ETV Bharat / state

ଟିକସ ଫାଙ୍କିବା ଅଭିଯୋଗ, ପ୍ରଶାନ୍ତି ଟ୍ରେଡର୍ସରେ ସିଟି ଓ ଜିଏସଟିର ଚଢ଼ାଉ

author img

By ETV Bharat Odisha Team

Published : Jan 19, 2024, 1:04 PM IST

Updated : Jan 19, 2024, 2:01 PM IST

Eପ୍ରଶାନ୍ତି ଟ୍ରେଡର୍ସ
ct and gst team raids

CT and GST team raids: ବୌଦ୍ଧରେ ସମ୍ବଲପୁର ସିଟି ଓ ଜିଏସଟି ବିଭାଗର ରେଡ । ଟିକସ ଫାଙ୍କିବା ଅଭିଯୋଗରେ ପ୍ରଶାନ୍ତି ଟ୍ରେଡର୍ସରେ ଚଢାଉ । ଅଧିକ ପଢନ୍ତୁ

ct and gst team raids

ବୌଦ୍ଧ: ଟିକସ ଫାଙ୍କିବା ଅଭିଯୋଗରେ ବୌଦ୍ଧରେ ସମ୍ବଲପୁର ସିଟି ଓ ଜିଏସଟି ବିଭାଗର ଚଢାଉ । ପ୍ରଶାନ୍ତି ଟ୍ରେଡର୍ସରେ ଚଢାଉ କରିଛି ସିଟି ଜିଏସଟି ବିଭାଗ । ଏକ କାଳୀନ ଚାରିଗୋଟି ସ୍ଥାନରେ ରେଡ୍‌ ହୋଇଛି । ବିପୁଳ ପରିମାଣରେ ଆୟକର ଫାଙ୍କିବା ଅଭିଯୋଗରେ ଗୁରୁବାର ପ୍ରଶାନ୍ତି ଟ୍ରେଡର୍ସର ଅଫିସ, ଦୋକାନ, ଗୋଦାମରେ ଓ ଏହାର ମାଲିକଙ୍କ ବାସଭବନରେ ସିଟି ଓ ଜିଏସଟି ବିଭାଗର ଅଧିକାରୀ ଚଢ଼ାଉ କରିଥିଲେ ।

ବୌଦ୍ଧ ଜିଲ୍ଲାରେ ଅନେକ ସମୟରେ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବିଭିନ୍ନ ସମୟରେ ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଆସୁଛି । ଟିକସ ଫାଙ୍କିବା ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଜିଲ୍ଲାରେ ଟିକସ ଫାଙ୍କିବାକୁ ରୋକିବା ପାଇଁ ଅନେକ ସମୟରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ମଧ୍ୟ କରାଯାଉଛି । ହେଲେ କିଛି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଏସବୁକୁ ଖାତିର ନକରି ଟିକସ ଫାଙ୍କି ଚାଲିଛନ୍ତି । ପ୍ରଶାନ୍ତି ଟ୍ରେଡର୍ସ ମୁଖ୍ୟତଃ ସିମେଣ୍ଟ ଓ ଲୁହା ବ୍ୟବସାୟ କରିଥାଏ । ଟିକସ ଫାଙ୍କିଥିବା ଅଭିଯୋଗ ପରେ ଗୁରୁବାର ଏଠାରେ ରେଡ କରିଥିଲା ସିଟି ଓ ଜିଏସଟି ବିଭାଗ ।

ଏହା ମଧ୍ୟ ପଢନ୍ତୁ-ଟ୍ୟାକ୍ସ ଫାଙ୍କିବା ଅଭିଯୋଗ; ମୟୂରଭଞ୍ଜରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍

ଜିଲ୍ଲାର ଅନ୍ୟ କିଛି ବ୍ୟବସାୟିକ ପ୍ରତିଷ୍ଠାନ ଟିକସ ଫାଙ୍କି ଥିବା ବିଭାଗ ପାଖରେ ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇରହିଛି । ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି । ପୂର୍ବରୁ ବିଡିପିଏଲ କମ୍ପାନୀରେ ଆଇଟି ରେଡ୍ ସର୍ବକାଳୀନ ରେକର୍ଡ଼ କରିଥିଲା । ଏଥିସହିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟକର ଫାଙ୍କିବା ଓ ବାଣିଜ୍ୟ କର ଫାଙ୍କିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଇତି ମଧ୍ୟରେ ସମ୍ବଲପୁର ବାଣିଜ୍ୟ କର ବିଭାଗ ବୌଦ୍ଧ ଜିଲ୍ଲାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକାଧିକ ଥର ଚଢାଉ କରିଥିଲା । ଆଜି ଗୁରୁବାର ପୁଣିଥରେ ସମ୍ବଲପୁରର ସିଟି ଜିଏସଟି ବିଭାଗ ଜିଲ୍ଲାର ଚାରି ଛକ ସ୍ଥିତ ପ୍ରଶାନ୍ତି ଟ୍ରେଡର୍ସ ଉପରେ ଚଢାଉ କରିଥିଲା ।

ଜାନୁଆରୀ 6 ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ କିଛି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଏସଟି ଓ ସିଟି ଅଧିକାରୀ ଚଢାଉ କରିଥିଲେ । ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହୋଇଥିଲା । ରେଡ୍ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଟିମ୍ ଜବତ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

Last Updated :Jan 19, 2024, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.