ETV Bharat / state

ମାଓଦମନ ପାଇଁ ବଡ଼ ଧରଣର ପ୍ଲାନ, ଫୋକସରେ ୪ ଜିଲ୍ଲା

author img

By ETV Bharat Odisha Team

Published : Dec 1, 2023, 11:53 AM IST

BSF IG on Maoist Activists: ରାଜ୍ୟରେ କମିଛି ମାଓ ଉପଦ୍ରବ । ମାଓଦମନ ପାଇଁ ୪ ଜିଲ୍ଲାରେ ବଡ଼ ଧରଣର ପ୍ଲାନ । ମାଓ ଦମନ ପାଇଁ ବଦଳା ଯାଉଛି ପ୍ଲାନ । ଅଧିକ ପଢନ୍ତୁ

ମାଓଦମନ ପାଇଁ ୪ଜିଲ୍ଲାରେ ବଡ଼ ଧରଣର ପ୍ଲାନ,
ମାଓଦମନ ପାଇଁ ୪ଜିଲ୍ଲାରେ ବଡ଼ ଧରଣର ପ୍ଲାନ,

ମାଓଦମନ ପାଇଁ ୪ଜିଲ୍ଲାରେ ବଡ଼ ଧରଣର ପ୍ଲାନ,

ଭୁବନେଶ୍ବର: ରାଜ୍ୟରେ ମାଓଦମନ ପାଇଁ ୪ ଜିଲ୍ଲାରେ ବଡ଼ ଧରଣର ପ୍ଲାନ । ଫୋକସରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୂଆପଡା । ରାଜ୍ୟରେ ମାଓ ଗତିବିଧି ରୋକିବା ନେଇ ରାଜ୍ୟ ପୋଲିସ ସହ ମିଶି ବଦଳାଉଛି ଷ୍ଟ୍ରାଟେଜି । ଯେଉଁଥି ପାଇଁ ଧିରେ ଧିରେ ମାଓ ପ୍ରଭାବିତ ଅଞ୍ଚଳରୁ ଉପଦ୍ରବ କମିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଡି.କେ ଶର୍ମା।

ରାଜ୍ୟରେ ମାଓ ଉପଦ୍ରବ କମିବାରେ ଲାଗିଛି । ମାଓବାଦୀଙ୍କ ବିନାଶ ପାଇଁ 4 ଜିଲ୍ଲା ପାଇଁ ବଡ଼ ଧରଣର ପ୍ଲାନ କରିଛି BSF । ଏଥିପାଇଁ ରାଜ୍ୟ ପୋଲିସ ସହ ସମନ୍ବୟରେ ସୀମା ସୁରକ୍ଷା ବଳ (BSF) ନୂଆ ଷ୍ଟ୍ରାଟେଜି ବଦଳାଉଛି । ସାମ୍ନାକୁ ଆସିଛି ୪ଟି ମାଓ ପ୍ରଭାବିତ ଜିଲ୍ଲା ପାଇଁ କଳାହାଣ୍ଡି, ନୂଆପଡା, ବୌଦ୍ଧ, କନ୍ଧମାଳ ଫୋକସରେ ରହିଥିବା ବେଳେ ଏହି ଅଞ୍ଚଳରେ ମାଓ ଦମନ ପାଇଁ BSFର ଷ୍ଟ୍ରାଟେଜିକ ପ୍ଲାନ୍ ପ୍ରସ୍ତୁତ କରୁଛି ।

ବିଏସଏଫ ଆଇଜି ଡି.କେ. ଶର୍ମାଙ୍କ କହିବାନୁଯାୟୀ, "ମାଓ ଦମନ ପାଇଁ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୂଆପଡ଼ା ପାଇଁ ସ୍ବତନ୍ତ୍ର ପ୍ଲାନ୍ କରାଯାଉଛି । କେନ୍ଦ୍ର ସରକାରଙ୍କ ସିଏପିଏଫ ଜରିଆରେ ରାଜ୍ୟ ପୋଲିସ ଓ ଏସଓଜିର ମିଳିତ ଭାବେ ଏହି ନୂଆ ଯୋଜନା କରାଯାଇଛି । ରାଜ୍ୟ ସରକାର ଓ‌ କେନ୍ଦ୍ରୀୟ ସରକାରଙ୍କ ନିଷ୍ପତ୍ତି କ୍ରମେ କୋରାପୁଟରୁ ଏକ ବାଟାଲିୟନ କନ୍ଧମାଳ ପଠାଇବା ପାଇଁ ଯୋଜନା କରାଯାଇଛି । ଯେଉଁଥିପାଇଁ ବିଏସଏଫ ଏବେ ନୂଆ ବେସ ତିଆରି କରିବା ଆରମ୍ଭ କରିଛି ।"

ଏହାମଧ୍ୟ ପଢନ୍ତୁ.. ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ, 'କ୍ଷେତ୍ର ପରିଦର୍ଶନ କରି କର ଯାଞ୍ଚ'

ସେ ଆଉ ମଧ୍ୟ କହିଛନ୍ତି, "ପ୍ରଥମ ପ୍ରର୍ଯ୍ୟାୟରେ ଗତ ଜାନୁଆରୀ ୨୦୨୩ରୁ ରାୟଗଡ଼ାର ନାରାୟଣ ପାଟଣାରେ ଥିବା ଏକ ବାଟାଲିୟନକୁ ଛତିଶଗଡ ସୀମାବର୍ତ୍ତୀ କନ୍ଧମାଳ ପଠାଯାଇଛି । ଛତିଶଗଡ ସୀମା ରହିଥିବାରୁ ସେହି ଅଞ୍ଚଳରେ ଅଧିକ ମାଓ ହିଂସାତ୍ମକ ଘଟଣା ସାମ୍ନାକୁ ଆସୁଥିବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାୟଗଡ଼ାରୁ କନ୍ଧମାଳ ଯାଇଥିବା ଟିମ ସେଠାରେ କ୍ୟାମ୍ପ କରି ଅପରେସନ ଓ ବେସ ତିଆରି କରିଛନ୍ତି । ଫଳରେ ଜାନୁଆରି ୨୩ରୁ ଏବେ ସୁଦ୍ଧା ସେଭଳି କୌଣସି ବଡ ଧରଣର ନକ୍ସଲ ଗତିବିଧି ଘଟଣା ସାମ୍ନାକୁ ଆସିନାହିଁ ।"

"ଫୁଲବାଣୀରେ ଏକ ନୂଆ ହେଡକ୍ବାଟର ପ୍ରତିଷ୍ଠା ହୋଇଛି । ତୁଳସି ଓ ଡୋଗ୍ରି ଫରେଷ୍ଟ ଅଞ୍ଚଳରେ ସିଓବି ଗଢା ଯାଇଛି । ଶହୀଦ ଡେପୁଟି କମାଣ୍ଡାଣ୍ଟ ସୁନିଲ ବେହେରାଙ୍କ ନାଁରେ ମଧ୍ୟ ହୋମ୍ବିଖାରିରେ ଏକ ନୂଆ ସିଓବି ଉଦଘାଟନ କରି ସେଠାରୁ ନଜର ରଖିଛି ବିଏସଏଫ । ଯାହା ଫଳରେ ବର୍ତ୍ତମାନ ସେହି ଅଞ୍ଚଳରେ ମାଓ ଉପଦ୍ରବ ଦେଖାଯାଇନାହିଁ । ବର୍ତ୍ତମାନ ବର୍ଡର ଉପରେ ଅଧିକ ଫୋକସ ଦିଆଯାଉଛି । କେବଳ ବିଏସଏଫ ପାଇଁ ନୁହେଁ ଷ୍ଟେଟ ଏସଓଜି ଓ ରାଜ୍ୟ ପୋଲିସର ମିଳିତ ସହଯୋଗରେ ବହୁତ ଭଲ ଯୋଗଦାନ ଅଛି ଫଳରେ ମାଓ ଦମନ ଓ ଗତିବିଧି ଉପରେ ନଜର ରଖାଯାଇଛି" ବୋଲି କହିଛନ୍ତି ବିଏସଏଫ ଆଇଜି ।

"ସେହିପରି ଜାନୁଆରି ୨୦୨୪ ସୁଦ୍ଧା ୧୩୬ ବିଏସଏଫ ବାଟାଲିୟନକୁ ବାଲିଗୁଡ଼ାରେ ନୂଆ ହେଡ କ୍ବାଟରରେ ମୁତୟନ ପାଇଁ ଯୋଜନା ଚାଲିଛି । ସେଠାରେ ସିଆରପିଏଫ ହାତରେ ଥିବା ୪ଟି ସିଓବିକୁ ନିଜ ହେପାଜତକୁ ନେଇ ବିଏସଏଫ ତାର ଅପରେସନ କରିବ । ସେହିପରି ବୌଦ୍ଧ ଅଞ୍ଚଳରେ ମାଓ ହିଂସାତ୍ମକ ଘଟଣାକୁ ରୋକିବା ପାଇଁ ୨ଟି ନୂତନ ସିଓବି ନିର୍ମାଣ କରାଯାଉଛି । ସେଠାରେ ବୌଦ୍ଧରେ ଘଟୁଥିବା ମାଓ ଗତିବିଧି ଉପରେ ନଜର ରଖିବ ବିଏସଏଫ।

ତେବେ କେନ୍ଦ୍ର ସରକାର ସିଏପିଏଫର ଷ୍ଟେଟ ଅଥୋରିଟି ସମନ୍ବୟରେ କାର୍ଯ୍ୟ କରାଯିବାରୁ ଏବେ ନକ୍ସଲ ଶେଷ ନିଃଶ୍ବାସ ନେଉଛନ୍ତି । ଆଗକୁ ମଧ୍ୟ ମାଓ ଦମନ ଅପରେସନ ଜୋରଦାର କରାଯିବ ବୋଲି କହିଛନ୍ତି ବିଏସଏଫ ଆଇଜି । ସେ ଆଉ ମଧ୍ୟ କହିଛନ୍ତି, ବିଏସଏଫ ପାଖରେ ଏବେ ବହୁ ଅତ୍ୟାଧୁନିକ ହତିଆର ରହିଛି । ଡ୍ରୋନ ଯୋଗେ ମନିଟର‌ିଂ କରାଯାଉଛି । କପ୍ ଷ୍ଟ୍ରାଟିକ୍ସରେ ଅପରେସନ ହେଉଛି । ନକ୍ସଲଙ୍କ ଗତିବିଧି ଦେଖି ବିଏସଏଫ ତାର ପ୍ଲାନ୍ ବଦଳାଯାଉଛି । ତେଣୁ ଆଗାମୀ ଦିନରେ‌ ଏହି ୪ଜିଲ୍ଲା ପାଇଁ ମାଓ ଦମନ ଏକ ନିର୍ଣ୍ଣାୟକ ଭୂମିକା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.