ETV Bharat / state

ରାମଲୀଳା ଯାତ୍ରା: ଲୋକ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ବାନ ଦେଲେ ପଦ୍ମଶ୍ରୀ ହଳଧର

author img

By

Published : Apr 25, 2022, 9:27 AM IST

ରାମଲୀଳା ଯାତ୍ରା: ଲୋକ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ବାନ ଦେଲେ ପଦ୍ମଶ୍ରୀ ହଳଧର
ରାମଲୀଳା ଯାତ୍ରା: ଲୋକ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ବାନ ଦେଲେ ପଦ୍ମଶ୍ରୀ ହଳଧର

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ରାମଲୀଳା ଯାତ୍ରା ଅବସରରେ ଆୟୋଜିତ ଏହି ମେଳାର ମୁଖ୍ୟ ଆକର୍ଷଣ ହେଲେ ପଦ୍ମଶ୍ରୀ ହଳଧର ନାଗ ଓ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗ କବି । ଅଧିକ ପଢନ୍ତୁ

ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ବୌଦ୍ଧ ଗଡଜାତର ଗଣପର୍ବ ରାମଲୀଳାଯାତ୍ରାକୁ ପ୍ରଶାସନିକ ତଥା ସରକାରଙ୍କ ସ୍ବୀକୃତି ମିଳିବା ପରେ ଏହି ମେଳା ଉଦଘାଟନ କରାଯାଇଛି । ଏହି ମେଳା ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ ଓ ବ୍ୟଙ୍ଗ କବି ମୁଖ୍ୟ ଆକର୍ଷଣ ହୋଇଥିଲେ । ରବିବାର ବୌଦ୍ଧ କଚେରୀ ପଡିଆର ବୁଦ୍ଧ ମଣ୍ଡପରେ ମୁଖ୍ୟ ଅତିଥି ଭାବରେ ହଳଧର ନାଗ ଯୋଗ ଦେଇ କୋଶଲୀ କବିତା ଆବୃତ୍ତି କରିଥିଲେ । ଏହା ସହ ଲୋକ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ବାନ ଦେଇଥିଲେ । ଏହା ବ୍ୟତିତ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗ କବି ମାନେ ମଧ୍ୟ ଉପସ୍ଥିତ ହୋଇ ବ୍ୟଙ୍ଗ କବିତା ପାଠ କରିଥିଲେ । ରବିବାର ଜାତୀୟ ପଞ୍ଚାୟତ ରାଜ ଦିବସ ଥିବାରୁ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପଦକ୍ଷେପକୁ ଖୁବ ପ୍ରଶଂସା କରିଥିଲେ ।

ରାମଲୀଳା ଯାତ୍ରା: ଲୋକ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ବାନ ଦେଲେ ପଦ୍ମଶ୍ରୀ ହଳଧର

ଏହା ମଧ୍ୟ ପଢନ୍ତୁ: ରାମଲୀଳା ଯାତ୍ରା ଅବସରରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା

ସୂଚନାଅନୁସାରେ, ଆସନ୍ତା ୨୬ ତାରିଖରେ ଜିଲ୍ଲାପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଶହ ଶହ ବର୍ଷର ପରମ୍ପରାକୁ ସରକାରୀ ସ୍ବୀକୃତି ମିଳିବା ପରେ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଛନ୍ତି । ଦୀର୍ଘ ଅଠର ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମହାନ ଯାତ୍ରା ମୁକ୍ତାକାଶ ରଙ୍ଗମଞ୍ଚ ନିମନ୍ତେ ସାରା ରାଜ୍ୟରେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.