ETV Bharat / state

ଘରେ ଚାଲିଥିଲା ବନ୍ଧୁକ କାରଖାନା, ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ ଗିରଫ

author img

By

Published : Oct 11, 2022, 7:36 PM IST

ଘରେ ଚାଲିଥିଲା ବନ୍ଧୁକ କାରଖାନା । ଚଢାଉ କଲା ପୋଲିସ । ବେଆଇନ ବନ୍ଧୁକ ତିଆରି କାରଖାନାରେ ଚଢାଉ କରି ଜଣଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କଲା ବୌଦ୍ଧ ପୋଲିସ । ଅଧିକ ପଢନ୍ତୁ

ଘରେ ଚାଲିଥିଲା ବନ୍ଧୁକ କାରଖାନା, ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ ଗିରଫ
ଘରେ ଚାଲିଥିଲା ବନ୍ଧୁକ କାରଖାନା, ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ ଗିରଫ

ବୌଦ୍ଧ: ଜିଲ୍ଲା ପୋଲିସକୁ ବଡ ଧରଣର ସଫଳତା । ମନମୁଣ୍ଡା ଥାନା ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କଲା ପୋଲିସ । ଦେଶୀ ବନ୍ଧୁକ ତିଆରି କାରଖାନାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରି ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ଶେଷଦେବ ବିନ୍ଧାଣୀ, ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ।

ଘରେ ଚାଲିଥିଲା ବନ୍ଧୁକ କାରଖାନା, ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ ଗିରଫ

ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ ଏକ ସ୍ଥାନରେ ଚୋରା ବନ୍ଧୁକ ତିଆରି କାରଖାନା ଚାଲିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହା ପରେ ମନମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ କାରଖାନା ଉପରେ ଚଢାଉ କରି ଦୁଇଟି ଦେଶୀ ପିସ୍ତଲ, ଚାରୋଟି ବଡ ବନ୍ଧୁକ,ଜିଲୋଟିନ,ବନ୍ଧୁକ ତିଆରି ସାମଗ୍ରୀ ସହିତ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଦୀର୍ଘ ବର୍ଷ ହେଲା ମନମୁଣ୍ଡା ଥାନା ଶଗଡା ଅଞ୍ଚଳରେ ଏଭଳି ଚୋରା ବନ୍ଧୁକ କାରଖାନା ଚାଲିଥିଲା । ବୌଦ୍ଧର ନୂତନ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା କାର୍ଯ୍ୟରେ ଯୋଗଦାନ କରିବା ପରେ ଏଭଳି ଅବୈଧ ତଥା ବେଆଇନ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ଯୋଜନା

ଏନେଇ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ କହିଛନ୍ତି ଯେ, ''ବୈଦ୍ଧ ଜିଲ୍ଲା ପୋଲିସ ତରଫରୁ ଗତ ୩ ଦିନ ହେଲା ରେଡ ଚାଲିଥିଲା । ଏଥିରେ ବଡ ଧରଣର ସଫଳତା ମିଳିଛି । କାଲିକୁଡା ଗ୍ରାମରେ ଦେଶୀ ବନ୍ଧୁକ କାରବାର ଚାଲିଥିବା ନେଇ ଏକ ବିଶେଶ ସୁତ୍ରରୁ ସୂଚନା ମିଳିଥିଲା । ଏହାପରେ ଗ୍ରାମର ଶେଷଦେବ ବିନ୍ଧାଣୀଙ୍କ ଘରେ ପୋଲିସ ଚଢାଉ କରି ସେଠାରୁ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲା ।

ଅଭିଯୁକ୍ତ ଶେଷଦେବ ବିନ୍ଧାଣୀ ନିଜ ଘରେ ବେଆଇନ ଭାବେ ବନ୍ଧୁକ ତିଆରି କରି ଅପରାଧିଙ୍କୁ ବିକ୍ରି କରୁଥିଲା । ସେଠାରୁ ଦେଶୀ ବନ୍ଧୁକ ଜବତ କରାଯାଇ ବେଆଇନ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଶେଷଦେବକୁ ଗିରଫ କରାଯାଇଛି ।" ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ କହିଛନ୍ତି ଏସଡିପିଓ ଆନନ୍ଦ ବର୍ଦ୍ଧନ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.