ETV Bharat / state

ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

author img

By ETV Bharat Odisha Team

Published : Dec 16, 2023, 7:15 AM IST

exchange of fire between security forces and Maoists
ବୌଦ୍ଧରେ ସୁରକ୍ଷକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

Mao materials seized from Boudh: ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ବୌଦ୍ଧ: ଜିଲ୍ଲାର ପେନାଜୋର ଜଙ୍ଗଲ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ କରାଯିବା ସହ ବ୍ୟାପକ ପରିମାଣରେ ମାଓ ସାମଗ୍ରୀ, ପୋଷାକ, ମାଓ ପୁସ୍ତିକା, ରକେଟ ଲଞ୍ଚ, ଦେଶୀ ବୋମା, ଜିଲେଟିନ, ବ୍ୟାଟେରୀ, ବିପୁଳ ଆଇଡି ଭଳି ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ । ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ 2 ଦିନ(ଗୁରୁବାର ଓ ଶୁକ୍ରବାର) ଧରି ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଜବାବରେ ଶେଷରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ବର୍ତ୍ତମାନ ସେଠାରେ ଯବାନଙ୍କ ଦ୍ବାରା କମ୍ବିଂ ଅପରେସନ ଜୋରଦାର ରହିଛି ।

ବୌଦ୍ଧ ଜିଲ୍ଲାରେ ସକ୍ରିୟ ରହିଛି ମାଓ କାର୍ଯ୍ୟକଳାପ । ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ତଥା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସହିତ ଏସଓଜି ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଧିନରେ ଥିବା ନଲିକୁପା ଗ୍ରାମ ନିକଟସ୍ଥ ପେନାଯୋର ଜଙ୍ଗଲ ଅଞ୍ଚଳରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିଗୋଳା ବିନିମୟ ହୋଇଥିଲା । 2 ଦିନ ମୁହାମୁହିଁ ପରେ ଛତ୍ରଭଙ୍ଗ ଦେଇଥିଲା ମାଓବାଦୀ ।

ଏହାମଧ୍ୟ ପଢନ୍ତୁ.. ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପୋଲିସ ଡିଜି, ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ

ତେବେ ଏହି ଗୁଳି ବିନିମୟରେ କେହି ମୃତାହତ ହୋଇନଥିଲେ ମଧ୍ୟ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ଏସପି ରାଜ ପ୍ରସାଦ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କମ୍ବିଂ ଅପରେସନରେ ବ୍ୟାପକ ମାଓ ସାମଗ୍ରୀ, ପୋଷାକ, ମାଓ ପୁସ୍ତିକା, ରକେଟ ଲଞ୍ଚ,ଦେଶୀ ବୋମା, ଜିଲେଟିନ, ବ୍ୟାଟେରୀ, ବିପୁଳ ଆଇଡି ଭଳି ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସହିତ ମାଓବାଦୀଙ୍କ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ତେବେ ଜିଲ୍ଲାର ଶଗଡ଼ା, ଗୁନ୍ଦୁଳିଆ, ଲମ୍ବସରୀ, ବରଗାଁ, ଆମ୍ବଝରୀ ପଞ୍ଚାୟତର ସୀମାନ୍ତ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କେକେବିଏନ ମାଓ ଡିଭିଜନ ସକ୍ରିୟ ରହିଛି ।ସେଠାରେ ମାଓବାଦୀଙ୍କ କ୍ୟାମ୍ପ ଥିବା ସୂଚନା ପାଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ ଏସଓଜି ଯବାନ ଉକ୍ତ ନଲିକୁପା ଗ୍ରାମ ନିକଟସ୍ଥ ପେନାଯୋର ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରିଥିଲେ । ଏହି ସମୟରେ ସେଠାରେ ମାଓ କ୍ୟାମ୍ପ ଠାବ କରିଥିଲେ ଯବାନ। ପାଞ୍ଚଟି ଟିମ୍ ଏହି କମ୍ବିଂ ଅପରେସନ ଜୋରଦାର ଜାରି ରଖିଥିବା ସମୟରେ ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଫାୟାରିଙ୍ଗ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.