ETV Bharat / state

ବୌଦ୍ଧରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

author img

By ETV Bharat Odisha Team

Published : Jan 5, 2024, 1:14 PM IST

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

Nua-O program: ବୌଦ୍ଧ ଜିଲ୍ଲାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ । ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ବୌଦ୍ଧରେ ଜିଲ୍ଲା ସ୍ତରୀୟ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବିକାଶ ସହିତ କ୍ରୀଡା, ସମାଜସେବା ଓ ସଂସ୍କୃତି ପ୍ରତି ଇଚ୍ଛାଶକ୍ତି ଆହୁରି ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଗୁରୁବାର ଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ... କେନ୍ଦ୍ରାପଡାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସଭାସ୍ଥଳରେ ଅଣ୍ଡାମାଡ଼

ନୂତନ ଓଡ଼ିଶା ଗଠନରେ ଯୁବବର୍ଗଙ୍କ ଏକ ବଡ଼ ଭୂମିକା ରହିଥିବା ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବିକାଶ ସହିତ କ୍ରୀଡା, ସମାଜସେବା ଓ ସଂସ୍କୃତି ପ୍ରତି ଇଚ୍ଛାଶକ୍ତି ଆହୁରି ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ଘୋଷଣା କରାଯାଇଛି । ଏହି ଧାରାରେ ବୌଦ୍ଧ ଜିଲ୍ଲାର ଷ୍ଟାଡିୟମ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡା, କଳା ସଂସ୍କୃତି ଓ ସମାଜସେବାରେ ଯୁବ ବର୍ଗ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଏହି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ... ମାଲକାନଗିରିରେ 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ

ଏହି ଅବସରରେ ମନ୍ତ୍ରୀ ବୌଦ୍ଧ ଜିଲ୍ଲାର ଐତିହ୍ୟ ସଂସ୍କୃତିର ଭୁରି ଭୁରି ପ୍ରଶଂସା କରିବା ସହିତ ବୌଦ୍ଧ ଧର୍ମର ପ୍ରଚାର ପ୍ରସାରର ଅନନ୍ୟ ଉପାସନାର ପୀଠ ଥିବା ବର୍ଣ୍ଣନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଗଣଶିକ୍ଷା ମନ୍ତ୍ରୀ କିଛି ସମୟ ପାଇଁ ମଞ୍ଚରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ଆସିଥିବା କଲେଜ ଛାତ୍ରଛାତ୍ରୀ ଏଭଳି କାର୍ଯ୍ୟକ୍ରମକୁ ନେଇ ବେଶ ଆନନ୍ଦ ପ୍ରକାଶ କରିଥିଲେ ।

ଏହାମଧ୍ୟ ପଢନ୍ତୁ... କନ୍ଧମାଳରେ 'ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଯୁବ ଓଡ଼ିଶା' କାର୍ଯ୍ୟକ୍ରମ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.