ETV Bharat / state

ବୌଦ୍ଧ ପୌରାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ପୌର ପରିଷଦ ଘେରିଲା ବିଜେପି

author img

By ETV Bharat Odisha Team

Published : Sep 1, 2023, 8:20 PM IST

Updated : Sep 2, 2023, 7:02 AM IST

ବୌଦ୍ଧ ପୌରାଞ୍ଚଳରେ ବ୍ୟାପକଦୁର୍ନୀତି ଅଭିଯୋଗରେ ପୌରପରିଷଦର କାର୍ଯ୍ୟାଳୟ ଘେରିଲା : ବିଜେପି
ବୌଦ୍ଧ ପୌରାଞ୍ଚଳରେ ବ୍ୟାପକଦୁର୍ନୀତି ଅଭିଯୋଗରେ ପୌରପରିଷଦର କାର୍ଯ୍ୟାଳୟ ଘେରିଲା : ବିଜେପି

ବୌଦ୍ଧ ପୌରାଞ୍ଚଳରେ ବ୍ୟାପକଦୁର୍ନୀତି ଅଭିଯୋଗରେ ପୌରପରିଷଦର କାର୍ଯ୍ୟାଳୟ ଘେରିବା ସହ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ବୌଦ୍ଧ ପୌରାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ପୌରପରିଷଦର କାର୍ଯ୍ୟାଳୟ ଘେରିଛି ବିଜେପି । ଜାଗା ମିଶନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବୃହତ୍ ପୋଖରୀ ଖନନ, ମହିଳା ଗୋଷ୍ଠୀଙ୍କ ଉନ୍ନତି ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଛି ବିଜେପି । ଏହାର ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରି ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ ପୌର ପରିଷଦର କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ବିଜେପି ।

ବ୍ୟାପକ ଅନିୟମିତତା ଅଭିଯୋଗ ସହ ବିଜେପି ଓ ଏହାର ତଦନ୍ତ ଦାବି କରିଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ବ୍ୟାପକ ସମସ୍ୟା ତଥା ଅନିୟମିତତା ହୋଇଥିବା ନେଇ ଜିଲ୍ଲା ବିଜେପି ଅଭିଯୋଗ କରିଛି । ବିଜେପି ପକ୍ଷରୁ ଶତାଧିକ ବିଜେପି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଶେଷରେ ବୌଦ୍ଧ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଭେଟି ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...'ଜାଗା ମିଶନ' ହେଉଛି ଚଳିତ ଦଶନ୍ଧିର ସବୁଠୁ ବଡ଼ ଠକେଇ: ବିଜେପି

ଦୀର୍ଘ ବର୍ଷ ଧରି ବୌଦ୍ଧ ଏନ୍ଏସିକୁ ମ୍ୟୁନିସିପାଲିଟିରେ ପରିଣତ ପାଇଁ ଦାବି ହୋଇ ଥିଲେ ମଧ୍ୟ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଜିଲ୍ଲାର କଣ୍ଟାମାଳ ଅଞ୍ଚଳକୁ ଏକ ପୌରାଞ୍ଚଳର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ ବୋଲି ଅଭିଯୋଗ କରିଛି ବିଜେପି । ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ ବିଜେପି ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ସୂର୍ଯ୍ୟ ମହାପାତ୍ର, ଯୁଗଳ ସାମଲ, ଯୁଗଳ ସାହୁ, ମନ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତା ଓ କର୍ମୀ ପୌର ପରିଷଦର କାର୍ଯ୍ୟାଳୟକୁ ଘେରିଥିଲେ । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ବିଜେପି ।

ପୂର୍ବରୁ..ବୌଦ୍ଧ ଜିଲ୍ଲାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା ପାଇଁ ତଳିଆ ମୁଣ୍ଡରେ ଚାଷ କାର୍ଯ୍ୟ ପାଇଁ ପାଣି ପହଞ୍ଚି ପାରୁ ନଥିବାରୁ ସେସବୁ ଅଞ୍ଚଳରେ ମରୁଡ଼ି ଆଶଙ୍କା ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲା ବିଜେପି । ବୌଦ୍ଧ ଜିଲ୍ଲାର ଦୁଇ ପ୍ରମୁଖ ସେଚନ ପ୍ରକଳ୍ପ ବାଘନଦୀ ଓ ସାଲୁଙ୍କୀ ନଦୀ ପ୍ରକଳ୍ପ ଛାଡ଼ିଦେଲେ ଅନ୍ୟ କୌଣସି ସେଚନ ପ୍ରକଳ୍ପ ନାହିଁ । ଫଳରେ ବର୍ଷ ବର୍ଷ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।


ଇଟିଭି ଭାରତ,ବୌଦ୍ଧ

Last Updated :Sep 2, 2023, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.