ETV Bharat / state

5T ସଚିବଙ୍କ ସୋନପୁର ଗସ୍ତକୁ ବିରୋଧ, କାରକେଡକୁ ଅଣ୍ଡାମାଡ

author img

By

Published : Jul 4, 2023, 2:00 PM IST

5T ସଚିବ ଭିକେ ପାଣ୍ଡିଆନଙ୍କ ସୋନପୁର ଗସ୍ତକୁ ବିରୋଧ ତାଙ୍କ ଗାଡିକୁ ଆଣ୍ଡାମାଡ କରାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Eggs hurled on 5T VK Pandians carcade
5ଟି ସଚିବ ଭିକେ ପାଣ୍ଡିଆଙ୍କ ସୋନପୁର ଗସ୍ତକୁ ବିରୋଧ

5ଟି ସଚିବ ଭିକେ ପାଣ୍ଡିଆଙ୍କ ସୋନପୁର ଗସ୍ତକୁ ବିରୋଧ

ସୁବର୍ଣ୍ଣପୁର: ଦିନିକିଆ ସୋନପୁର ଗସ୍ତରେ ଅଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି । ସୋନପୁରରେ ତାଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ 5ଟି ସଚିବଙ୍କ କାରକେଡ ଉପରକୁ ଅଣ୍ଡାମାଡ ହୋଇଛି । ପାଣ୍ଡିଆନଙ୍କ ଦିନିକିଆ ଜିଲ୍ଲା ଗସ୍ତକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ।

କୋଟ ସମଲାଇ ହେଲିପ୍ୟାଡର ଅନତି ଦୂରରେ ପାଣ୍ଡିଆନଙ୍କୁ ବିରୋଧ କରିବା ପାଇଁ କିଛି ଯୁବକ ଏକତ୍ରୀତ ହୋଇଥିଲେ । ପାଣ୍ଡିଆନଙ୍କ କାରକେଟ ପାତାଳୀ ଶ୍ରୀକ୍ଷେତ୍ରକୁ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରୁ ଅଣ୍ଡାମାଡ କରିଥିବା ଦେଖିବାକୁ ମିଳିଥିଲା । ଯୁବକମାନେ ପାଣ୍ଡିଆନଙ୍କ ଗାଡି ଉପରକୁ ଅଣ୍ଡାମାଡ କରି ଏକତ୍ରୀତ ହୋଇଥିବା ଜାଗାରୁ ଫେରାର ମାରିଥିଲେ । କିଏ 5ଟି ସଚିବ ଭିକେ ପାଣ୍ଡିଆନଙ୍କ କାରକେଟକୁ ଅଣ୍ଡାମାଡ କରିଛନ୍ତି ତାହା ଜଣାପଡିନାହି ।

ଏହା ବି ପଢନ୍ତୁ...Black Balloon Protest: ଜଗତସିଂହପୁରରେ 5T ସଚିବଙ୍କୁ ବିରୋଧ, ଆକାଶରେ ଉଡିଲା କଳା ବେଲୁନ

5ଟି ସଚିବ ଭିକେ ପାଣ୍ଡିଆନ ପାତାଳୀ ଶ୍ରୀକ୍ଷେତ୍ରକୁ ଯାଇ ଛଳିଆ ପାହାଡରେ ପ୍ରତିଷ୍ଠିତ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି, ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା କମିଟି, ପାତାଳୀ ଶ୍ରୀକ୍ଷେତ୍ର ଉନ୍ନୟନ ପରିଷଦର ଆଦିର କାର୍ଯ୍ୟକର୍ତ୍ତାଙ୍କ ସମେତ ଶ୍ରୀଜିଉଙ୍କ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ । ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନୟନ ଓ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ଛଳିଆ ପାହାଡର ପାଦ ଦେଶରେ ଆୟୋଜିତ ସଭାରେ 5T ସଚିବ ଶିକ୍ଷା, ସ୍ବାସ୍ଥ୍ୟ ତଥା ପର୍ଯ୍ୟଟନର ବିକାଶ ଦିଗରେ ବ୍ୟାପକ ସରକାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଥିଲେ ।

ଅନ୍ୟପଟେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନରତ ବିଜେପି କାର୍ଯ୍ୟକର୍ତ୍ତା ଧାରଣାରେ ବସିବା ସହିତ ପାଣ୍ଡିଆନ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ପ୍ଲାକାର୍ଡ ପ୍ରଦର୍ଶନ କରିବା ସହିତ ପାଣ୍ଡିଆନ ଜିଲ୍ଲାରୁ ଫେରିଯିବାକୁ ଦାବି କରିଛନ୍ତି । ଜିଲ୍ଲାର ଜନସାଧାରଣ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ନିର୍ବାଚିତ କରିଥିଲେ ହେଁ ନିର୍ବାଚିତ ରାଜନୈତିକ ବ୍ୟକ୍ତିବିଶେଷ ଜଣେ ସରକାରୀ ସଚିବଙ୍କ ସେବାକାରୀ ପାଲଟିଥିବା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...5ଟି ସଚିବଙ୍କ ଜଗତସିଂହପୁର ଗସ୍ତ, ବେଳାଭୂମି ସଂରକ୍ଷଣକୁ ଗୁରୁତ୍ବ

ପ୍ରକାଶଥାଉ କି, କିଛି ଦିନ ହେବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ନିକଟରେ ବରଗଡ଼ ପରେ ଦୁଇଦିନିିଆ ଜଗତସିଂହପୁର ଗସ୍ତ କରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଭିକେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତକୁ ବିରୋଧ କରାଯାଇଥିଲା । ବିଜେପି ଯୁବ ମୋର୍ଚ୍ଚା, ମହିଳା ଶାଖା ଓ ଅନ୍ୟ ସଂଗଠନ ପକ୍ଷରୁ କଳା ବେଲୁନ, କଳା ଶାଢୀ ଓ କଳା ପତାକା ପ୍ରଦର୍ଶନ କରି ବିରୋଧ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେଇଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.