ETV Bharat / state

ଶୋଇଥିବା ସମୟରେ ଚୋଟ ମାରିଲା ସାପ, ଆଖି ବୁଜିଲା ନାବାଳକ

author img

By

Published : Aug 6, 2023, 2:12 PM IST

Updated : Aug 6, 2023, 2:43 PM IST

minor dies after poisonous snake bite
minor dies after poisonous snake bite

ଘରେ ଶୋଇଥିବା ସମୟରେ ଦଂଶନ କଲା ସାପ । ସାପ କାମୁଡ଼ାରେ ଚାଲିଗଲା ପୁଣି ଜଣେ ନାବାଳକର ଜୀବନ । ଅଧିକ ପଢନ୍ତୁ

minor dies after poisonous snake bite

ଦେବଗଡ: ବର୍ଷା ଦିନରେ ସାପ ଆତଙ୍କ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ବିଷଧର ସାପ । ପୁଣି ସାପ ନେଇଛି ଆଉ ଜଣଙ୍କ ଜୀବନ । ସାପ କାମୁଡାରେ 11 ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଏପରି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ନରସିଂହ ମୁଣ୍ଡା । ଶନିବାର ବିଳମ୍ବିତ ରାତିରେ ସାପ କାମୁଡିବାରୁ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ପିଇ ଘରେ ଶୋଇଥିଲେ ଫଗୁଆ ମୁଣ୍ଡାଙ୍କ ପୁଅ ନରସିଂହ ମୁଣ୍ଡା । ଶୋଇଥିବା ଅବସ୍ଥାରେ କୌଣସି ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ରାତି 3ଟା ସମୟରେ ପୁଅ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଛତାବର ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ-ମଶାରି ଭିତରେ ପଶି ଦଂଶିଲା ବିଷଧର, ଚାଲିଗଲା ଛାତ୍ରୀଙ୍କ ଜୀବନ

ଦେବଗଡ଼ ଜିଲ୍ଲାରେ ସାପକାମୁଡା ଜନିତ ମୃତ୍ୟୁ ଉଦବେଗ ଜନକ ସ୍ଥିତିରେରେ ପହଞ୍ଚିଛି । ବାରମ୍ବାର ସାପକାମୁଡା ଜନିତ ମୃତ୍ୟୁ ଲୋକଲୋଚନକୁ ଆସିବାରେ ଲାଗିଛି । ଚଳିତ ବର୍ଷ ଜୁନ ମାସ ମଧ୍ୟରେ ସାପ କାମୁଡ଼ାରେ 8 ଜଣ ପ୍ରାଣ ହରାଇଛନ୍ତି । ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ସାପ କାମୁଡ଼ାରେ 4 ଜଣ ପ୍ରାଣ ହରାଇ ସାରିଲେଣି । ସରକାରୀ ତଥ୍ୟ ଅନୁଯାୟୀ, ଗତ 2020 ମସିହାରେ ଜିଲ୍ଲାରେ ସାପ କାମୁଡ଼ାରେ 20 ଜଣ, 2021 ମସିହାରେ 28 ଜଣ ଓ 2022 ମସିହାରେ 19 ଜଣଙ୍କର ମୃତ୍ୟୁ ହୋଇଛି ।

ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଯାତାୟତରେ ଅସୁବିଧା ଦୃଷ୍ଟିରୁ ସାପ କାମୁଡ଼ାର ଶିକାର ହେବା ପରେ ଡାକ୍ତରଖାନାରେ ପହଞ୍ଚି ପାରୁନାହାନ୍ତି । ଫଳରେ ଗୁଣି ଗାରେଡ଼ି ଉପଚାର କରି କେତେ ଯେ ପ୍ରାଣ ହରାଇଲେଣି ତାହାର କୌଣସି ସଠିକ ହିସାବ ନାହିଁ । ଜିଲ୍ଲାରେ ବଢ଼ି ଚାଲିଥିବା ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଇବା ଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ । ଫଳରେ ବିଷଧର ସାପ କାମୁଡ଼ାରେ ଅନେକ ନିରୀହ ଲୋକ ପ୍ରାଣ ହରାଉଛନ୍ତି । ଏହି ଦିଗରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଦେବଗଡ

Last Updated :Aug 6, 2023, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.