5 ବର୍ଷର ରେକର୍ଡ ଭାଙ୍ଗିଲା ଭିଜିଲାନ୍ସ, 2022ରେ ସର୍ବାଧିକ ଦୁର୍ନୀତିର ଖୋଳତାଡ଼

author img

By

Published : Dec 31, 2022, 11:02 AM IST

Updated : Dec 31, 2022, 2:23 PM IST

odisha vigilance

2022ରେ ସାମ୍ନାକୁ ଆସିଛି ରେକର୍ଡ ସଂଖ୍ୟକ ଅପରାଧିକ ମାମଲା । ଚଳିତ ବର୍ଷ 285ଟି ଅପରାଧିକ ମାମଲା ରୁଜୁ ହୋଇଥିବା ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

5 ବର୍ଷର ରେକର୍ଡ ଭାଙ୍ଗିଲା ଭିଜିଲାନ୍ସ

କଟକ: 2022ରେ ଓଡିଶା ଭିଜିଲାନ୍ସକୁ ବଡ଼ ସଫଳତା । ରେକର୍ଡ ସଂଖ୍ୟକ ଅପରାଧିକ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି ଭିଜିଲାନ୍ସ । ଯଦି 2022ର ଭିଜିଲାନ୍ସର ରିପୋର୍ଟ କାର୍ଡ ଉପରେ ନଜର ପକାଇବା, ତେବେ ଚଳିତ ବର୍ଷ ମୋଟ 285ଟି ଅପରାଧିକ ମାମଲା ରୁଜୁ ହୋଇଛି । ଦୁର୍ନୀତି ଅଭିଯୋଗରେ 200 ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେହିପରି 84ଟି ଆୟ ବହିର୍ଭୂତ ମାମଲା ରୁଜୁ । 174 କୋଟି ଆୟ ବହିର୍ଭୂତ ସମ୍ପତି ଠାବ କରିଛି ଟିମ । 118ଟି ଟ୍ରାପ କେସ ପଞ୍ଜିକୃତ କରିଛି । 129 ଜଣ ଲୋକ ଲାଞ୍ଚ କାରବାର ସମୟରେ ଧରାପଡ଼ିଲେ । ସର୍ବାଧିକ 36.94 ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିଲା । 60 ଜଣ କ୍ଲାସ 1 ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଗତ 5 ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ରହିଛି ଭିଜିଲାନ୍ସ ରେକର୍ଡ ।

ଏହା ମଧ୍ୟ ପଢ଼ନ୍ତୁ: ଭିତ୍ତିଭୂମି ଅଭାବ ସହ ଆରମ୍ଭ ହେଲା PGIMER, ପ୍ରଥମ ପର୍ଯ୍ୟାୟରେ 6ଟି ବିଭାଗ

ଚଳିତ ବର୍ଷ 285ଟି ଅପରାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ

2022ରେ ମୋଟ 285ଟି ଅପରାଧିକ ମାମଲା ରୁଜୁ କରିଛି ଓଡ଼ିଶା ଭିଜିଲାନ୍ସ । ସେଥିମଧ୍ୟରୁ 544 ଜଣଙ୍କୁ ବିରୋଧରେ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ 60 ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, 53 ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି । ସେହିପରି 227 ଜଣ ତୃତୀୟ ଶ୍ରେଣୀ ଅଧିକାରୀ, 7 ଜଣ ଚତୁର୍ଥ ଶ୍ରେଣୀ ଅଧିକାରୀ, 38 ଜଣ ସରକାରୀ କର୍ମଚାରୀଙ୍କ ସମେତ 159 ଜଣ ଅନ୍ୟ ବ୍ୟକ୍ତି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । 84ଟି ଆୟ ବହିର୍ଭୂତ ମାମଲା ଏବଂ 118ଟି ଟ୍ରାପ କେସ ପଞ୍ଜିକୃତ କରାଯାଇଛି । ଗତବର୍ଷ ଅନ୍ୟ ରାଜ୍ୟ ବ୍ୟତୀତ ଓଡ଼ିଶାରେ ଅଧିକ ସଂଖ୍ୟାରେ ଆୟ ବହିର୍ଭୂତ ମାମଲା ପଞ୍ଜିକୃତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ରାଜ୍ୟରେ ଅଧିକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରତିବନ୍ଧକ ସାଜୁଛି ଘନ କୁହୁଡି, ପୂର୍ବତଟ ରେଳପଥର ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ରାଜ୍ୟରେ 91 ଜଣ ସରକାରୀ କର୍ମଚାରୀ ଏବଂ 56 ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଆୟ ବର୍ହିଭୂତ ମାମଲା ରୁଜୁ ହୋଇଛି । ପଞ୍ଜିକରଣ ହୋଇଥିବା ସମସ୍ତ 84ଟି ମାମଲାରେ 174.83 କୋଟି ମୂଲ୍ୟର ସମ୍ପତ୍ତି ଜବତ ହୋଇଛି । 32 ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ 27 ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ଆୟ ବର୍ହିଭୂତ ମାମଲା ରୁଜୁ କରାଯାଇଛି । ଭିଜିଲାନ୍ସ ଇତିହାସରେ ଚତୁର୍ଥ ବିପୁଳ ପରିମାଣର 7.1 କୋଟି ଟଙ୍କା ନଗଦ ଜବତ ହୋଇଛି ।

ଇଟିଭି ଭାରତ, କଟକ

Last Updated :Dec 31, 2022, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.