ETV Bharat / state

ବୌଦ୍ଧରେ ବନ୍ୟା ଆଶଙ୍କା: ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

author img

By

Published : Aug 3, 2023, 10:16 AM IST

Updated : Aug 3, 2023, 2:25 PM IST

ବୌଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା
ବୌଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା

ଲଗାଣ ବର୍ଷା ପରେ ବୌଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ । ଅଧିକ ପଢନ୍ତୁ

ବୌଦ୍ଧରେ ବନ୍ୟା ଆଶଙ୍କା

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ଔଷଧ ଓ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ମହାନଦୀ ସମେତ ଜିଲ୍ଲାର ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ସହିତ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ନଦୀକୂଳିଆ ଅଞ୍ଚଳରେ ଅବସ୍ଥିତ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜଳାର୍ଣ୍ଣବ ଅନୁଗୋଳ: ପାଣି ଘେରରେ ଗାଁଠୁ ସହର, ଜଳବନ୍ଦୀ ଲୋକେ

ବୁଧବାର ବୌଦ୍ଧ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ୩୯୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ପୁରାପୁରି ବିଚ୍ଛିନ୍ନ ହୋଇପଡ଼ିଛି । ମନମୁଣ୍ଡା ଠାରୁ ଶଗଡା, ପୁରୁଣା ଜଗନ୍ନାଥ ସଡକ, ଟିକରପଡା ରାସ୍ତା ଭଳି କେତେକ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ଭବପର ହେଉନି । ସଦର ମହକୁମାର କେତେକ ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା ଥିବାରୁ ସେସବୁ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିବା ସୂଚନା ଦିଆଯାଇଛି ।

ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଉଭୟ ମଣିଷ ଓ ପଶୁପକ୍ଷୀଙ୍କ ସୁରକ୍ଷାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉଛି । କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ‘ଇଟିଭି ଭାରତ’କୁ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Aug 3, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.