ETV Bharat / state

ରାମଲୀଳା ଯାତ୍ରା ଅବସରରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା

author img

By

Published : Apr 24, 2022, 12:16 PM IST

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ବୌଦ୍ଧ ଗଡଜାତର ଗଣପର୍ବ ରାମଲୀଳା ଯାତ୍ରାକୁ ପ୍ରଶାସନିକ ତଥା ସରକାରଙ୍କ ସ୍ବୀକୃତି ମିଳିବା ପରେ ଏହି ମେଳା ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁୃ

ରାମଲୀଳାଯାତ୍ରା ଅବସରରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା
ରାମଲୀଳାଯାତ୍ରା ଅବସରରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ବୌଦ୍ଧ ଗଡଜାତର ଗଣପର୍ବ ରାମଲୀଳାଯାତ୍ରାକୁ ପ୍ରଶାସନିକ ତଥା ସରକାରଙ୍କ ସ୍ବୀକୃତି ମିଳିବା ପରେ ଏହି ମେଳା ଉଦଘାଟନ କରାଯାଇଛି । ଏହି ମେଳା ୫ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମକୁ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ୨ ବର୍ଷ ପରେ ଏଭଳି ଉତ୍ସବର ଆୟୋଜନକୁ ନେଇ ବେଶ ଆଗ୍ରହ ପ୍ରର୍କାଶ କରିଛନ୍ତି ଜିଲ୍ଲାପାଳ ।

ରାମଲୀଳାଯାତ୍ରା ଅବସରରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା
ଆସନ୍ତା ୨୬ ତାରିଖରେ ଜିଲ୍ଲାପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଶହ ଶହ ବର୍ଷର ପରମ୍ପରାକୁ ସରକାରୀ ସ୍ବୀକୃତି ମିଳିବା ପରେ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଛନ୍ତି । ଦୀର୍ଘ ଅଠର ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମହାନ ଯାତ୍ରା ମୁକ୍ତାକାଶ ରଙ୍ଗମଞ୍ଚ ନିମନ୍ତେ ସାରା ରାଜ୍ୟରେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି ।

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଯାତ୍ରା ଅବସରରେ ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳାର ଆୟୋଜନ କରାଯାଇଛି ।ଶନିବାର ସଂଧ୍ୟାରେ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉପବାଚସ୍ପତି ଉଦଘାଟନ କରିଥିଲେ । ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ବର୍ଗର କଳାକାରମାନେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ଜିଲ୍ଲାବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.