ETV Bharat / state

ଲୁପ୍ତ ହେବାକୁ ବସିଛି ବୌଦ୍ଧର ପତର ଶଉରା ଲୋକନୃତ୍ୟ, ପୁନରୁଦ୍ଧାର ପାଇଁ ଦାବି

author img

By

Published : Apr 29, 2022, 9:26 AM IST

ବୌଦ୍ଧ ଜିଲ୍ଲାରେ ଅବଲୁପ୍ତର ଦ୍ବାର ଦେଶରେ ଦଣ୍ଡାୟମାନ ପତର ଶଉରା ଲୋକନୃତ୍ୟ । ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି । ଅଧିକ ପଢନ୍ତୁ

ଅବଲୁପ୍ତ ପତର ଶଉରା ଲୋକନୃତ୍ୟ, ପୁନରୁଦ୍ଧାର ପାଇଁ ଦାବି
ଅବଲୁପ୍ତ ପତର ଶଉରା ଲୋକନୃତ୍ୟ, ପୁନରୁଦ୍ଧାର ପାଇଁ ଦାବି

ବୌଦ୍ଧ: ପତର ଶଉରା ଲୋକନୃତ୍ୟ ଜିଲ୍ଲାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ହେଲେ ଆଜି ଏହି ନୃତ୍ୟ ଅବଲୁପ୍ତର ଦ୍ବାର ଦେଶରେ । ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ।

ସୂଚନାଅନୁସାରେ, ଜିଲ୍ଲାର ନିଜସ୍ୱ ଲୋକନୃତ୍ୟ ବର୍ତ୍ତମାନ ଅବଲୁପ୍ତର ଦ୍ବାର ଦେଶରେ ଦଣ୍ଡାୟମାନ । ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀରେ ବୌଦ୍ଧ ଅଞ୍ଚଳର ଆଦିବାସୀ ଲୋକଙ୍କ ଦ୍ବାରା ଉଦ୍ଭାବନ ହୋଇଥିଲା ପତର ଶଉରା ଲୋକନୃତ୍ୟ । ପରିବର୍ତ୍ତିତ ସମୟରେ ଏହି ଲୋକନୃତ୍ୟ ଦଣ୍ଡ ଯାତ୍ରାର ଷୋହଳ ସୁଆଙ୍ଗ ମଧ୍ୟରେ ସାମିଲ ହେଲା ।

ଅବଲୁପ୍ତ ପତର ଶଉରା ଲୋକନୃତ୍ୟ, ପୁନରୁଦ୍ଧାର ପାଇଁ ଦାବି

ତେବେ ବର୍ତ୍ତମାନ ମଧ୍ୟ ଏହି ଲୋକନୃତ୍ୟର ମୌଳିକତା ବଜାର ରହିଥିବା ବେଳେ ସାରା ପୃଥିବୀରେ ଏଭଳି ନୃତ୍ୟ ପାଇଁ ବୌଦ୍ଧ ଜିଲ୍ଲା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହାର ଅଙ୍ଗ ଭଙ୍ଗୀ, ଉପସ୍ଥାପନା ଶୈଳୀ ସମ୍ପୂର୍ଣ୍ଣ ନିଆରା ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହି ଲୋକନୃତ୍ୟ ଅବଲୁପ୍ତର ଦ୍ବାର ଦେଶରେ ଦଣ୍ଡାୟମାନ । ତେବେ ଜିଲ୍ଲାର ଲୋକନୃତ୍ୟର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.