ETV Bharat / state

କାଲିଠୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବ ଡ୍ରାଇଭର ମହାସଙ୍ଘ

author img

By

Published : Apr 19, 2022, 10:31 PM IST

କାଲିଠୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବ ଡ୍ରାଇଭର ମହାସଙ୍ଘ
କାଲିଠୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବ ଡ୍ରାଇଭର ମହାସଙ୍ଘ

ରାଜ୍ୟ ସ୍ତରରେ ଡ୍ରାଇଭରଙ୍କ ସହିତ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ପୁଣିଥରେ ଜିଲ୍ଲାରେ ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇବେ ଶହ ଶହ ଡ୍ରାଇଭର । ସୋମବାର ରାଜଧାନୀ ଭୁବନେଶ୍ବରରେ ଆନ୍ଦୋଳନ ଓ ଆଲୋଚନା ବିଫଳ ହେବା ପରେ ଏଣିକି ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ମହାସଂଘ । ଅଧିକ ପଢନ୍ତୁ

ବୌଦ୍ଧ: ବୁଧବାରଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଉଛି ଡ୍ରାଇଭର ମହାସଙ୍ଘ । ରାଜ୍ୟ ସ୍ତରରେ ଡ୍ରାଇଭରଙ୍କ ସହିତ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ପୁଣିଥରେ ଜିଲ୍ଲାରେ ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇବେ ଡ୍ରାଇଭର । ଗତକାଲି(ସୋମବାର) ରାଜଧାନୀରେ ଭୁବନେଶ୍ବରରେ ଆନ୍ଦୋଳନ ତଥା ଆଲୋଚନା ବିଫଳ ହେବା ପରେ ଏଣିକି ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରହିଥିଲା ।

କାଲିଠୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବ ଡ୍ରାଇଭର ମହାସଙ୍ଘ

ତେବେ ଏନେଇ ଗତକାଲି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ପୁଣିଥରେ ଜିଲ୍ଲାରେ ଚେତାବନୀ ଦେଇଛନ୍ତି । ଆଜି ଏନେଇ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ସଭାପତି ଓ ସଂପାଦକଙ୍କ ନେତୃତ୍ୱରେ ବହୁ ଡ୍ରାଇଭର, ବିଜୁ ପଟ୍ଟନାୟକ ସେତୁ ଛକ ନିକଟରେ ସମସ୍ତ ଗାଡି ଗୁଡିକୁ ଅଟକାଇ ଏହି ଆନ୍ଦୋଳନରେ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.