ବିଭିନ୍ନ ସମସ୍ୟା ନେଇ ବୌଦ୍ଧ କିଷାନ କଂଗ୍ରେସର ଆନ୍ଦୋଳନ ପାଇଁ ସଜବାଜ

author img

By

Published : Oct 17, 2021, 12:10 PM IST

ବିଭିନ୍ନ ସମସ୍ୟା ନେଇ ବୌଦ୍ଧ କିଷାନ କଂଗ୍ରେସର ଆନ୍ଦୋଳନ ପାଇଁ ସଜବାଜ

ବିଭିନ୍ନ ସମସ୍ୟା ନେଇ କିଷାନ କଂଗ୍ରେସ ସମେତ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ଆନ୍ଦୋଳନ ପାଇଁ ସଜବାଜ । ଅଧିକ ପଢନ୍ତୁ...

ବୌଦ୍ଧ:ବିଭିନ୍ନ ସମସ୍ୟା ନେଇ କିଷାନ କଂଗ୍ରେସ ସମେତ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ଆନ୍ଦୋଳନ ପାଇଁ ସଜବାଜ । ଜିଲ୍ଲାର ଅବହେଳିତ ଶଗଡା ପଞ୍ଚାୟତରୁ ଏହି ଆନ୍ଦୋଳନର ଅୟମାରମ୍ଭ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ବିଭିନ୍ନ ସମସ୍ୟା ନେଇ ବୌଦ୍ଧ କିଷାନ କଂଗ୍ରେସର ଆନ୍ଦୋଳନ ପାଇଁ ସଜବାଜ
ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗମନାଗମନର ସମସ୍ୟା, ସ୍ବାସ୍ଥ୍ୟ ସେବା, ଜଳସେଚନ, ବିଦ୍ୟୁତ ବିଲ ସମସ୍ୟା ତଥା ସର୍ବୋପରି ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆରକ୍ଷଣ ସମସ୍ୟା ରହିଥିବା ନେଇ କିଷାନ କଂଗ୍ରେସ ପକ୍ଷରୁ ଶଗଡା ଠାରେ ଏକ ବୈଠକରେ ଆଲୋଚନା ହୋଇଥିଲା । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗମନାଗମନର ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । ଏହାଛଡା କୃଷି ଭିତ୍ତିକ ଜିଲ୍ଲା ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଜଳସେଚନର ସମସ୍ୟା ଯୋଗୁଁ ଅଧିକାଂଶ ସମୟରେ ମରୁଡି ପରିସ୍ଥିତି ଉପୁଜିଥିବା କିଷାନ କଂଗ୍ରେସ ଅଭିଯୋଗ କରିଛି ।

ଏଥିସହିତ ଜିଲ୍ଲାରେ ବିଦ୍ୟୁତ ବିଲ ସମସ୍ୟା ଓ ବର୍ତ୍ତମାନ ଘୋଷଣା ହୋଇଥିବା ପଞ୍ଚାୟତ ଆରକ୍ଷଣ ବ୍ୟବସ୍ଥାରେ ବ୍ୟାପକ ସମସ୍ୟାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ଏହି ସମସ୍ୟା ବିରୋଧରେ କିଷାନ କଂଗ୍ରେସ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ଏହି ଆନ୍ଦୋଳନ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କାରଣ ଶଗଡା ପଞ୍ଚାୟତର ଅନେକ ସ୍ଥାନରେ ବିକାଶର ଧାରା ଠିକରେ ପହଞ୍ଚି ପାରି ନ ଥିବାବେଳେ ଜଳସେଚନର ପ୍ରମୁଖ ଉତ୍ସ ଥାଇ ମଧ୍ୟ ଅନେକ ସ୍ଥାନରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥାଏ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.