ETV Bharat / state

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ; ମୟୂରଭଞ୍ଜରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍

author img

By ETV Bharat Odisha Team

Published : Jan 6, 2024, 9:13 AM IST

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏକାଧିକ ସ୍ଥାନରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ
ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏକାଧିକ ସ୍ଥାନରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ

CT and GST team raid: ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ମୟୂରଭଞ୍ଜର ଏକାଧିକ ସ୍ଥାନରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ । ଅଧିକ ପଢନ୍ତୁ

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏକାଧିକ ସ୍ଥାନରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଏସଟି ଓ ସିଟି ଅଧିକାରୀଙ୍କ ଚଢାଉ । ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ତେବେ ଦିନ ତମାମ ରେଡ୍ କରାଯିବା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଟିମ୍ ଜବତ କରିଥିବା ସୂଚନା ରହିଛି । ଟିକସ ଫାଙ୍କିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସିବା ପରେ ଶୁକ୍ରବାର ଦିନ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଜିଏସଟି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟତଃ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବିଭିନ୍ନ ସମୟରେ ଟିକସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଆସୁଛି । ଟିକସ ଫାଙ୍କିବା ଦ୍ବାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଜିଲ୍ଲାରେ ଟିକସ ଫାଙ୍କିବାକୁ ରୋକିବା ପାଇଁ ଅନେକ ସମୟରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ ବି ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଏସବୁକୁ ଖାତିର ନକରି ଟିକସ ଫାଙ୍କି ଚାଲିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବରଗଡ଼ର ଅଗରବତୀ ଫ୍ୟାକ୍ଟ୍ରିରେ GST ରେଡ୍, ଟିକସ ଫାଙ୍କିଥିବା ଅଭିଯୋଗ

ପୂର୍ବରୁ ଅନେକ ଥର ଟିକସ ଫାଙ୍କୁଥିବା ଅଭିଯୋଗ ହେବା ପରେ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ଏକ ନାମୀ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି । ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଜିଏସଟି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ପୂର୍ବରୁ ରାଇରଙ୍ଗପୁର, କରଞ୍ଜିଆ, ଉଦଳା, ଠାକୁରମୁଣ୍ଡା ଓ ବାରିପଦାରେ ଥିବା କିଛି ବଡ ବଡ ସଂସ୍ଥା ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲା ବେଳେ ଶୁକ୍ରବାର ପୁଣି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ସହରର ଅମ୍ବିକା ଶାଢ଼ୀ ହାଉସ ନାମକ ଏକ ବଡ଼ ଲୁଗା ପ୍ରତିଷ୍ଠାନ ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି ।

ପୂର୍ବରୁ ଉକ୍ତ ସଂସ୍ଥା ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଆଠଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ତାଙ୍କର ବାସଗୃହ, ପେଟ୍ରୋଲ ପମ୍ପ, ୫ଟି ବଡ଼ ବଡ଼ ଲୁଗା ଦୋକାନ, କଲ୍ୟାଣ ମଣ୍ଡପ, ଅଟୋପାର୍ଟ୍ସ ଦୋକାନରେ ଚଢାଉ କରାଯାଇଥିଲା । ଶୁକ୍ରବାର ଦିନ ତମାମ ସିଟି ଜିଏସଟି ବିଭାଗ ପକ୍ଷରୁ ଉକ୍ତ ସଂସ୍ଥା ଉପରେ ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରାଯାଇଥିଲା ।

ଉକ୍ତ ପ୍ରତିଷ୍ଠାନରେ ଥିବା ସମସ୍ତ ଷ୍ଟୋକର ଡାଟା ଓ ଜିଏସଟି କାଗଜପତ୍ର ଓ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ଜାଗଜପତ୍ରଗୁଡିକ ମଧ୍ୟ ଜବତ କରାଯାଇଥିବା ନେଇ ସୂଚନା ରହିଛି । ତେବେ ଯାଞ୍ଚ ପରେ ଯେତେ ପରିମାଣରେ ଟିକସ ଦିଆଯାଇନଥିବ ସେହି ପରିମାଣର ଟିକସ ଫାଇନ ଆକାରରେ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର ଡେପ୍ୟୁଟି କମିସନର କୁଳମଣି ମଲ୍ଲିକ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.