ETV Bharat / state

ବୌଦ୍ଧର ସର୍ବାଙ୍ଗୀନ ଉନ୍ନତିରେ ମିଳିତ ସହଯୋଗ ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆହ୍ବାନ

author img

By

Published : Jan 28, 2021, 8:54 AM IST

ବୌଦ୍ଧର ସର୍ବାଙ୍ଗୀନ ଉନ୍ନତି ପାଇଁ ମିଳିତ ସହଯୋଗ ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆହ୍ବାନ
ବୌଦ୍ଧର ସର୍ବାଙ୍ଗୀନ ଉନ୍ନତି ପାଇଁ ମିଳିତ ସହଯୋଗ ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆହ୍ବାନ

ବୌଦ୍ଧ ଜିଲ୍ଲାର ସାମୁହିକ ବିକାଶ ଦିଗରେ ସମସ୍ତଙ୍କ ମିଳିତ ଉଦ୍ୟମ ପାଇଁ ଆହ୍ବାନ ଦେଇଛନ୍ତି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ । ବୌଦ୍ଧ ଜିଲ୍ଲାରେ ଜୈବିକ ଚାଷର ବିରାଟ ସମ୍ଭାବନା ରହିଥିବା କୃଷି ବୈଜ୍ଞାନିକ ବିଷ୍ଣୁ ପ୍ରସାଦ ବେହେରା ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାର ବହୁବିଧ ଉନ୍ନତି ତଥା ସାମୂହିକ ବିକାଶ ଦିଗରେ ସମସ୍ତଙ୍କ ମିଳିତ ସହଯୋଗ ପାଇଁ ସାଂସଦଙ୍କ ଆହ୍ବାନ । ବୌଦ୍ଧ ଜିଲ୍ଲାର ବହୁବିଧ ଉନ୍ନତି ପାଇଁ ସମନ୍ବୟ ତଥା ତଦାରଖ କମିଟିର ବୈଠକ ସହିତ ଜିଲ୍ଲା ଯୋଜନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର ସାମୂହିକ ବିକାଶ ଦିଗରେ ସମସ୍ତଙ୍କ ମିଳିତ ଉଦ୍ୟମ ପାଇଁ ଆହ୍ବାନ ଦେଇଛନ୍ତି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ।

ବୌଦ୍ଧର ସର୍ବାଙ୍ଗୀନ ଉନ୍ନତି ପାଇଁ ମିଳିତ ସହଯୋଗ ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆହ୍ବାନ

ବୁଧବାର ବୌଦ୍ଧ ଡିଆରଡିଏ ସମ୍ମିଳନୀ କକ୍ଷରେ ଦିଶା ତଥା ଜିଲ୍ଲା ଉନ୍ନୟନ ଓ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ସାଂସଦ ସାମନ୍ତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି 2021 ବର୍ଷର କାର୍ଯ୍ୟ ଖସଡା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସାଂସଦ ଚାରିଛକ ସ୍ଥିତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ 120 ଜଣ ଗ୍ରାମୀଣ ରାଜ ମିସ୍ତ୍ରୀଙ୍କୁ ବିଭିନ୍ନ ସରଞ୍ଜାମ ବଣ୍ଟନ କରିଥିଲେ ।

ସେପଟେ ରାଜ୍ୟର ବରିଷ୍ଠ କୃଷି ବୈଜ୍ଞାନିକ ବିଷ୍ଣୁ ପ୍ରସାଦ ବେହେରା ବୌଦ୍ଧ ଜିଲ୍ଲାର ବଘିଆପଡା ନିକଟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ । ତେବେ ବୌଦ୍ଧ ଜିଲ୍ଲାରେ ଜୈବିକ ଚାଷର ବିରାଟ ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.