ଦୁର୍ଦ୍ଦିନରେ ଜମିହୀନଙ୍କ ଜୀବନ, ପ୍ରଶାସନ ଅପେକ୍ଷାରେ ଧୁବେଲ

author img

By

Published : Oct 20, 2021, 2:15 PM IST

ଦୁର୍ଦ୍ଦିନରେ ଭୂମିହୀନ ଧୁବଲେଙ୍କ ଅବସ୍ଥା

ଲଗାଣ ବର୍ଷା ଯୋଗୁଁ ନିକଟରେ ଥିବା ଏକ ବନ୍ଧରେ ଘାଇ ହୋଇ ଚାଳଘର ଭାଙ୍ଗି ଯିବାକୁ ବସିଲାଣି । କାନ୍ଥ ଫାଟି ଆଁ କରିଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଜମିହୀନ ପ୍ରଜା । ହେଲେ ପ୍ରଶାସନର ଦୃଷ୍ଟି ନାହିଁ । ଅଧିକ ପଢନ୍ତୁ..

ବୌଦ୍ଧ: ଦୁର୍ଦ୍ଦିନରେ ଜମିହୀନଙ୍କ ଜୀବନ । ଲଗାଣ ବର୍ଷା ଯୋଗୁଁ ନିକଟରେ ଥିବା ଏକ ବନ୍ଧରେ ଘାଇ ହୋଇ ଚାଳଘର ଭାଙ୍ଗି ଯିବାକୁ ବସିଲାଣି । କାନ୍ଥ ଫାଟି ଆଁ କରିଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଜମିହୀନ ପ୍ରଜା । ହେଲେ ପ୍ରଶାସନର ଦୃଷ୍ଟି ନାହିଁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତ ବନ୍ଧପଡା ଗ୍ରାମରେ ।

ଦୁର୍ଦ୍ଦିନରେ କଟୁଛି ଭୂମିହୀନଙ୍କ ଜୀବନ , ଛୁପିଡି ଘର ଭରସା

ସରକାର ଗରିବ, ଅସହାୟ ତଥା ଭୂମିହୀନ ପ୍ରଜାଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚି ପାରୁନି । ଗ୍ରାମର ଗରିବ ତଥା ଜମିହୀନ ପ୍ରଜା ଧୁବଲେଙ୍କ ଆଦୌ ଜମିବାଡ଼ି ନାହିଁ । ଏଣୁ ସେ ଗାଁ ମୁଣ୍ଡରେ ଏକ ସରକାରୀ ସ୍ଥାନରେ ଦୀର୍ଘ ବର୍ଷ ହେଲା ଅସ୍ଥାୟୀ ଚାଳଘରେ ରହି ଆସୁଛନ୍ତି ।

ତେବେ ଗତ ମାସରେ ଲଗାଣ ବର୍ଷା ତାଙ୍କ ଉପରେ ଦାଉ ସାଧିଛି । ନିକଟରେ ଥିବା ପୋଖରୀରେ ବର୍ଷା ପାଣି ଭର୍ତ୍ତି ହୋଇ ଘାଇ ସୃଷ୍ଟି ହୋଇଥିଲା । ଫଳରେ ଘାଇର ପାଣି ସବୁ ଧୁବଲେଙ୍କ ଘରେ ପଶି ଚାଳଘରଟି ଏବେ ମାଟିରେ ମିଶିବାକୁ ବସିଛି । ଧୁବଲେଙ୍କ ଆୟ ପନ୍ଥା କହିଲେ କେତୋଟି ଛେଳି ଓ କୁକୁଡ଼ା ହୋଇଥିବା ବେଳେ ଏହା ବି ବାର୍ଦ୍ଧକ୍ୟ ସମୟରେ ନିଅଣ୍ଟ ପଡୁଛି । ତୁରନ୍ତ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ତାଙ୍କ ଦୁଃଖ ପ୍ରତି ଦୃଷ୍ଟି ଦେଇ କିଛି ଜାଗା ଓ ଘର ଯୋଗାଇ ଦେବାକୁ ଧୁବଲେ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.