ETV Bharat / state

ଏକାଠି କରିଛି ନୂଆଖାଇ, ନବାନ୍ନ ଖାଇଲେ ଗୋଟିଏ ପରିବାର ଶତାଧିକ ସଦସ୍ୟ

author img

By ETV Bharat Odisha Team

Published : Sep 20, 2023, 11:06 PM IST

ବୌଦ୍ଧର ଯୌଥ ପରିବାର
ବୌଦ୍ଧର ଯୌଥ ପରିବାର

ଦିନକୁ ଦିନ ପରିବାର ଛୋଟ ଛୋଟ ଭାଗରେ ବିଭକ୍ତ ହୋଇ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଯୌଥ ପରିବାର । ଯେଉଁଠି ଶତାଧିକ ପରିବାର ସଦସ୍ୟ ମିଶି ପାଳନ କରିଛନ୍ତି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଅଧିକ ପଢ଼ନ୍ତୁ

ବୌଦ୍ଧର ଯୌଥ ପରିବାର

ବୌଦ୍ଧ: ଆଜିକାଲି ପ୍ରାୟତଃ ଆଉ ଯୌଥ ପରିବାର ଦେଖିବାକୁ ମିଳୁନାହିଁ । ଦିନକୁ ଦିନ ପରିବାର ଛୋଟ ଛୋଟ ଭାଗରେ ବିଭକ୍ତ ହୋଇ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲାରେ ରହିଛି ଏକ ଯୌଥ ପରିବାର । ଯେଉଁଠି ଶତାଧିକ ପରିବାର ସଦସ୍ୟ ମିଶି ପାଳନ କରିଛନ୍ତି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।

ତେବେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଦୀକଟା ଗ୍ରାମର ରଥ ପରିବାର । ଏହି ପରିବାରରେ ପିଢ଼ି ପରେ ପିଢ଼ି ଚାରି ପିଢ଼ିର ଦେଢ଼ ଶହରୁ ଉର୍ଦ୍ଧ୍ବ ସଦସ୍ୟ ରହିଛନ୍ତି । ବୌଦ୍ଧ ଜିଲ୍ଲା ଠାରୁ ନେଇ ରାଜ୍ୟ ତଥା ଭାରତର ବିଭିନ୍ନ ସ୍ଥାନରେ ଏହି ପରିବାରର ସଦସ୍ୟମାନେ ଅଛନ୍ତି । ଏପରିକି ଦେଶ ବାହାରେ ମଧ୍ୟ ଏହି ରଥ ପରିବାରର ସଦସ୍ୟମାନେ ବିଭିନ୍ନ ବୃତ୍ତିରେ ରହିଛନ୍ତି । କିନ୍ତି ପ୍ରତିବର୍ଷ ଭାଦ୍ରବ ପଞ୍ଚମୀ ନୂଆଖାଇ ଅବସରରେ ଏହି ଯୌଥ ପରିବାର ସମସ୍ତ ସଦସ୍ୟ ଏକାଠି ହୁଅନ୍ତି।

ଭାଦ୍ରବ ପଞ୍ଚମୀ ଅବସରରେ ଆୟୋଜିତ ନୂଆଁଖାଇ ପର୍ବ ଏହି ରଥ ପରିବାର ପାଇଁ ବିଶେଷ ମହତ୍ତ୍ଵ ବହନ କରିଆସୁଛି । ପଞ୍ଚମୀ ତିଥିର ଦୁଇ ତିନିଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ଏପରିକି ଦେଶ ବାହାରେ ରହୁଥିବାରୁ ପରିବାରର ସମସ୍ତ ସଦସ୍ୟ ବାଉଶୁଣୀ ନିକଟସ୍ଥ ବାଦୀକଟା ଗ୍ରାମରେ ପହଞ୍ଚିଥାଆନ୍ତି । ଚାରି ପିଢ଼ିର ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ବତନ୍ତ୍ର ଭାବରେ ଡ୍ରେସ୍ କୋଡ଼ ଅନୁଯାୟୀ ନୂଆ ବସ୍ତ୍ର ଆୟୋଜନ କରାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ନୂଆଖାଇରେ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଧୁମଧାମରେ ପାଳନ କଲେ ରାଉରକେଲାବାସୀ

ରଥ ପରିବାରର ମହିଳା ସଦସ୍ୟମାନେ ଏକତ୍ରିତ ହୋଇ ଖିରି,ପୁରି, ବିଭିନ୍ନ ମିଠା ସହିତ ପାରମ୍ପରିକ ଖାଦ୍ୟ ଓ ନବାନ୍ନ ଲାଗି ପାଇଁ ସମସ୍ତ ପ୍ରସ୍ତୁତିର ଆୟୋଜନରେ ଲାଗି ପଡ଼ନ୍ତି । ବାଦୀକଟା ଗ୍ରାମର ଇଷ୍ଟ ଦେବୀ କନ୍ଧୁଣୀ ବୁଢ଼ୀ ହୋଇଥିବା ବେଳେ ରଥ ପରିବାର ପକ୍ଷରୁ ଏନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଥାଏ । ଏହା ପରେ ପରିବାରର ସଦସ୍ୟ ମିସି ନବାନ୍ନ ଖାଇଥାନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିନକୁ ଦିନ ପରିବାର ଛୋଟ ହୋଇ ଭାଙ୍ଗି ଯାଉଥିବା ବେଳେ ରଥ ପରିବାରର ଶତାଧିକ ସଦସ୍ୟମାନେ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ ଏକ ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବହନ କରିଆସୁଛି । ନୂଆଁଖାଇ ଅବସରରେ ବୌଦ୍ଧ ଜିଲ୍ଲା ବାଦୀକଟା ଗ୍ରାମର ରଥ ପରିବାର ର ଏହି ନିଆରା ତଥା ବୃହତ ଯୌଥ ନବାନ୍ନ ଭକ୍ଷଣ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.