାଣି ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା । ତେବେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମ ହରିଜନ ସାହି ବାସିନ୍ଦା ।

ଘରେ ଘରେ ଦେଖିବାକୁ ମିଳିବନି ପାନୀୟଜଳ ସମସ୍ୟା । ସେଥିପାଇଁ ରାଜ୍ୟ ସରକାର ବସୁଧା ଯୋଜନା ଓ ବୋରଓ୍ବେଲ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ପ୍ରତ୍ୟେକ ଗ୍ରାମରେ ତିରିଶ ହଜାରରୁ ଷାଠିଏ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ କରି ଘର ଘରକୁ ପାଇପ ଖଞ୍ଜାଯାଇଛି । ଲୋକମାନେ ପାନୀୟଜଳ ପାଇପାରୁଛନ୍ତି । କିନ୍ତୁ ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମ ହରିଜନ ସାହିରୁ ଆସିଛି ସଙ୍ଗିନ ଅଭିଯୋଗ । ଏକତାଳୀ ଗ୍ରାମର ନାଉରୀ ସାହି ଓ ହରିଜନ ସାହି ବାସିନ୍ଦାଙ୍କୁ ମିଳିଛି ଗୋଟିଏ ବୋରଓ୍ବେଲ । ଯେହେତୁ ହରିଜନ ସାହିରେ ଏକ ସୋଲାର ଜଳ ପ୍ରକଳ୍ପ ଥିଲା ସେମାନଙ୍କୁ ପାଣି ସମସ୍ୟା ନଥିଲା । କିନ୍ତୁ ଆଜକୁ ସାତ ମାସ ହେଲା ସୋଲିରଟି ଖରାପ ହୋଇପଡିଛି । ଯେତେ ଅଭିଯୋଗ ପରେ ମଧ୍ୟ ଫଳ ଘର ଶୂନ । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଗ୍ରାମର ମହିଳାମାନେ ଏନେଇ ଅଭିଯୋଗ କରିଥିଲେ । ଦୁଇ ଦିନ ମଧ୍ୟରେ ସେମାନଙ୍କର ସୋଲାର ଠିକ କରିଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜକୁ ପନ୍ଦର କୋଡିଏ ଦିନ ବିତି ସାରିଥିଲେ ମଧ୍ୟ ପ୍ରତିଶୃତିର କୌଣସି ସୁଫଳ ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ......ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣରେ ଭେଦଭାବ ଅଭିଯୋଗ, ନିରପେକ୍ଷ ମାପ ପାଇଁ ଦାବି

ତେବେ ଆଜକୁ ସାତ ମାସ ହେଲା ଗ୍ରାମବାସୀ ନିକଟସ୍ଥ ଜୋରରୁ ଚୁଆ କରି ଏକ କିଲୋମିଟର ଦୂରରୁ ପାଣି ଆଣି ବ୍ୟବହାର କରୁଥିଲେ । ଏତେ ଦୂରରୁ ପାଣି ଆଣିବା ପାଇଁ ସମସ୍ୟା ହେବାରୁ ଆଜି ସକାଳେ ହରିଜନ ବସ୍ତିର ସମସ୍ତ ମହିଳା ଗରା ଓ ବାଲଟି ଧରି ନାଉରୀ ସାହି ବୋରଓ୍ବେଲରୁ ପାନୀୟ ଜଳ ଆଣିବା ପାଇଁ ଯାଇଥିଲେ । କିନ୍ତୁ ନାଉରୀ ସାହିର ଲୋକେ ଅଛୁଆଁ ଦର୍ଶାଇ ବୋରଓ୍ବେଲ ଘରଟିକୁ ତାଲା ପକାଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ସମସ୍ୟାର ସମାଧାନ ଥାନାରେ ନୁହେଁ ବ୍ଲକ ବିଡିଓ ଏବଂ ଚେୟାରମ୍ୟାନଙ୍କ ଦ୍ବାରା ହେବ ଦର୍ଶାଇ ଅଭିଯୋଗ ପତ୍ରଟିକୁ ଫେରାଇ ଦେଇଥିଲେ ଥାନା ଅଧିକାରୀ ନରେଶ କୁମାର ସାହୁ । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ବ୍ଲକରେ ଧାରଣା ଦେବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.