ସମସ୍ୟା ଘେରରେ ହରଭଙ୍ଗା ପଞ୍ଚାୟତ, ଅପହଞ୍ଚ ମୌଳିକ ସୁବିଧା

author img

By

Published : Oct 11, 2021, 8:53 AM IST

ସମସ୍ୟା ଘେରରେ ହରଭଙ୍ଗା ପଞ୍ଚାୟତ ; ଅପହଞ୍ଚ ମୌଳିକ ସୁବିଧା

ନାହିଁ ନାହିଁରେ ଚାଲିଛି ହରଭଙ୍ଗା ପଞ୍ଚାୟତ । ମିଳୁନି ମୌଳିକ ସୁବିଧା, ସରକାରୀ ଯୋଜନା ଅପହଞ୍ଚ । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାର ଗୋଟିଏ ବ୍ଲକ ମୁଖ୍ୟାଳୟକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର 22 ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ପଞ୍ଚାୟତ । ଏହାର ବ୍ଲକ କାର୍ଯ୍ୟାଳୟ 1982 ମସିହା ପର୍ଯ୍ୟନ୍ତ ହରଭଙ୍ଗା ଠାରେ ରହିଥିଲା । କିନ୍ତୁ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ହରଭଙ୍ଗା ଠାରୁ ଏହାର ମୁଖ୍ୟାଳୟ ଚାରି ଛକକୁ ଉଠାଇ ନିଆଗଲା । ହରଭଙ୍ଗାରେ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ପାନୀୟଜଳ, ଜଳସେଚନ, ଅଗ୍ନିଶମ ଓ ସର୍ବୋପରି ଗମନାଗମନର ଅସୁବିଧା ଲାଗି ରହିଛି ।

ସମସ୍ୟା ଘେରରେ ହରଭଙ୍ଗା ପଞ୍ଚାୟତ ; ଅପହଞ୍ଚ ମୌଳିକ ସୁବିଧା

ଏନେଇ ସମସ୍ୟା ଦୂର ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୈଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ଶଗଡିଆ ନାଳ ଠାରୁ ଆରମ୍ଭ କରି ପୁରୁଣା ଜଗନ୍ନାଥ ସଡକ ପର୍ଯ୍ୟନ୍ତ ବର୍ଷା ହେଲେ ଏ ଅଞ୍ଚଳ ଜଳବନ୍ଦୀ ହୋଇଯାଏ । ଫଳରେ ଅଞ୍ଚଳବାସୀ ଜଳବନ୍ଦୀ ହୋଇଯାଆନ୍ତି । ରାଜନୈତିକ ଉଦାସୀନତା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.