ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

author img

By

Published : Dec 31, 2022, 11:38 AM IST

କାଳିଆ ଦର୍ଶନ ସାରି ବସରେ ବଲାଙ୍ଗୀରର ନୃସିଂହନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ ଯାତ୍ରୀ । ହେଲେ ବୌଦ୍ଧର ହରେକୃଷ୍ଣପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟିହେଲା ବସ । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

road accident
road accident

boudh road accident

ବୌଦ୍ଧ: ଆଉ କିଛି ଘଣ୍ଟା ପରେ ବର୍ଷ ୨୦୨୨ ବିଦାୟ ନେବାକୁ ଥିବା ବେଳେ ଜାତୀୟ ରାଜପଥରେ ଘଟିଛି ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟିହେଲା ବସ । ଫଳରେ ୬ଜଣ ଯାତ୍ରୀ ଆହତ ହେଉଥିବା ବେଳେ ଏକ ବଡ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: 5 ବର୍ଷର ରେକର୍ଡ ଭାଙ୍ଗିଲା ଭିଜିଲାନ୍ସ, 2022ରେ ସର୍ବାଧିକ ଦୁର୍ନୀତିର ଖୋଳତାଡ଼

ସୂଚନାଅନୁସାରେ, ଛତିଶଗଡ଼ ଅଞ୍ଚଳର ଚାଳିଶ ଜଣ ତୀର୍ଥଯାତ୍ରୀ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବଲାଙ୍ଗୀରର ନୃସିଂହନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ବସ । ବୌଦ୍ଧର ହରେକୃଷ୍ଣପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ବସରେ ସମୁଦାୟ ୪୦ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିଲେ । ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ବର୍ତ୍ତମାନ ଆହତମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.