ETV Bharat / state

Independence Day 2023: ୧୦୦ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ନାଗରିକ

author img

By

Published : Aug 15, 2023, 4:31 PM IST

Updated : Aug 15, 2023, 8:24 PM IST

Etv Bharat
Etv Bharat

ବୌଦ୍ଧରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ । ମୁଖ୍ୟ ଆକର୍ଷଣ ପାଲଟିଲା ୧୦୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରା । ଅଧିକ ପଢନ୍ତୁ

୧୦୦ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ନାଗରିକ

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ୭୭ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ । ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିବା ସହିତ ଦେଶ ମାତୃକାର ମୁକ୍ତି ପାଇଁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ୧୦୦ ମିଟର ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକାକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଯାହାକି ଆଜି ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ତ୍ରିରଙ୍ଗା ପତାକା ଶୋଭାଯାତ୍ରାକୁ ଶତାୟୁ ସ୍ବାଧିନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଶୁଭାରମ୍ଭ କରିଥିଲେ ।

ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନଙ୍କୁ ସ୍ମରଣ କରିଥିଲେ । ଆଜି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ଜିଲ୍ଲାପାଳ ଆଶାବ୍ୟକ୍ତ କରିଥିଲେ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ବାନ୍ଧକଳା, ଦୁଗ୍ଧ ଉତ୍ପାଦନ, ଜୀବନ ଜୀବିକା ଭଳି ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିଥିବାରୁ ନାଗରିକଙ୍କ ଯଥେଷ୍ଟ ଉନ୍ନତି ଘଟିପାରି ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ- ସ୍ବାଧୀନତା ସଂଗ୍ରାମୀ ଗାଁ ବନପାଲି: ଦେଶ ପାଇଁ ଜୀବନ ଦେଇଥିଲେ ପୂର୍ବଜ, ବଂଶଧରଙ୍କୁ ମିଳୁନି ମୌଳିକ ସୁବିଧା

ଜିଲ୍ଲା ଷ୍ଟାଡିୟମଠାରେ ପ୍ରଥମ ଥର ପାଇଁ ସ୍ବାଧୀନତା ଦିବସ ପାଳନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଏସପି ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଜାତୀୟ ଦିବସର ମୁଖ୍ୟ ଆକର୍ଷଣ ଥିଲା ୧୦୦ ମିଟର ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକା । ବୌଦ୍ଧଠାରେ ସ୍ଥାନୀୟ ରଘୁନାଥ ମନ୍ଦିରଠାରୁ ଏକ ବିଶାଳ ଶୋଭାଯାତ୍ରାରେ ୧୦୦ ମିଟର ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକାକୁ ସମ୍ମାନର ସହିତ ସହର ପରିକ୍ରମା କରାଯାଇଥିଲା ।

ଏଥିରେ ବୌଦ୍ଧର ବିଭିନ୍ନ ସଂଗଠନ, ବୁଦ୍ଧିଜିବୀ, କଳାକାର, ସୁରକ୍ଷାକର୍ମୀ, ଯୁବ ବର୍ଗ, ମହିଳା ଗୋଷ୍ଠୀ ସାମିଲ ହୋଇଥିଲେ । ପାରମ୍ପରିକ ଲୋକ ନୃତ୍ୟ ସଙ୍ଗୀତ ପରିବେଷଣ ସହିତ ମର୍ଜାକୁଦ ସେତୁଛକଠାରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାକୁ ଜିଲ୍ଲାବାସୀ ବେଶ ଉପଭୋଗ କରିଥିଲେ । ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ଉତ୍ସବମୁଖର ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Aug 15, 2023, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.