ETV Bharat / state

ଶ୍ରାବଣ ଶେଷ ସୋମବାର: ବୌଦ୍ଧର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Aug 12, 2019, 2:55 PM IST

ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ବୌଦ୍ଧର ପ୍ରତ୍ୟେକ ଶୈବପୀଠ । ବିଶେଷ ଭାବରେ ବୌଦ୍ଧର ରାମେଶ୍ବର, ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, ଚାରିଶମ୍ଭୁ ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ପ୍ରତ୍ୟେକ ଶୈବପୀଠ । ବୋଲ ବମ୍‌ ଧ୍ବନିରେ ପ୍ରକମ୍ପିତ ରାଜ୍ୟର ସମସ୍ତ ଶୈବପୀଠ । ବିଶେଷ ଭାବରେ ବୌଦ୍ଧର ରାମେଶ୍ବର, ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, ଚାରିଶମ୍ଭୁ, ବୁରବୁଡା, କରଡି, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳସ୍ଥିତ ଶୈବପୀଠ ଗୁଡିକରେ କାଉଡିଆ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ଶ୍ରଦ୍ଧା ଓ ଆନନ୍ଦର ସହକାରେ କାଉଡିଆମାନେ ଜଳଲାଗି କରିବା ସହ ଭୋଳା ଶଙ୍କରଙ୍କ ଦର୍ଶନ କରିଛନ୍ତି । ରବିବାର ମଧ୍ୟରାତ୍ରି ପରଠାରୁ କାଉଡିଆମାନେ ଶୈବପୀଠ ଗୁଡିକରେ ପହଞ୍ଚି ଠାକୁରଙ୍କୁ ଜଳଲାଗି କରିଥିବାବେଳେ ମନ୍ଦିର ଗୁଡିକରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.