ETV Bharat / state

Durga Puja 2023: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ

author img

By ETV Bharat Odisha Team

Published : Oct 21, 2023, 9:17 PM IST

Maha Saptami puja in Boudh
Maha Saptami puja in Boudh

ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ପୂଜା ଅୟମାରମ୍ଭ । ଅଧିକ ପଢନ୍ତୁ

Dussehra 2023: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି (ଶନିବାର)ଠାରୁ ଆରମ୍ଭ ହୋଇଛି ଆଶ୍ଵିନ ସପ୍ତମୀ ପୂଜା । ପୁଅ ଜିଉନ୍ତିଆଠାରୁ ଭାଇ ଜିଉନ୍ତିଆ ପର୍ଯ୍ୟନ୍ତ ଶାରଦୀୟ ଷୋଳପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମଧ୍ୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଶାରଦୀୟ ଦୁର୍ଗାପୂଜାକୁ ନେଇ ସାରା ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଜିଲ୍ଲାର ପୁରୁଣା କଟକ ସ୍ଥିତ ମା' ଭୈରବୀଙ୍କ ପୀଠରେ ଶାରଦୀୟ ଷୋଳପୂଜା ଅତ୍ୟନ୍ତ ଗୋପନୀୟ ରୀତିନୀତିରେ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଶନିବାର ମଧ୍ୟରାତ୍ରିରେ ପୂଜାର୍ଚ୍ଚନା ପରେ ମହାଷ୍ଟମୀ ଠାରୁ ସାଧାରଣ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜି ଠାରୁ ସପ୍ତମୀ ପୂଜା ଅୟମାରମ୍ଭ ହୋଇଛି । ଜିଲ୍ଲା ସଦରମହକୁମା ଗାନ୍ଧୀ ଛକଠାରେ ଦୀର୍ଘ ପ୍ରାୟ ୭୦ ବର୍ଷ ହେଲା ଜାରି ରହିଥିବା ସାର୍ବଜନୀନ ଦୁର୍ଗାପୂଜା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଆସୁଛି ।

ଏହା ବି ପଢନ୍ତୁ- Durga Puja Special: ବର୍ଷକୁ 16 ଦିନ ଖୋଲେ ଦଣ୍ଡମାଁ ପୀଠ, ଭକ୍ତଙ୍କ ମନୋବାଞ୍ଝା ପୂରଣ କରନ୍ତି ଠାକୁରାଣୀ

ଆଜି ଠାରୁ ଉକ୍ତ ମଣ୍ଡପରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସେହିପରି ବଉଦର ମାଳିସାହିର ଦେବୀ ଦୁର୍ଗାଙ୍କ ପୀଠରେ ନବରାତ୍ରି ପୂଜା ଜାରି ରହିଥିବା ବେଳେ ରାଜବାଟୀ ନିକଟରେ ଥିବା ଭୈରବୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେପଟେ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବାଉଶୁଣୀ ଠାରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଦୁର୍ଗା ପୂଜା ସହିତ ରାବଣ ଦରବାରର ଆୟୋଜନ କରାଯାଇଛି ।

ଏହା ବି ପଢନ୍ତୁ- ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାମାୟାଙ୍କ ମହାସପ୍ତମୀ ପୂଜା

ରାବଣ ଦରବାରରେ ସ୍ଥାନୀୟ କଳାକାରମାନେ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ନାଟକ ପରିବେଷଣ କରିଥିଲେ । ସେହିପରି ଘଣ୍ଟାପଡା ଠାରେ ବିରାଜିତ ଦେବୀ ଘଣ୍ଟେଶ୍ବରୀଙ୍କ ପ୍ରାଚୀନ ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ଶାରଦୀୟ ଦେବୀପୂଜା ଅନୁଷ୍ଠିତ ହୋଇଛି । ବାଉଶୁଣୀ ଗଡ଼ ଭିତରେ ବିରାଜିତ ମାହେଶ୍ବରୀ ପୀଠରେ ମଧ୍ୟ ଶାରଦୀୟ ଦେବୀପୂଜା ଅନୁଷ୍ଠିତ ହୋଇଛି । ଏହାଛଡା ବାଉଶୁଣୀ ଡିମିରିପାଲି ଗ୍ରାମ ଓ ଥାନାପଡାର ମାହେଶ୍ବରୀଙ୍କ ଛତ୍ର ଯାତ୍ରା ବେଶ ଆକର୍ଷଣୀୟ ଶୈଳୀରେ ପରିବେଷଣ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.