ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପୋଲିସ ଡିଜି, ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ

By ETV Bharat Odisha Team

Published : Dec 14, 2023, 10:14 PM IST

thumbnail

ଭବାନୀପାଟଣା: କଳାହାଣ୍ଡିରେ ପୋଲିସ ଡିଜି । ଆଜି ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିବା ପରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଓ ସ୍ଥିତିର ସମୀକ୍ଷା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ସମୀକ୍ଷା କରିଥିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ପରେ ଜିଲ୍ଲାର ମଦନପୁର ରାମପୁରକୁ ଯାଇ ଥାନା ପରିଦର୍ଶନ କରିବା ସହ ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । 

ଜିଲ୍ଲାର ୧୩ ଗୋଟି ବ୍ଲକ ମଧ୍ୟରୁ ୧୧ ଗୋଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସେହି ଅଞ୍ଚଳରେ ମାଓ ସ୍ଥିତି କିଭଳି ରହିଛି ତାହାର ଟିକିନିଖି ସମୀକ୍ଷା କରିଛନ୍ତି । ଜିଲ୍ଲାର କିଛି ଉପାନ୍ତ ଇଲାକାରେ ବର୍ତ୍ତମାନ ମଧ୍ୟ ମାଓବାଦୀଙ୍କ ଚଳପ୍ରଚଳ ରହିଥିବା ବେଳେ ଛତିଶଗଡ଼ ଅଞ୍ଚଳର ମାଓବାଦୀ ମାନେ ମଧ୍ୟ କଳାହାଣ୍ଡି ଅଞ୍ଚଳର ବିଭିନ୍ନ ଜଙ୍ଗଲକୁ ଯିବା ଆସିବା କରୁଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ମାଓଦମନ ପାଇଁ ବଡ଼ ଧରଣର ପ୍ଲାନ, ଫୋକସରେ ୪ ଜିଲ୍ଲା

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସମେତ ଡାଇରେକ୍ଟର ଇଂଟଲିଜେନ୍ସ ସଂଜୀବ ପଣ୍ଡା ,ଏଡିଜିପି ଦେବବ୍ରତ ସିଂ, ଦିଗ SIW ଉମା ଶଙ୍କର ଦାସ , ଦକ୍ଷିଣ ପଶ୍ଚିମାଞ୍ଚଲ ଡିଆଇ ଜି ଚରଣ ସିଂ ମୀନା, କଳାହାଣ୍ଡି ଏସପି ଅଭିଳାଷ ଜି, ବୌଦ୍ଧ ଏସପି ରାଜ ପ୍ରାସାଦ, କନ୍ଧମାଳ ଏସପି,ସୁଧାଂଶୁ ପାତ୍ର ,ବଲାଙ୍ଗୀର ଏସପି ହୃଷୀକେଶ ଦ୍ୟାନଦେଓ ଖିଲାଡ଼ି , ନବରଙ୍ଗପୁର ଏସପି ରୋହିତ ବର୍ମା ,ନୂଆପଡ଼ା ଏସପି ରାଘବେନ୍ଦ୍ର ରେଡ୍ଡୀ ଓ ସିଆରପିଏଫ ଅଧିକାରୀ ଉପସ୍ଥିତ ରହିଥିଲେ । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.