ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ: ଗତମାସରେ 20ଟି ମାମଲା, ଜନସଚେତନତା ଉପରେ ଗୁରୁତ୍ବ

author img

By

Published : Aug 9, 2023, 4:00 PM IST

ବଢିବାରେ ଲାଗିଛି ସର୍ପାଘାତଜନିତ ମାମଲା
ବଢିବାରେ ଲାଗିଛି ସର୍ପାଘାତଜନିତ ମାମଲା

ବୌଦ୍ଧରେ ବଢିବାରେ ଲାଗିଛି ସର୍ପାଘାତଜନିତ ମାମଲା । ସାପ କାମୁଡାରେ ଅନେକ ଲୋକଙ୍କ ଜୀବନ ଯାଇଉଛି । ତେବେ ସାପ କାମୁଡିଲେ କ‘ଣ କରିବେ ଏନେଇ ଜିଲ୍ଲା ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ବିସ୍ତୃତ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ବଢିବାରେ ଲାଗିଛି ସର୍ପାଘାତଜନିତ ମାମଲା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି ସର୍ପାଘାତଜନିତ ମାମଲା । ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ସର୍ପ ଦଂଶନ ମାମଲା ଦେଖିବାକୁ ମିଳିଥାଏ । ମାତ୍ର ଚଳିତ ବର୍ଷା ସର୍ପାଘାତଜନିତ ମାମଲା ବୃଦ୍ଧି ପାଇଛି । ଏହାସହ ଜନସଚେତନତା ଅଭାବରୁ ଅନେକ ସ୍ଥାନରେ ରୋଗୀକୁ ଡାକ୍ତରଖାନାରେ ଚିକିତ୍ସା କରାନଯାଇ ଝଡ଼ା ଫୁଙ୍କାର ସହାୟତା ନିଆଯାଉଥିବାରୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ବିଶେଷଜ୍ଞ ଡାକ୍ତର ମତପ୍ରକାଶ କରିଛନ୍ତି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଋତୁରେ ବିଶେଷ ଭାବରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ନଦୀ କୂଳିଆ ଅଞ୍ଚଳରେ ଥିବା ଜନବସତି ଗୁଡ଼ିକରେ ବିଭିନ୍ନ ପ୍ରକାରର ବିଷଧର ସାପ ଦେଖିବାକୁ ମିଳିଥାଏ ।

ଏହା ବି ପଢନ୍ତୁ: ଶୋଇଥିବା ସମୟରେ ଚୋଟ ମାରିଲା ସାପ, ଆଖି ବୁଜିଲା ନାବାଳକ

ଛୋଟରୁ ନେଇ ବଡ଼ ପର୍ଯ୍ୟନ୍ତ ନାଗ, ଚିତ୍ତି, ଗୋଖର ପ୍ରଜାତିର ବିଭିନ୍ନ ବିଷଧର ସାପ ଦେଖିବାକୁ ମିଳିଥାଏ । ଆଉ ବର୍ଷା ଋତୁରେ ପ୍ରାୟ ଦିନ ସର୍ପାଘାତ ମାମଲା ପରିଲକ୍ଷିତ ହୋଇଥାଏ । ସର୍ପାଘାତ ସମୟରେ ଜିଲ୍ଲାର ପ୍ରାଣୀ କଲ୍ୟାଣ ମଞ୍ଚର ଏକ ବଡ଼ ଭୂମିକା ରହି ଆସିଛି । ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ନଦୀ କୂଳିଆ ଅଞ୍ଚଳରେ ପହଞ୍ଚି ଲୋକଙ୍କ ମଧ୍ୟରେ ସର୍ପାଘାତକୁ ନେଇ ଜନସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ବିଷଧର ସାପକୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଜଙ୍ଗଲରେ ଛାଡୁଛନ୍ତି ।

ଏହା ବି ପଢନ୍ତୁ: ସଚେତନ ହେଲେ ଶିଶୁ, ସତର୍କ ହେବ ଦେଶ; ସାପ କାମୁଡ଼ା ନେଇ ହାଇସ୍କୁଲରେ ମକଡ୍ରିଲ

ଏଡିଏମ୍ଓ ଡାକ୍ତର ସଙ୍ଘମିତ୍ରା ପଣ୍ଡା କହିଛନ୍ତି,"ଜିଲ୍ଲାରେ କେବଳ ଗତ ମାସକ ମଧ୍ୟରେ 20ରୁ ଅଧିକ ସର୍ପାଘାତ ମାମଲା ଜିଲ୍ଳାର ବିଭିନ୍ନ ଡାକ୍ତରଖାନାରେ ପହଞ୍ଚି ଥିବା ବେଳେ ପ୍ରାୟ ସମସ୍ତ ରୋଗୀ ଚିକିତ୍ସିତ ହେବା ପରେ ସୁସ୍ଥ ଅଛନ୍ତି । କିନ୍ତୁ ଆହୁରି ଅନେକ ସର୍ପାଘାତ ରୋଗୀ ଡାକ୍ତରଖାନାରେ ଚିକିତ୍ସା ନହୋଇ ଗୁଣିଗାରେଡ଼ି ଓ ତନ୍ତ୍ରମନ୍ତ୍ର ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନକୁ ବିପଦରେ ପକାଉଛନ୍ତି । ଜିଲ୍ଲାର ସର୍ପାଘାତ ମାମଲାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ସାପ କାମୁଡ଼ା ଔଷଧକୁ ମହଜୁଦ ରଖାଯିବା ରଖାଯାଇଛି । ଲୋକେ ଫିଲ୍ମ ଦେଖି ସାପ କାମୁଡି ଥିବା ସ୍ଥାନରୁ ରକ୍ତ ବାହାର ନକରି ସାପକୁ ଚିହ୍ନଟ କରିବା ସହ ରୋଗୀକୁ ତୁରନ୍ତ ମେଡିକାଲ ନେବାର ବ୍ୟବସ୍ଥା କରିବା ଦରକାର । ଯାହଫଳରେ ଗୋଟିଏ ଜୀବନ ରକ୍ଷା ପାଇ ପାରିବ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.