ETV Bharat / state

ସୁବର୍ଣ୍ଣପୁର ପରେ ବୌଦ୍ଧରେ 5T ସଚିବଙ୍କୁ ବିରୋଧ, କାରକେଡକୁ ଅଣ୍ଡାମାଡ଼

author img

By

Published : Jul 5, 2023, 5:51 PM IST

5t secretary vk pandians visits boudh
ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫T ସଚିବ

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ୫T ସଚିବ ଭି. କେ ପାଣ୍ଡିଆନଙ୍କୁ ବିରୋଧ । ବିରୋଧୀଙ୍କ ପକ୍ଷରୁ କଳପତାକା ପ୍ରଦର୍ଶନ କରି ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫T ସଚିବ

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫T ସଚିବ ଭି. କେ ପାଣ୍ଡିଆନ । ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାଣ୍ଡିଆନଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ । କଣ୍ଟାମାଳ ବ୍ଲକରେ ତାଙ୍କୁ ବିରୋଧ କରି କଳାପତକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୫T ସଚିବ ଭି. କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କଣ୍ଟାମାଳ ବ୍ଲକର ମନମୁଣ୍ଡା, ଆମ୍ବଗାଁ ଠାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାପରେ ବୌଦ୍ଧ ଷ୍ଟାଡିୟମ ଠାରେ ଆୟୋଜିତ ବିଶାଳ ମହିଳା ସମାବେଶରେ ଯୋଗ ଦେଇ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ମିଶନ ଶକ୍ତି, ସିଲେଟ କାଫେ, ଆଳତୀ ଘାଟ ଠାରେ ସଚିବ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିପରି ବାମଣ୍ଡା କଲେଜ ଠାରେ ଆୟୋଜିତ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକ୍ରମରେ ସହ ଯୋଗ ଦେଇଥିଲେ । ପୁରୁଣା କଟକ ଠାରେ ଭୈରବୀ ମନ୍ଦିର ପରିଦର୍ଶନ କରିବା ସହିତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ୫T ସଚିବ ଭି. କେ ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ: 5T ସଚିବଙ୍କ ସୋନପୁର ଗସ୍ତକୁ ବିରୋଧ, କାରକେଡକୁ ଅଣ୍ଡାମାଡ

ତେବେ ବିଶାଳ ମହିଳା ସମାବେଶ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ପାଣ୍ଡିଆନଙ୍କ କାରକେଡ ଉପରକୁ କିଛି ବ୍ୟକ୍ତି ଅଣ୍ଡାମାଡ଼ ମାରିଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଅଣ୍ଡା ମାଡ଼ କରିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ବୌଦ୍ଧ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଳାପତାକା ପ୍ରଦର୍ଶନ ସହ ଗୋ ବ୍ୟାକ ନାରା ଲଗାଇଥିଲେ । ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତକାଲି (ମଙ୍ଗଳବାର) ୫T ସଚିବଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ କରି ତାଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ ହୋଇଥିଲା । କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ 5ଟି ସଚିବଙ୍କ କାରକେଡ ଉପରକୁ ଅଣ୍ଡାମାଡ ହୋଇଥିଲା । ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନରତ ବିଜେପି କାର୍ଯ୍ୟକର୍ତ୍ତା ଧାରଣାରେ ବସିବା ସହିତ ପାଣ୍ଡିଆନ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ପ୍ଲାକାର୍ଡ ପ୍ରଦର୍ଶନ କରି ପାଣ୍ଡିଆନଙ୍କୁ ଜିଲ୍ଲାରୁ ଫେରିଯିବାକୁ ଦାବି କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.